‘ସିନ୍ଧୁ ଜଳ ଚୁକ୍ତି ଉପରେ ପୁଣିଥରେ ବିଚାର କରନ୍ତୁ’, ଭାରତକୁ ପାଣି ପାଇଁ ପୁଣି ଗୁହାରୀ କଲା ପାକିସ୍ତାନ

୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହାପରେ ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିବାକୁ ଘୋଷଣା କରିଥିଲା। ଏହି କାରଣରୁ ପାକିସ୍ତାନ ଆଣ୍ଠୁମାଡ଼ି ପଡ଼ିଛି। ଏହି ନିଷ୍ପତ୍ତି ସମ୍ପର୍କରେ, ପାକିସ୍ତାନ ଭାରତକୁ ତା’ର ନିଷ୍ପତ୍ତି ପୁନର୍ବିଚାର କରିବାକୁ ଅପିଲ୍ କରିଛି। ପାକିସ୍ତାନର ଜଳସମ୍ପଦ ମନ୍ତ୍ରଣାଳୟ ଭାରତର ଜଳଶକ୍ତି ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ନିବେଦନ କରିଛି । ଭାରତର ଏହି ପଦକ୍ଷେପ ପାକିସ୍ତାନରେ ଗମ୍ଭୀର […] The post ‘ସିନ୍ଧୁ ଜଳ ଚୁକ୍ତି ଉପରେ ପୁଣିଥରେ ବିଚାର କରନ୍ତୁ’, ଭାରତକୁ ପାଣି ପାଇଁ ପୁଣି ଗୁହାରୀ କଲା ପାକିସ୍ତାନ appeared first on Odisha.News.

‘ସିନ୍ଧୁ ଜଳ ଚୁକ୍ତି ଉପରେ ପୁଣିଥରେ ବିଚାର କରନ୍ତୁ’, ଭାରତକୁ ପାଣି ପାଇଁ ପୁଣି ଗୁହାରୀ କଲା ପାକିସ୍ତାନ

୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହାପରେ ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିବାକୁ ଘୋଷଣା କରିଥିଲା। ଏହି କାରଣରୁ ପାକିସ୍ତାନ ଆଣ୍ଠୁମାଡ଼ି ପଡ଼ିଛି। ଏହି ନିଷ୍ପତ୍ତି ସମ୍ପର୍କରେ, ପାକିସ୍ତାନ ଭାରତକୁ ତା’ର ନିଷ୍ପତ୍ତି ପୁନର୍ବିଚାର କରିବାକୁ ଅପିଲ୍ କରିଛି।

ପାକିସ୍ତାନର ଜଳସମ୍ପଦ ମନ୍ତ୍ରଣାଳୟ ଭାରତର ଜଳଶକ୍ତି ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ନିବେଦନ କରିଛି । ଭାରତର ଏହି ପଦକ୍ଷେପ ପାକିସ୍ତାନରେ ଗମ୍ଭୀର ଜଳ ସଙ୍କଟ ସୃଷ୍ଟି କରିପାରେ। ଚିଠିରେ ଭାରତକୁ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅପିଲ୍ କରାଯାଇଛି।

ସୂତ୍ର ଅନୁଯାୟୀ, ଏହି ଚିଠି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ମଧ୍ୟ ପଠାଯାଇଛି, କିନ୍ତୁ ପାକିସ୍ତାନର ଏହି ଆବେଦନକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଦେଇଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ ସ୍ପଷ୍ଟ ଭାବରେ କହିଥିଲେ ଯେ ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଆମେ କେବଳ ପାକିସ୍ତାନର ଆତଙ୍କବାଦୀ ଏବଂ ସାମରିକ ଘାଟି ଉପରେ ଆମର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛୁ, ଆଗାମୀ ଦିନରେ ଆମେ ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ସେ କେଉଁ ମନୋଭାବ ଗ୍ରହଣ କରୁଛି ତାହା ଆଧାରରେ ମାପିବୁ। ନିଶ୍ଚିତ ଭାବରେ ଏହା ଯୁଦ୍ଧର ଯୁଗ ନୁହେଁ, କିନ୍ତୁ ଏହା ଆତଙ୍କବାଦର ଯୁଗ ମଧ୍ୟ ନୁହେଁ। ଆତଙ୍କବାଦ ବିରୁଦ୍ଧରେ ଜିରୋ ଟଲେରାନ୍ସ ଏକ ଉନ୍ନତ ବିଶ୍ୱର ଗ୍ୟାରେଣ୍ଟି। ପାକିସ୍ତାନ ସେନା ଏବଂ ପାକିସ୍ତାନ ସରକାର ଯେଉଁଭଳି ଭାବରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି, ତାହା ଦିନେ ପାକିସ୍ତାନକୁ ଧ୍ୱଂସ କରିବ। ଯଦି ପାକିସ୍ତାନ ବଞ୍ଚିବାକୁ ଚାହୁଁଛି, ତେବେ ତାକୁ ଏହାର ଆତଙ୍କୀ ଭିତ୍ତିଭୂମିକୁ ନଷ୍ଟ କରିବାକୁ ପଡିବ। ଭାରତର ଦୃଷ୍ଟିକୋଣ ଖୁବ୍ ସ୍ପଷ୍ଟ – ଆତଙ୍କବାଦ ଏବଂ କଥାବାର୍ତ୍ତା ଏକାଠି ଚାଲିପାରିବ ନାହିଁ। ଆତଙ୍କବାଦ ଏବଂ ବାଣିଜ୍ୟ ଏକାଠି ଚାଲିପାରିବେ ନାହିଁ। ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ।

The post ‘ସିନ୍ଧୁ ଜଳ ଚୁକ୍ତି ଉପରେ ପୁଣିଥରେ ବିଚାର କରନ୍ତୁ’, ଭାରତକୁ ପାଣି ପାଇଁ ପୁଣି ଗୁହାରୀ କଲା ପାକିସ୍ତାନ appeared first on Odisha.News.