ସୁନା ଦୋକାନୀଙ୍କୁ ଛୁରାମାଡ଼: ସୁନା-ରୁପା, ଟଙ୍କା ଲୁଟିନେଲେ

ଚାନ୍ଦବାଲି,୧୪।୨(ଅଶୋକ ପଣ୍ଡା): ଦିନକୁ ଦିନ ଭଦ୍ରକ ଜିଲା ଘଣ୍ଟେଶ୍ୱର ଅଞ୍ଚଳ ଅଶାନ୍ତ ହେବାରେ ଲାଗିଛି। ପୋଲିସ ଆଖିରେ ଧୂଳିଦେଇ ଦୁର୍ବୃତ୍ତମାନେ ଚୋରି ସାଙ୍ଗକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରୁଛନ୍ତି। ସୂଚନା ମୁତାବକ, ଗତକାଲି ରାତି ୮ଟା ସମୟରେ ବାଂଶଡା ଥାନା ଅଧୀନସ୍ଥ ଗୋପୀନାଥପୁର ପଞ୍ଚାୟତ ବାଲିପଦା ଗ୍ରାମରେ ସୁରେନ୍ଦ୍ର ବିଶ୍ୱାଳ ନାମକ ବ୍ୟକ୍ତି ନିଜ ଘର ବାଲିପଦାକୁ ଯାଉଥିବାବେଳେ ଘଣ୍ଟେଶ୍ୱର ଫାଣ୍ଡି ଠାରୁ ମାତ୍ର ୨ ଶହ ମିଟର ଦୂରରେ କିଛି ଅଜଣା ଯୁବକମାନେ ବାଇକରେ ଆସି […] The post ସୁନା ଦୋକାନୀଙ୍କୁ ଛୁରାମାଡ଼: ସୁନା-ରୁପା, ଟଙ୍କା ଲୁଟିନେଲେ appeared first on Dharitri Odia News.

ସୁନା ଦୋକାନୀଙ୍କୁ ଛୁରାମାଡ଼: ସୁନା-ରୁପା, ଟଙ୍କା ଲୁଟିନେଲେ

ଚାନ୍ଦବାଲି,୧୪।୨(ଅଶୋକ ପଣ୍ଡା): ଦିନକୁ ଦିନ ଭଦ୍ରକ ଜିଲା ଘଣ୍ଟେଶ୍ୱର ଅଞ୍ଚଳ ଅଶାନ୍ତ ହେବାରେ ଲାଗିଛି। ପୋଲିସ ଆଖିରେ ଧୂଳିଦେଇ ଦୁର୍ବୃତ୍ତମାନେ ଚୋରି ସାଙ୍ଗକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରୁଛନ୍ତି। ସୂଚନା ମୁତାବକ, ଗତକାଲି ରାତି ୮ଟା ସମୟରେ ବାଂଶଡା ଥାନା ଅଧୀନସ୍ଥ ଗୋପୀନାଥପୁର ପଞ୍ଚାୟତ ବାଲିପଦା ଗ୍ରାମରେ ସୁରେନ୍ଦ୍ର ବିଶ୍ୱାଳ ନାମକ ବ୍ୟକ୍ତି ନିଜ ଘର ବାଲିପଦାକୁ ଯାଉଥିବାବେଳେ ଘଣ୍ଟେଶ୍ୱର ଫାଣ୍ଡି ଠାରୁ ମାତ୍ର ୨ ଶହ ମିଟର ଦୂରରେ କିଛି ଅଜଣା ଯୁବକମାନେ ବାଇକରେ ଆସି ସୁରେନ୍ଦ୍ର ବିଶ୍ୱାଳକୁ ମାଡ ମାରି ପାଖରେ ଥିବା ୫ ଲକ୍ଷ ଟଙ୍କା ସହ, ୫୦୦ ଗ୍ରାମର ସୁନା ଏବଂ ୨ କେଜି ରୁପା ନେଇ ଯିବା ସହିତ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ସମ୍ପୃକ୍ତ ସୁନା ବ୍ୟବସାୟୀଙ୍କ ଚିତ୍କାର ଶୁଣି ଅଞ୍ଚଳବାସୀ ସେଠାରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ପୋଲିସ ତଦନ୍ତ କରୁଛି।

 

The post ସୁନା ଦୋକାନୀଙ୍କୁ ଛୁରାମାଡ଼: ସୁନା-ରୁପା, ଟଙ୍କା ଲୁଟିନେଲେ appeared first on Dharitri Odia News.