ସିଧା କଥା, ଆମକୁ କ୍ଷତି ପହଞ୍ଚାଇଲେ ଆମେ ଛାଡ଼ିବୁନି; ଇରାନକୁ ଇସ୍ରାଏଲର କଡ଼ା ଚେତାବନୀ
ନୂଆଦିଲ୍ଲୀ: ଦମସ୍କସରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ପରେ ଇସ୍ରାଏଲ ଇରାନକୁ ଖୋଲାଖୋଲି ଚେଚାବନୀ ଦେଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି ଯେ ଇରାନ ବର୍ଷ ବର୍ଷ ଧରି ଇସ୍ରାଏଲ ବିରୋଧରେ କାମ କରୁଛି । ସେ କହିଛନ୍ତି ଯେ ଯଦି ଆମକୁ କିଛି କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରାଯାଏ, ତେବେ ଆମେ ବି ସେମାନଙ୍କୁ ଉଚିତ ଜବାବ ଦେଉ । ଖବର ଅନୁସାରେ ଦୁଇ ଦେଶ ମଧ୍ୟରେ ଜାରି ଉତ୍ତେଜନାକୁ ନେଇ ଆମେରିକା ମଧ୍ୟ ଚିନ୍ତିତ ଅଛି ।ଶୁକ୍ରାବରକୁ ଇରାନିୟମ ୟରୁସେଲମ ଦିବସ ରୂପେ ପାଳନ କରାଯାଉଛି । ଏହା ପୂର୍ବରୁ ଗୁରୁବାର ନେତନ୍ୟାହୁ ରାଜନୀତିକ ସୁରକ୍ଷା କ୍ୟାବିନେଟ୍ ବୈଠକ କରିଥିଲେ । ସମାଚାର ଏଜେନ୍ସି ଏଏନଆଇର ଏକ ରିପୋର୍ଟ ଅନୁସାରେ, ଆଶଂକା ପ୍ରକାଶ କରାଯାଇଛି ଯେ ଇସ୍ରାଏଲ ଉପରେ ଇରାନ କୌଣସି ପ୍ରକାର ଆକ୍ରମଣ କରିପାରେ । ଦମସ୍କସରେ ହୋଇଥିବା ଆକ୍ରମଣରେ ଇରାନର ଅନେକ ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା ।ନେତନ୍ୟାହୁ ବୈଠକରେ କହିଥିଲେ ଯେ ଅନେକ ବର୍ଷରୁ ଇରାନ ଆମ ବିରୁଦ୍ଧରେ କାମ କରୁଛି, ଯେଉଁଥି ପାଇଁ ଆମେ ମଧ୍ୟ ଇରାନ ବିରୁଦ୍ଧରେ କାମ କରୁଛୁ । ସେ କହିଛନ୍ତି, 'ଆମେ ନିଜର ସୁରକ୍ଷା କରିବା ଜାଣିଛୁ ଏବଂ ଆମେ ଏକ ନୀତି ଆଧାରରେ କାମ କରିବୁ ଯେ ଯଦି କିଏ ଆମକୁ କ୍ଷତି ପହଞ୍ଚାଏ କିମ୍ୱା କ୍ଷତି ପହଞ୍ଚାଇବାକୁ ଚିନ୍ତା କଲେ ଆମେ ତାଙ୍କୁ ଛାଡ଼ିବୁ ନାହିଁ ।' ସେପଟେ ଇରାନଠାରୁ ଆକ୍ରମଣର ଭୟରେ ଇସ୍ରାଏଲ ତାର ସମସ୍ତ ସୈ
ନୂଆଦିଲ୍ଲୀ: ଦମସ୍କସରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ପରେ ଇସ୍ରାଏଲ ଇରାନକୁ ଖୋଲାଖୋଲି ଚେଚାବନୀ ଦେଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି ଯେ ଇରାନ ବର୍ଷ ବର୍ଷ ଧରି ଇସ୍ରାଏଲ ବିରୋଧରେ କାମ କରୁଛି । ସେ କହିଛନ୍ତି ଯେ ଯଦି ଆମକୁ କିଛି କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରାଯାଏ, ତେବେ ଆମେ ବି ସେମାନଙ୍କୁ ଉଚିତ ଜବାବ ଦେଉ । ଖବର ଅନୁସାରେ ଦୁଇ ଦେଶ ମଧ୍ୟରେ ଜାରି ଉତ୍ତେଜନାକୁ ନେଇ ଆମେରିକା ମଧ୍ୟ ଚିନ୍ତିତ ଅଛି ।
ଶୁକ୍ରାବରକୁ ଇରାନିୟମ ୟରୁସେଲମ ଦିବସ ରୂପେ ପାଳନ କରାଯାଉଛି । ଏହା ପୂର୍ବରୁ ଗୁରୁବାର ନେତନ୍ୟାହୁ ରାଜନୀତିକ ସୁରକ୍ଷା କ୍ୟାବିନେଟ୍ ବୈଠକ କରିଥିଲେ । ସମାଚାର ଏଜେନ୍ସି ଏଏନଆଇର ଏକ ରିପୋର୍ଟ ଅନୁସାରେ, ଆଶଂକା ପ୍ରକାଶ କରାଯାଇଛି ଯେ ଇସ୍ରାଏଲ ଉପରେ ଇରାନ କୌଣସି ପ୍ରକାର ଆକ୍ରମଣ କରିପାରେ । ଦମସ୍କସରେ ହୋଇଥିବା ଆକ୍ରମଣରେ ଇରାନର ଅନେକ ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା ।
ନେତନ୍ୟାହୁ ବୈଠକରେ କହିଥିଲେ ଯେ ଅନେକ ବର୍ଷରୁ ଇରାନ ଆମ ବିରୁଦ୍ଧରେ କାମ କରୁଛି, ଯେଉଁଥି ପାଇଁ ଆମେ ମଧ୍ୟ ଇରାନ ବିରୁଦ୍ଧରେ କାମ କରୁଛୁ । ସେ କହିଛନ୍ତି, 'ଆମେ ନିଜର ସୁରକ୍ଷା କରିବା ଜାଣିଛୁ ଏବଂ ଆମେ ଏକ ନୀତି ଆଧାରରେ କାମ କରିବୁ ଯେ ଯଦି କିଏ ଆମକୁ କ୍ଷତି ପହଞ୍ଚାଏ କିମ୍ୱା କ୍ଷତି ପହଞ୍ଚାଇବାକୁ ଚିନ୍ତା କଲେ ଆମେ ତାଙ୍କୁ ଛାଡ଼ିବୁ ନାହିଁ ।' ସେପଟେ ଇରାନଠାରୁ ଆକ୍ରମଣର ଭୟରେ ଇସ୍ରାଏଲ ତାର ସମସ୍ତ ସୈନିକଙ୍କ ଛୁଟି ବାତିଲ କରିଛି । ସେହିପରି ଜିପିଏସ ନାଭିଗେସନ ସର୍ଭିସକୁ ବ୍ଲକ୍ କରାଯାଇଛି ।
ସମାଚାର ଏଜେନ୍ସି ଅନୁସାରେ, ଆମେରିକା ପକ୍ଷରୁ ଦମସ୍କସରେ ଏକ ଇରାନୀ କୂଟନୀତିଜ୍ଞ ଅନୁଷ୍ଠାନ ଉପରେ ଇସ୍ରାଏଲୀ ଆକ୍ରମଣ ପରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛି । ହ୍ୱାଇଟ୍ ହାଉସରେ ରାଷ୍ଟ୍ରୀୟ ସୁରକ୍ଷା ମିଡିଆ ଆଡଭାଇଜର ଜନ କିର୍ଭୀ ଫକ୍ସ ନ୍ୟୁଜ୍ ସହ ଆଲୋଚନା ବେଳେ ଏହା ଆଶଂକା ପ୍ରକାଶ କରିଥିଲେ । କିର୍ବୀ ଗୁରୁବାର କହିଥିଲେ ଯେ ଇସ୍ରାଏଲ ବିରୋଧରେ ପାଲଟା ଆକ୍ରମଣରେ ଇରାନର ଧମକକୁ ନେଇ କହିଥିଲେ, 'ଆମେ ବହୁତ ଚିନ୍ତିତ ଅଛୁ ।'