ସୁନ୍ଦରଗଡ଼ କରମଡିହି ଯାଯାବର ଗଣହତ୍ୟା ମାମଲା: ୭ଜଣଙ୍କୁ ଗିରଫ କଲା ପୋଲିସ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ପୋଲିସକୁ ବଡ ସଫଳତା । ସୁନ୍ଦରଗଡ଼ କରମଡିହି ଯାଯାବର ଗଣହତ୍ୟା ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଧରିଲା ପୋଲିସ । ଦୀର୍ଘ ୨୪ ଦିନ ପରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ମହାରାଷ୍ଟ୍ର ଓ କର୍ଣ୍ଣାଟକ ଅଞ୍ଚଳରୁ ୭ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଛି। । ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ସଦର ଥାନା କରମଡ଼ିହି ଗୀତପଡ଼ା ଏକ ପଡ଼ିଆରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ହୋଇଥିଲା ରକ୍ତାକ୍ତ […]

ସୁନ୍ଦରଗଡ଼ କରମଡିହି ଯାଯାବର ଗଣହତ୍ୟା ମାମଲା: ୭ଜଣଙ୍କୁ ଗିରଫ କଲା ପୋଲିସ
7-accused-arrested-by-sundargarh-police

ସୁନ୍ଦରଗଡ଼ : ସୁନ୍ଦରଗଡ଼ ପୋଲିସକୁ ବଡ ସଫଳତା । ସୁନ୍ଦରଗଡ଼ କରମଡିହି ଯାଯାବର ଗଣହତ୍ୟା ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଧରିଲା ପୋଲିସ । ଦୀର୍ଘ ୨୪ ଦିନ ପରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ମହାରାଷ୍ଟ୍ର ଓ କର୍ଣ୍ଣାଟକ ଅଞ୍ଚଳରୁ ୭ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଛି। ।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ସଦର ଥାନା କରମଡ଼ିହି ଗୀତପଡ଼ା ଏକ ପଡ଼ିଆରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ଅସ୍ଥାୟୀ ଟେଣ୍ଟରେ ଗୋଟେ ଗୋଷ୍ଠୀ ଶୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ହତ୍ୟା କରି ଫେରାର ମାରିଥିଲେ । ଚାରିଜଣ ମୁଖାଧାରୀ ଦୁର୍ବୃତ୍ତ ତମ୍ବୁ ଭିତରେ ପଶି ମାରଣାସ୍ତ୍ରରେ ଆଖିବୁଜା ଆକ୍ରମଣ କରିଥିଲେ । ତିନି ଜଣ ମହିଳାଙ୍କ ସମେତ ୫ଜଣଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ମହାରାଷ୍ଟ୍ର-କର୍ଣ୍ଣାଟକର ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ଓ ପରକୀୟା ପ୍ରୀତିରୁ ଏଭଳି ଗଣହତ୍ୟା ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ୍‌ ଅନୁମାନ କରିଥିଲା । ଘଟଣା ଘଟିବାର ୨୪ ଦିନ ପରେ ୭ ଜଣ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଗିରଫ କରିଛି ସୁନ୍ଦରଗଡ଼ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ।