‘ସୁଭଦ୍ରା’ ପାଇଁ କର୍ମଚାରୀଙ୍କ ୩ ଦିନିଆ ଛୁଟି ବାତିଲ

ଭୁବନେଶ୍ୱର, ୧୫ା୯ (ବନ୍ଦନା ସେଠୀ): ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ରେ ଭୁବନେଶ୍ୱର ଆସିବେ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି। ସେହିପରି ରବିବାର ବିଏମ୍‌ସି ପକ୍ଷରୁ ସୁଭଦ୍ରା ଯୋଜନା ନେଇ ସଚେତନ କରିବାକୁ ପଦଯାତ୍ରାର ଆୟୋଜନ କରାଯାଇଛି। ଦୁଇଟି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବା ନିମନ୍ତେ ବିଏମ୍‌ସିର ସମସ୍ତ କର୍ମଚାରୀଙ୍କ ୩ଦିନିଆ ଛୁଟି (୧୪ରୁ ୧୬ ତାରିଖ) ବାତିଲ କରାଯାଇଛି। ଏନେଇ […] The post ‘ସୁଭଦ୍ରା’ ପାଇଁ କର୍ମଚାରୀଙ୍କ ୩ ଦିନିଆ ଛୁଟି ବାତିଲ appeared first on Dharitri Odia News.

‘ସୁଭଦ୍ରା’ ପାଇଁ କର୍ମଚାରୀଙ୍କ ୩ ଦିନିଆ ଛୁଟି ବାତିଲ

ଭୁବନେଶ୍ୱର, ୧୫ା୯ (ବନ୍ଦନା ସେଠୀ): ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ରେ ଭୁବନେଶ୍ୱର ଆସିବେ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି। ସେହିପରି ରବିବାର ବିଏମ୍‌ସି ପକ୍ଷରୁ ସୁଭଦ୍ରା ଯୋଜନା ନେଇ ସଚେତନ କରିବାକୁ ପଦଯାତ୍ରାର ଆୟୋଜନ କରାଯାଇଛି। ଦୁଇଟି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବା ନିମନ୍ତେ ବିଏମ୍‌ସିର ସମସ୍ତ କର୍ମଚାରୀଙ୍କ ୩ଦିନିଆ ଛୁଟି (୧୪ରୁ ୧୬ ତାରିଖ) ବାତିଲ କରାଯାଇଛି। ଏନେଇ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାସର ଦ୍ୱିତୀୟ ଶନିବାର ଥିଲେ ମଧ୍ୟ ବିଏମ୍‌ସି କର୍ମଚାରୀମାନେ ନିଜ କାର୍ଯ୍ୟରେ ଯୋଗଦେଇଥିଲେ। ସେହିପରି ରବିବାର ଓ ସୋମବାର ଛୁଟି ଥିଲେ ମଧ୍ୟ କର୍ମଚାରୀମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

The post ‘ସୁଭଦ୍ରା’ ପାଇଁ କର୍ମଚାରୀଙ୍କ ୩ ଦିନିଆ ଛୁଟି ବାତିଲ appeared first on Dharitri Odia News.