ସିମ୍ ବକ୍ସ ଜବତ ଘଟଣା : ଲିଙ୍ଗରାଜ ହୋଟେଲ୍‌ରେ ପୋଲିସର ଚଢାଉ, ରାଜ୍ୟ ବାହାରକୁ ଯିବ ଏକ ଟିମ୍‌

ଭୁବନେଶ୍ୱର ୧୯।୦୮ : ଖୋଲୁଛି ସିମ୍‌ ବକ୍ସ ଗୁମର। ଟି୍ୱନ୍‌ ସିଟିରୁ ସିମ୍‌ ବକ୍ସ ଜବତ ହେବା ପରେ ଆକ୍ସନକୁ ଆସିଛି କମିଶନରେଟ୍‌ ପୋଲିସ । ବାଂଲାଦେଶୀ ହ୍ୟାଣ୍ଡଲର ଆଶାଦ୍ଦୁର ଜମାନ୍‌ ରହିଥିବା  ଲିଙ୍ଗରାଜ ହୋଟେଲ ସ୍ପେଶାଲ୍‌ ସ୍କ୍ୱାର୍ଡ ପକ୍ଷରୁ ଚାଲିଛି ଚଢାଉ । ଏହାସହିତ ହୋଟେଲ୍‌ର ସିସିଟିଭି ଏବଂ ରେଜିଷ୍ଟାରକୁ ଯାଞ୍ଚ କରିବା ସହ ମ୍ୟାନେଜର ଏବଂ କର୍ମଚାରୀଙ୍କୁ ପଚରାଉଚରା କରୁଥିବା ଜଣାପଡିଛି ।ଖବର ଅନୁଯାୟୀ, ଆଶାଦ୍ଦୁର ଜମାନ୍‌ କିଛି ଦିନ ତଳେ ଭୁବନେଶ୍ୱର ଆସିଥିଲା । ଆଉ ଭୁବନେଶ୍ୱରର ଲିଙ୍ଗରାଜ ହୋଟେଲରେ ଦୁଇ ମାସ ରହିଥିଲା । ସିମ୍‌ ବକ୍ସ ରାକେଟ୍‌ ପର୍ଦ୍ଦାଫାଶ ହେବା ଏହି ସବୁ ତଥ୍ୟ ସାମ୍ନାକୁ ଆସିଛି । ତେବେ ପୋଲିସ ହାତରେ ଏହି ତଥ୍ୟ ଲାଗିବା ପରେ ତୁରନ୍ତ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଲିଙ୍ଗରାଜ ହୋଟେଲରେ ଚଢାଉ କରିଛି ପୋଲିସ । କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଉକ୍ତ ହୋଟେଲରେ ଚଢାଉ ସମୟରେ ରେଜିଷ୍ଟାର ଏବଂ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ।  ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ପରେ କଟକ ମଧୁପାଟଣା ଥାନା ଅଧୀନ ରାଜେନ୍ଦ୍ରନଗରରେ ଏକ  ଘର ଭଡ଼ାରୁ ୫ଟି ସିମ୍‌ ବକ୍ସ ଜବତ କରିଥିଲା କମିଶନରେଟ୍‌ ପୁଲିସ । ଏହା  ପଛରେ ଏକ ବଡ଼ ଅନ୍ତର୍ଜାତୀୟ  ରାକେଟ୍‌ କାମ କରୁଥିବା ନେଇ ପୁଲିସକୁ  ସୁରାକ୍‌ ମିଳିଥିଲା । ଖାଲି ଭୁବନେଶ୍ୱର ଓ  କଟକରେ ସିମ୍‌ ବକ୍ସ ଖଞ୍ଜାଯାଇଛି ନା  ଆଉ କେତେଟି ସହର

ସିମ୍ ବକ୍ସ ଜବତ ଘଟଣା : ଲିଙ୍ଗରାଜ ହୋଟେଲ୍‌ରେ ପୋଲିସର ଚଢାଉ, ରାଜ୍ୟ ବାହାରକୁ ଯିବ ଏକ ଟିମ୍‌

ଭୁବନେଶ୍ୱର ୧୯।୦୮ : ଖୋଲୁଛି ସିମ୍‌ ବକ୍ସ ଗୁମର। ଟି୍ୱନ୍‌ ସିଟିରୁ ସିମ୍‌ ବକ୍ସ ଜବତ ହେବା ପରେ ଆକ୍ସନକୁ ଆସିଛି କମିଶନରେଟ୍‌ ପୋଲିସ । ବାଂଲାଦେଶୀ ହ୍ୟାଣ୍ଡଲର ଆଶାଦ୍ଦୁର ଜମାନ୍‌ ରହିଥିବା  ଲିଙ୍ଗରାଜ ହୋଟେଲ ସ୍ପେଶାଲ୍‌ ସ୍କ୍ୱାର୍ଡ ପକ୍ଷରୁ ଚାଲିଛି ଚଢାଉ । ଏହାସହିତ ହୋଟେଲ୍‌ର ସିସିଟିଭି ଏବଂ ରେଜିଷ୍ଟାରକୁ ଯାଞ୍ଚ କରିବା ସହ ମ୍ୟାନେଜର ଏବଂ କର୍ମଚାରୀଙ୍କୁ ପଚରାଉଚରା କରୁଥିବା ଜଣାପଡିଛି ।

ଖବର ଅନୁଯାୟୀ, ଆଶାଦ୍ଦୁର ଜମାନ୍‌ କିଛି ଦିନ ତଳେ ଭୁବନେଶ୍ୱର ଆସିଥିଲା । ଆଉ ଭୁବନେଶ୍ୱରର ଲିଙ୍ଗରାଜ ହୋଟେଲରେ ଦୁଇ ମାସ ରହିଥିଲା । ସିମ୍‌ ବକ୍ସ ରାକେଟ୍‌ ପର୍ଦ୍ଦାଫାଶ ହେବା ଏହି ସବୁ ତଥ୍ୟ ସାମ୍ନାକୁ ଆସିଛି । ତେବେ ପୋଲିସ ହାତରେ ଏହି ତଥ୍ୟ ଲାଗିବା ପରେ ତୁରନ୍ତ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଲିଙ୍ଗରାଜ ହୋଟେଲରେ ଚଢାଉ କରିଛି ପୋଲିସ । କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଉକ୍ତ ହୋଟେଲରେ ଚଢାଉ ସମୟରେ ରେଜିଷ୍ଟାର ଏବଂ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ।  

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ପରେ କଟକ ମଧୁପାଟଣା ଥାନା ଅଧୀନ ରାଜେନ୍ଦ୍ରନଗରରେ ଏକ  ଘର ଭଡ଼ାରୁ ୫ଟି ସିମ୍‌ ବକ୍ସ ଜବତ କରିଥିଲା କମିଶନରେଟ୍‌ ପୁଲିସ । ଏହା  ପଛରେ ଏକ ବଡ଼ ଅନ୍ତର୍ଜାତୀୟ  ରାକେଟ୍‌ କାମ କରୁଥିବା ନେଇ ପୁଲିସକୁ  ସୁରାକ୍‌ ମିଳିଥିଲା । ଖାଲି ଭୁବନେଶ୍ୱର ଓ  କଟକରେ ସିମ୍‌ ବକ୍ସ ଖଞ୍ଜାଯାଇଛି ନା  ଆଉ କେତେଟି ସହରକୁ ସିମ୍‌ ବାକ୍ସ  ଚେର ଲମ୍ବିଛି? ଏହା ହିଁ ପୁଲିସ ପାଇଁ   ଚିନ୍ତାର କାରଣ ପାଲଟିଛି ।  ସିମ୍‌ ବକ୍ସ  ସନ୍ଧାନରେ ଏକ ସ୍ୱତନ୍ତ୍ର ପୁଲିସ ଦଳ ରାଜ୍ୟ ବାହାରକୁ ଯିବ ବୋଲି ସୂଚନା ରହିଛି । 

ସେହିପରି  ଅଭିଯୁକ୍ତ ରାଜୁ ମଣ୍ଡଳକୁ ୫  ଦିନିଆ ରିମାଣ୍ଡରେ ନେଇ ପୁଲିସ  ମାରାଥନ୍‌ ଜେରା ଚଳାଇଛି ପୋଲିସ । ଜେରା  ବେଳେ ରାଜୁ ଅନେକ ସାଂଘାତିକ  ତଥ୍ୟ ଉଗାରିଛି । ରାଜୁର ଘର  ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା  ଜିଲ୍ଲାର ବଜିତ୍‌ପୁର ଅଞ୍ଚଳରେ । ୩୦ ବର୍ଷୀୟ ବାଂଲାଦେଶୀ ଆଶାଦ୍ଦୁର ଜାମାନ ହିଁ ରାକେଟ୍‌ର ମାଷ୍ଟରମାଇଣ୍ଡ । ତା’ ଘର  ବାଂଲାଦେଶର ଫେନି ସହରରେ । ସିମ୍‌ ବକ୍ସ ପରିଚାଳନା ଓ ସଂଯୋଗ  କରିବାରେ ସେ ସିଦ୍ଧହସ୍ତ ।  ଏପିରିକି ଆଶାଦ୍ଦୁର ଗତ   ଅକ୍ଟୋବର ୨୧ରେ ତ୍ରିପୁରାର ଅଗରତାଲା  ସୀମା ପଟେ ବାଂଲାଦେଶରୁ ଭାରତକୁ  ଆସିଥିଲା । ଆସାମ ଓ ପଶ୍ଚିମବଙ୍ଗରେ  ବୁଲିବା ପରେ ଡିସେମ୍ବରରେ ଟ୍ରେନ୍‌   ଯୋଗେ ଓଡି଼ଶା ଆସିଥିଲା । ରାଜୁ   ମଣ୍ଡଳକୁ ସାଙ୍ଗରେ ଧରି ଭୁବନେଶ୍ୱର କଟକ ସ୍ଥିତ ଭଡ଼ାଘରକୁ ଯାଇଥିଲା ।  ସେଠାରେ ସିମ୍‌ ବକ୍ସ ସଂଯୋଗ  କରିଥିଲା । ସେହିବର୍ଷ ଡିସେମ୍ବର ୨୪ରେ  ପଶ୍ଚିମବଙ୍ଗ ହରିଦାସପୁର ବାଟ ଦେଇ  ବାଂଲାଦେଶ ଫେରିଯାଇଥିଲା ।  ଆଶାଦ୍ଦୁର ନାଁରେ ଥିବା ଭିସାର ବୈଧତା  ଆସନ୍ତା ଅକ୍ଟୋବର ୨୪ରେ ସରୁଛି ।