ସୁଭଦ୍ରା ଯୋଜନାକୁ ନେଇ ମୋଦିଙ୍କୁ ଟାର୍ଗେଟ, ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ…
ଭୁବନେଶ୍ୱର,୧୭।୯: ଓଡ଼ିଶାବାସୀଙ୍କ ପାଇଁ ବହୁ ପ୍ରତିକ୍ଷୀତ ଯୋଜନା ସୁଭଦ୍ରାର ଲୋକାର୍ପଣ ହୋଇଛି । ଆଉ ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି ଟଙ୍କା । ତେବେ ଏହାକୁ ନେଇ ଭାଜପା ଉପରେ ବର୍ଷିଛି ବିଜେଡି । ବିଜେଡି କହିଛି, ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିଥିଲେ। ହେଲେ ଓଡ଼ିଶାର ମହିଳାମାନେ ଆଜି ନିରାଶ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ୧ କୋଟି ମହିଳା ଏହାର ଲାଭ ପାଇବେ। ହେଲେ ରାଜ୍ୟରେ ୨ କୋଟି ୫୦ […] The post ସୁଭଦ୍ରା ଯୋଜନାକୁ ନେଇ ମୋଦିଙ୍କୁ ଟାର୍ଗେଟ, ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ… appeared first on Dharitri Odia News.
ଭୁବନେଶ୍ୱର,୧୭।୯: ଓଡ଼ିଶାବାସୀଙ୍କ ପାଇଁ ବହୁ ପ୍ରତିକ୍ଷୀତ ଯୋଜନା ସୁଭଦ୍ରାର ଲୋକାର୍ପଣ ହୋଇଛି । ଆଉ ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି ଟଙ୍କା । ତେବେ ଏହାକୁ ନେଇ ଭାଜପା ଉପରେ ବର୍ଷିଛି ବିଜେଡି ।
ବିଜେଡି କହିଛି, ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିଥିଲେ। ହେଲେ ଓଡ଼ିଶାର ମହିଳାମାନେ ଆଜି ନିରାଶ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ୧ କୋଟି ମହିଳା ଏହାର ଲାଭ ପାଇବେ। ହେଲେ ରାଜ୍ୟରେ ୨ କୋଟି ୫୦ ଲକ୍ଷ ମହିଳା ଅଛନ୍ତି। ପ୍ରଧାନମନ୍ତ୍ରୀ ମହିଳାଙ୍କୁ ଭ୍ରମିତ କରିଛନ୍ତି।
ସବୁଠାରୁ ବଡ଼ କଥା ହେଲା ସଭାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଉଥିବା ଭାଉଚରରେ ୫୦ ହଜାର ଟଙ୍କା ଲେଖା ଯାଇଛି। ହେଲେ ଆଜି ମହିଳାଙ୍କ ଆକାଉଣ୍ଟକୁ ମାତ୍ର ୫ ହଜାର ଯାଇଛି। ଆପଣ ମାତ୍ର ୫ ହଜାର ଦେଇ ଭାଉଚରରେ ୫୦ ହଜାର କାହିଁକି ଲେଖିଲେ। ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କଲେ ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି।
ପ୍ରତେକ ମହିଳାଙ୍କୁ ନଦେଇ କିଛି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ସୁଭଦ୍ରା ଯୋଜନାର ଗାଇଡ଼ ଲାଇନ ମଧ୍ୟ ଠିକ ନୁହେଁ । ଗାଇଡ଼ ଲାଇନକୁ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମନ୍ତ୍ରୀମାନେ ଜାଣି ନାହାନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଥିଲେ ତାଙ୍କୁ ମଧ୍ୟ ସାମିଲ କରି ଥାନ୍ତେ। ହେଲେ ଗାଇଡ଼ଲାଇନରେ ଅଛି ଜନ ପ୍ରତିନିଧିଙ୍କ ସ୍ତ୍ରୀଙ୍କୁ ଏ ଯୋଜନାରେ ସାମିଲ କରାଯିବ ନାହିଁ ବୋଲି କୁହାଯାଇଛି।
ଆଜି ସାରା ରାଜ୍ୟର କାର୍ଯ୍ୟକ୍ରମରେ ଅଙ୍ଗନବାଡି ଓ ଏମବିକେ, ସିଆରପିମାନେ ସାମିଲ ଥିଲେ। ହେଲେ ସେମାନେ ଏ ଯୋଜନାରେ ଅଛନ୍ତି ନାହଁ କେହି ଜାଣି ନାହାଁନ୍ତି। ସଭା ସମିତିର ଭିଡ଼ କରିବା ପାଇଁ ସେମାନଙ୍କୁ ଡକାଯାଇଛି। ସେମାନେ ୟୁନିଫର୍ମ ପିନ୍ଧିଥିଲେ। ସଭା ଭଣ୍ଡୁର ଭୟରେ ତାଙ୍କୁ ଲୋଭ ଦେଖାଇ ଡ଼କାଯାଇଥିଲା। ପ୍ରଧାନମନ୍ତ୍ରୀ କହିଲେ ମହିଳା ବିକାଶର ମୂଳ ଆଧାର। ହେଲେ ସେମାନଙ୍କୁ ଦିନକୁ ୨୭ ଟଙ୍କା ଦେଉଛନ୍ତି। ଏତିକି ଟଙ୍କାରେ କଣ ଜଣେ ଆର୍ଥିକ କ୍ଷେତ୍ରରେ ସୁଦୃଢ ହୋଇ ପାରିବେ। ମୋଦି ଗ୍ୟାରେଣ୍ଟିର କୌଣସି ୱାରେଣ୍ଟି ନାହିଁ। ଏ ଯୋଜନା କୌଣସି କାମକୁ ନୁଁହେଁ । ଭାଜପା ସରକାର ମହିଳାଙ୍କ ପିଠିରେ ଓ ପେଟରେ ଲାତ ମାରିଛି ବୋଲି ବିଜେଡି ଅଭିଯୋଗ କରିଛି ।
The post ସୁଭଦ୍ରା ଯୋଜନାକୁ ନେଇ ମୋଦିଙ୍କୁ ଟାର୍ଗେଟ, ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ… appeared first on Dharitri Odia News.