ସୂର୍ଯ୍ୟକୁମାରଙ୍କୁ ହଟାଇ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୬।୬: ଟି -୨୦ ବିଶ୍ୱକପ ୨୦୨୪ ମଧ୍ୟରେ ଆଇସିସି ଦ୍ୱାରା ଟି-୨୦ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଏଥର ର଼୍ୟାଙ୍କିଙ୍ଗରେ ବହୁତ ବଡ ଓଲଟପାଲଟ ଘଟିଛି। ବିଶେଷ କଥା ହେଉଛି ଦୀର୍ଘ ଦିନ ଧରି ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଭାରତର ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ତଳକୁ ଖସିଛନ୍ତି। ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ଟି-୨୦ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହେବାରେ ସଫଳ ହୋଇଛି। ଇଂଲଣ୍ଡର ଫିଲ ସଲ୍ଟ, ପାକିସ୍ତାନର ବାବର ଆଜ୍‌ମ ଏବଂ ମହମ୍ମଦ ରିଜୱାନ ମଧ୍ୟ […] The post ସୂର୍ଯ୍ୟକୁମାରଙ୍କୁ ହଟାଇ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌ appeared first on Dharitri Odia News.

ସୂର୍ଯ୍ୟକୁମାରଙ୍କୁ ହଟାଇ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୬।୬: ଟି -୨୦ ବିଶ୍ୱକପ ୨୦୨୪ ମଧ୍ୟରେ ଆଇସିସି ଦ୍ୱାରା ଟି-୨୦ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଏଥର ର଼୍ୟାଙ୍କିଙ୍ଗରେ ବହୁତ ବଡ ଓଲଟପାଲଟ ଘଟିଛି। ବିଶେଷ କଥା ହେଉଛି ଦୀର୍ଘ ଦିନ ଧରି ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଭାରତର ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ତଳକୁ ଖସିଛନ୍ତି। ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ଟି-୨୦ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହେବାରେ ସଫଳ ହୋଇଛି। ଇଂଲଣ୍ଡର ଫିଲ ସଲ୍ଟ, ପାକିସ୍ତାନର ବାବର ଆଜ୍‌ମ ଏବଂ ମହମ୍ମଦ ରିଜୱାନ ମଧ୍ୟ କ୍ଷତି ସହିଛନ୍ତି।
ଆଇସିସି ଦ୍ୱାରା ପ୍ରକାଶିତ ନୂତନ ଟି-୨୦ ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏଥର ସେ ଏକାସାଙ୍ଗରେ ୪ଟି ସ୍ଥାନକୁ ଡେଇଁଛନ୍ତି। ବର୍ତ୍ତମାନ ଟ୍ରାଭିସ ହେଡ୍ର ରେଟିଂ ୮୪୪ ହୋଇଛି। ଭାରତର ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବର୍ତ୍ତମାନ ସୂର୍ଯ୍ୟଙ୍କ ମୂଲ୍ୟାୟନ ହେଉଛି ୮୪୨। ଏହାର ଅର୍ଥ ହେଉଛି ପ୍ରଥମ ଏବଂ ଦ୍ୱିତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କେବଳ ଦୁଇଟି ରେଟିଂ ପଏଣ୍ଟର ପାର୍ଥକ୍ୟ ଅଛି।
ଇଂଲଣ୍ଡର ଫିଲ ସଲ୍ଟ ଗୋଟିଏ ସ୍ଥାନ ହରାଇଛନ୍ତି, ତାଙ୍କର ରେଟିଂ ବର୍ତ୍ତମାନ ୮୧୬। ପାକିସ୍ତାନର ବାବର ଆଜମ ମଧ୍ୟ ଗୋଟିଏ ସ୍ଥାନ ହରାଇଛନ୍ତି। ସେ ୭୫୫ ରେଟିଂ ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ପାକିସ୍ତାନର ମହମ୍ମଦ ରିଜୱାନ ବର୍ତ୍ତମାନ ୭୪୬ ରେଟିଂ ସହ ୫ ନମ୍ବରରେ ପହଞ୍ଚିଛନ୍ତି।

The post ସୂର୍ଯ୍ୟକୁମାରଙ୍କୁ ହଟାଇ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌ appeared first on Dharitri Odia News.