ସିଜେଆଇ ଚନ୍ଦ୍ରଚୁଡ଼ କହିଲେ, ବାଂଲାଦେଶରେ ଯାହା ଘଟୁଛି ତାହା ଆମକୁ ମନେପକାଇ ଦେଇଛି…

ନୂଆଦିଲ୍ଲୀ/ଢାକା,୧୫।୮: ଗୁରୁବାର ଧୀନତା ଦିବସ ଅବସରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡଓ୍ବାଇ ଚନ୍ଦ୍ରଚଡ଼ ଏକ ବଡ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଦିନ ଆମକୁ ସମ୍ବିଧାନର ସମସ୍ତ ମୂଲ୍ୟବୋଧକୁ ହୃଦୟଙ୍ଗମ କରିବାରେ ପରସ୍ପର ତଥା ରାଷ୍ଟ୍ର ପ୍ରତି ଆମର କର୍ତ୍ତବ୍ୟ ପାଳନ କରିବାକୁ ମନେ ପକାଇଥାଏ। ସେ କହିଛନ୍ତି ଯେ ୧୯୫୦ ମସିହାରେ ଭାରତ ସ୍ବାଧୀନତାର ବିକଳ୍ପ ବାଛିଥିଲା। ସୁପ୍ରିମକୋର୍ଟରେ ସ୍ବାଧୀନତା ଦିବସରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସିଜେଆଇ କହିଛନ୍ତି, ଭାରତ ୧୯୫୦ମସିହାରେ […] The post ସିଜେଆଇ ଚନ୍ଦ୍ରଚୁଡ଼ କହିଲେ, ବାଂଲାଦେଶରେ ଯାହା ଘଟୁଛି ତାହା ଆମକୁ ମନେପକାଇ ଦେଇଛି… appeared first on Dharitri Odia News.

ସିଜେଆଇ ଚନ୍ଦ୍ରଚୁଡ଼ କହିଲେ, ବାଂଲାଦେଶରେ ଯାହା ଘଟୁଛି ତାହା ଆମକୁ ମନେପକାଇ ଦେଇଛି…

ନୂଆଦିଲ୍ଲୀ/ଢାକା,୧୫।୮: ଗୁରୁବାର ଧୀନତା ଦିବସ ଅବସରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡଓ୍ବାଇ ଚନ୍ଦ୍ରଚଡ଼ ଏକ ବଡ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଦିନ ଆମକୁ ସମ୍ବିଧାନର ସମସ୍ତ ମୂଲ୍ୟବୋଧକୁ ହୃଦୟଙ୍ଗମ କରିବାରେ ପରସ୍ପର ତଥା ରାଷ୍ଟ୍ର ପ୍ରତି ଆମର କର୍ତ୍ତବ୍ୟ ପାଳନ କରିବାକୁ ମନେ ପକାଇଥାଏ। ସେ କହିଛନ୍ତି ଯେ ୧୯୫୦ ମସିହାରେ ଭାରତ ସ୍ବାଧୀନତାର ବିକଳ୍ପ ବାଛିଥିଲା। ସୁପ୍ରିମକୋର୍ଟରେ ସ୍ବାଧୀନତା ଦିବସରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସିଜେଆଇ କହିଛନ୍ତି, ଭାରତ ୧୯୫୦ମସିହାରେ ସ୍ବାଧୀନତାର ବିକଳ୍ପ ବାଛିଥିଲା। ଆଜି ବାଂଲାଦେଶରେ ଯାହା ଘଟୁଛି ସ୍ବାଧୀନତାର ମୂଲ୍ୟ କ’ଣ ତାହା ସ୍ମରଣ କରାଏ। ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ବିଷୟରେ, ସିଜେଆଇ ସ୍ବାାଧୀନତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ବାଂଲାଦେଶ ବର୍ତ୍ତମାନ ସଙ୍କଟ ଅବସ୍ଥାରେ ଅଛି। ଭାରତର ଏହି ପଡୋଶୀ ଦେଶରେ ଅଶାନ୍ତି ଜାରି ରହିଛି। ଦେଶରେ ସଂରକ୍ଷଣ ବିରୋଧରେ ଅତ୍ୟଧିକ ହିଂସା ଦେଖିବାକୁ ମିଳୁଛି। ଜୁନ ମାସରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ଏହା ପରେ ହିଂସା ଶିଖରରେ ପହଞ୍ଚିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନଇଁବାକୁ ପଡ଼ିଲା। ଏହାପରେ ସେ ଦେଶ ଛାଡି ଭାରତରେ ଆଶ୍ରୟ ନେଇଛନ୍ତି। ଶେଖ ହସିନା ଯିବା ପରେ ବର୍ତ୍ତମାନ ବାଂଲାଦେଶରେ ଏକ ମଧ୍ୟବର୍ତ୍ତୀ ସରକାର ଗଠିତ ହୋଇଛି। ମହମ୍ମଦ ୟୁନୁସ ଏହାର ସର୍ବେସର୍ବା ହୋଇଛନ୍ତି।
ସିଜେଆଇ ଚନ୍ଦ୍ରଚୁଡ଼ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଏହି ଦିନ ଯେଉଁମାନେ ଏହି ଜୀବନକୁ ମହାନ କରିବା ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପ୍ରତିବଦ୍ଧତାକୁ ଆମେ ସମ୍ମାନିତ କରୁ।

The post ସିଜେଆଇ ଚନ୍ଦ୍ରଚୁଡ଼ କହିଲେ, ବାଂଲାଦେଶରେ ଯାହା ଘଟୁଛି ତାହା ଆମକୁ ମନେପକାଇ ଦେଇଛି… appeared first on Dharitri Odia News.