ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛତ୍ରପୁର ବିଧାନସଭା ମଣ୍ଡଳୀର ଆସନ ପାଇଁ ପୁଣି ଥରେ ସୁବାସ ଚନ୍ଦ୍ର ବେହେରାଙ୍କୁ ଦଳୀୟ ଟିକେଟ୍ ଘୋଷଣା ପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି। ଛତ୍ରପୁରସ୍ଥିତ ଲୋୟର ବସ୍ଷ୍ଟାଣ୍ଡସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବାଣ […] The post ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛତ୍ରପୁର ବିଧାନସଭା ମଣ୍ଡଳୀର ଆସନ ପାଇଁ ପୁଣି ଥରେ ସୁବାସ ଚନ୍ଦ୍ର ବେହେରାଙ୍କୁ ଦଳୀୟ ଟିକେଟ୍ ଘୋଷଣା ପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି। ଛତ୍ରପୁରସ୍ଥିତ ଲୋୟର ବସ୍ଷ୍ଟାଣ୍ଡସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବାଣ ଫୁଟାଇ ମିଠା ବାଣ୍ଟି ଦଳୀୟ ନେତା ଓ କର୍ମୀମାନେ ଖୁସି ମନାଇଛନ୍ତି।
ସୂଚନାଥାଉ କି, ଗତ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଛତ୍ରପୁର ବିଧାୟକ ଭାବେ ସୁବାସ ଚନ୍ଦ୍ର ବେହେରା ନିର୍ବାଚିତ ହେବା ପରେ ଲୋକଙ୍କ ସୁଖ ଦୁଃଖରେ ଲୋକଙ୍କ ପାଖରେ ରହି ଆସିଛନ୍ତି। ଏଣୁ ତାଙ୍କ ଉପରେ ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟିକେଟ୍ ପ୍ରଦାନ କରିଛନ୍ତି ବୋଲି ଦଳୀୟ ନେତା ଓ କର୍ମୀମାନେ କହିଛନ୍ତି। ଅନ୍ୟପଟେ ଚଳିତ ସାଧାରଣ ନିର୍ବାଚନରେ ପୁଣି ଥରେ ବିଜୁ ଜନତା ଦଳକୁ ଭୋଟ୍ ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହିତ ଛତ୍ରପୁର ବିଧାନସଭାର ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳକୁ ବିଜୟୀ କରିବା ପାଇଁ ବିଧାୟକ ସୁବାସ ଚନ୍ଦ୍ର ବେହେରା ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣି ଥରେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଭା ଏମ୍ପି ମାନସ ମଙ୍ଗରାଜ, ଗଞ୍ଜାମ ଜିଲା ବିଜେଡି ସଭାପତି ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଧନ୍ୟବାଦ ଜଣାଇଛନ୍ତି।
ଏହି ଅବସରରେ ସୁବାସଙ୍କ ସହ ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷ ଜି.ପାପା ରାଓ, ଗଞ୍ଜାମ ଏନ୍ଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକ ଛତ୍ରପୁର ନଗର ବିଜେଡି ସଭାପତି ବି.ରାଜୁବାବୁ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବନେତା ସୁଧୀର କୁମାର ପାଢ଼ୀ, ଏସ୍.ଚକ୍ରପାଣି ରେଡ୍ଡୀ, କାଉନସିଲର ଦେବାଶିଷ ମିଶ୍ର, କାଳିଆ ନାହାକଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ।
The post ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.