ସୁଭଦ୍ରା ଯୋଜନାର ସଚେତନ ପାଇଁ ବିଶାଳ ଶୋଭାଯାତ୍ରା

କର୍ଲାମୁଣ୍ଡା,୧୫ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପ୍ରଶାସନ ତଥା ମିଶନ ଶକ୍ତି ପକ୍ଷରୁ ସୁଭଦ୍ରା ଯୋଜନାର ସଚେତନ ପାଇଁ ବିଶାଳ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଡିଓ ମଣ୍ଟୁ ଖମାରୀ, ସିଡିପିଓ କଳ୍ପଳତା ତ୍ରିପାଠୀ, ମିଶନ ଶକ୍ତି ବ୍ଲକ ଫେଡେରେଶନ ସଭାନେତ୍ରୀ ଜୟନ୍ତୀ ସାହୁ ମିଶନ ଶକ୍ତି ବିପିସି ବିପିନ ବାରିକ, ଓଡ଼ିଶା ଜୀବନ ଜୀବିକା ମିଶନ ଭାରପ୍ରାପ୍ତ ବିପିଏମ୍‌ ଲଳିତ କୁମାର ବିଶିଙ୍କ ନେତୃତ୍ୱରେ ଶତାଧିକ ସିଆରପି,ଏମ୍‌ବିକେ, ଫେଡେରେଶନ କର୍ମକର୍ତ୍ତା, […] The post ସୁଭଦ୍ରା ଯୋଜନାର ସଚେତନ ପାଇଁ ବିଶାଳ ଶୋଭାଯାତ୍ରା appeared first on Dharitri Odia News.

ସୁଭଦ୍ରା ଯୋଜନାର ସଚେତନ ପାଇଁ ବିଶାଳ ଶୋଭାଯାତ୍ରା

କର୍ଲାମୁଣ୍ଡା,୧୫ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପ୍ରଶାସନ ତଥା ମିଶନ ଶକ୍ତି ପକ୍ଷରୁ ସୁଭଦ୍ରା ଯୋଜନାର ସଚେତନ ପାଇଁ ବିଶାଳ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଡିଓ ମଣ୍ଟୁ ଖମାରୀ, ସିଡିପିଓ କଳ୍ପଳତା ତ୍ରିପାଠୀ, ମିଶନ ଶକ୍ତି ବ୍ଲକ ଫେଡେରେଶନ ସଭାନେତ୍ରୀ ଜୟନ୍ତୀ ସାହୁ ମିଶନ ଶକ୍ତି ବିପିସି ବିପିନ ବାରିକ, ଓଡ଼ିଶା ଜୀବନ ଜୀବିକା ମିଶନ ଭାରପ୍ରାପ୍ତ ବିପିଏମ୍‌ ଲଳିତ କୁମାର ବିଶିଙ୍କ ନେତୃତ୍ୱରେ ଶତାଧିକ ସିଆରପି,ଏମ୍‌ବିକେ, ଫେଡେରେଶନ କର୍ମକର୍ତ୍ତା, ସ୍ବୟଂ ସହାୟକ ଗୋଷ୍ଠୀ,ଆଇସିଡିଏସ୍‌ କର୍ମୀମାନେ ଯୋଗ ଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରାଟି ବ୍ଲକ ସଦର ମହକୁମାଠାରୁ ବାହାରି ରିଞ୍ଜା ଛକସ୍ଥିତ ଆତ୍ମା କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା।
ଏହି ଅବସରରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା,ଏଥିରେ ବିଡିଓ ସୁଭଦ୍ରା ଯୋଜନାକୁ ନେଇ ଯେମିତି ଲୋକଙ୍କ ପାଖରେ ଉପଯୁକ୍ତ ସୂଚନା ଦିଆଯାଇପାରିବ ସେ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହ ମହିଳାମାନେ କିପରି ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇ ପାରିବେ ତାହାରି ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଇଓ ସୁବ୍ରତ ରଣା, ନେତ୍ରରାଜ ତାଣ୍ଡି, ସୁରଜିତ ଡି ମାଝି ସହଯୋଗ କରିଥିଲେ। ସେହିପରି ରିଞ୍ଜା ପଞ୍ଚାୟତଠାରେ ସରପଞ୍ଚ ପଞ୍ଚାନନ ବାଗ, ଆଇସିଡିଏସ୍‌ କର୍ମୀ ପ୍ରଜ୍ଞା ପରିମିତା ସାହୁଙ୍କ ନେତୃତ୍ୱରେ ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ସଚେତନ କରିଥିଲେ।

The post ସୁଭଦ୍ରା ଯୋଜନାର ସଚେତନ ପାଇଁ ବିଶାଳ ଶୋଭାଯାତ୍ରା appeared first on Dharitri Odia News.