ସୁଭଦ୍ରା ଯୋଜନାରେ କେଉଁମାନେ ପାଇବେ ୫୦ ହଜାର ଟଙ୍କା? ଜାଣନ୍ତୁ କିଭଳି କରିବେ ଆବେଦନ ଏବଂ ଯୋଗ୍ୟତା 

ଭୁବନେଶ୍ୱର,୧୩।୬: ଓଡ଼ିଶାରେ ଭାଜପା ସରକାର ଗଢ଼ିବା ପରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଗାମୀ ୧୦୦ ଦିନ ମଧ୍ୟରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବ ବୋଲି କୁହାଯାଇଛି। ଏମିତିରେ ଅନେକ ଏହି ଯୋଜନା ବିଷୟରେ ଜାଣିବାକୁ ଆଗ୍ରହୀ। ଆସନ୍ତୁ ଜାଣିବା ସୁଭଦ୍ରା ଯୋଜନାରେ ମହିଳାମାନେ କିଭଳି ଭାବେ ଲାଭ ଉଠାଇପାରିବେ? ଓଡ଼ିଶାର ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। […] The post ସୁଭଦ୍ରା ଯୋଜନାରେ କେଉଁମାନେ ପାଇବେ ୫୦ ହଜାର ଟଙ୍କା? ଜାଣନ୍ତୁ କିଭଳି କରିବେ ଆବେଦନ ଏବଂ ଯୋଗ୍ୟତା  appeared first on Dharitri Odia News.

ସୁଭଦ୍ରା ଯୋଜନାରେ କେଉଁମାନେ ପାଇବେ ୫୦ ହଜାର ଟଙ୍କା? ଜାଣନ୍ତୁ କିଭଳି କରିବେ ଆବେଦନ ଏବଂ ଯୋଗ୍ୟତା 
ଭୁବନେଶ୍ୱର,୧୩।୬: ଓଡ଼ିଶାରେ ଭାଜପା ସରକାର ଗଢ଼ିବା ପରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଗାମୀ ୧୦୦ ଦିନ ମଧ୍ୟରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବ ବୋଲି କୁହାଯାଇଛି। ଏମିତିରେ ଅନେକ ଏହି ଯୋଜନା ବିଷୟରେ ଜାଣିବାକୁ ଆଗ୍ରହୀ। ଆସନ୍ତୁ ଜାଣିବା ସୁଭଦ୍ରା ଯୋଜନାରେ ମହିଳାମାନେ କିଭଳି ଭାବେ ଲାଭ ଉଠାଇପାରିବେ?
ଓଡ଼ିଶାର ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ସେଥିରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ୍‌ ଭାଉଚର ମିଳିବ। ୨ ବର୍ଷ ମଧ୍ୟରେ ଏହାକୁ ସେମାନେ ଖର୍ଚ୍ଚ କରିପାରିବେ। ତେବେ ଏହାକୁ ସେମାନେ କିଭଳି ପାଇବେ ଓ କିପରି କାର୍ଯ୍ୟକାରୀ କରିବେ ଜାଣନ୍ତୁ…
ଏହି ସୁଭଦ୍ରା ଯୋଜନାରେ ଆବେଦନ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ହୋଇପାରିବ । ମହିଳାମାନଙ୍କୁ ସଶକ୍ତ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ବିବାହିତ ମହିଳାମାନେ ଏହି ବ୍ୟବସ୍ଥା ଅନୁଯାୟୀ ୫୦,୦୦୦ ଟଙ୍କାର କୁପନ  ପାଇବେ । ଦୁଇ ବର୍ଷ ମଧ୍ୟରେ ଏହାକୁ ବ୍ୟବହାର କରାଯାଇପାରିବ।
ଏହି ଯୋଜନାରେ ଆବେଦନ କରିବା ପାଇଁ ଅନେକ ଡକ୍ୟୁମେଣ୍ଟ ସବୁ ଆବଶ୍ୟକ । ଅଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ ନମ୍ବର, ପାସପୋର୍ଟ ଫଟୋ, ଇନ୍‌କମ ସାର୍ଟିଫିକେଟ, ରାସନ କାର୍ଡ ଆଦି ଆବଶ୍ୟକ ।
ଏହି ଯୋଜନାର ଲାଭ ଉଠାଇବାକୁ ହେଲେ. ଆପଣ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ । ତେବେ କେବଳ ବିବାହିତ ମହିଳା ଏହି ଯୋଜନାର ଲାଭ ଉଠାଇପାରିବେ । ପ୍ରତି ପରିବାରର ଜଣଙ୍କୁ ଏହି ଯୋଜନାର ଲାଭ ମିଳିବ । ମହିଳାଙ୍କ ବୟସ ୨୩ରୁ ୫୯ ହୋଇଥିବା ଆବଶ୍ୟକ ।
ସବୁଠାରୁ ବଡ଼ କଥା ହେଉଛି, ସରକାରୀ ଚାକିରି କରିଥିବା ମହିଳା ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ । ପରବର୍ତ୍ତୀ ସମୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ ବୋଲି କୁହାଯାଉଛି ।
ତେବେ ଏଯାବତ ସରକାରଙ୍କ ପକ୍ଷରୁ କୌଣସି ଅଫିସିଆଲ ୱେବସାଇଟ ଲଞ୍ଚ କରିନାହାନ୍ତି । ଖୁବଶୀଘ୍ର ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗାଇଡଲାଇନ ଆସିବ ବୋଲି କୁହାଯାଉଛି ।

The post ସୁଭଦ୍ରା ଯୋଜନାରେ କେଉଁମାନେ ପାଇବେ ୫୦ ହଜାର ଟଙ୍କା? ଜାଣନ୍ତୁ କିଭଳି କରିବେ ଆବେଦନ ଏବଂ ଯୋଗ୍ୟତା  appeared first on Dharitri Odia News.