ସେକ୍ୟୁଲାରିଜିମ ଏକ ୟୁରୋପୀୟ ବିଚାରଧାରା, ଭାରତରେ ତା'ର କୌଣସି ଆବଶ୍ୟକତା ନାହିଁ: ତାମିଲନାଡୁ ରାଜ୍ୟପାଳ
ଚେନ୍ନାଇ: ସେକ୍ୟୁଲାରିଜିମ ନାଁରେ ଭାରତୀୟଙ୍କ ସହ ଠକେଇ ହେଉଛି। ଏହା ଏକ ୟୁରୋପୀୟନ ଶବ୍ଦ। ଭାରତରେ ତା’ର କୌଣସି ଆବଶ୍ୟକତା ନାହିଁ ବୋଲି ତାମିଲନାଡୁ ଗଭର୍ଣ୍ଣର ଆର୍ଏନ୍ ରବି କହିଛନ୍ତି। ସେପ୍ଟେମ୍ବର ୨୨ ତାରିଖରେ କନ୍ୟାକୁମାରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରବି ଏପରି କହିଛନ୍ତି।ଆର୍ଏନ ରବି କହିଛନ୍ତି “ଭାରତୀୟ ଲୋକଙ୍କ ସହ ଏକାଧିକ ଠକେଇ ହୋଇଛି। ସେଥିମଧ୍ୟରୁ ସେକ୍ୟୁଲାରିଜିମର ଅର୍ଥକୁ କଦର୍ଥ କରିବା ଅନ୍ୟତମ। ସେକ୍ୟୁଲାରିଜମ ମାନେ କ’ଣ? ସେକ୍ୟୁଲାରିଜିମ ଭାରତୀୟ ବିଚାରଧାରା ନୁହେଁ ଏହା ଏକ ୟୁରୋପୀୟନ ବିଚାରାଧାରା।”ସେକ୍ୟୁଲାରିଜିମର ଉତ୍ପତ୍ତି ସମ୍ପର୍କରେ ଆରଏନ ରବି କହିଛନ୍ତି ଯେ ୟୁରୋପରେ ଚର୍ଚ୍ଚ ଓ ରାଜାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ଏହି ଶବ୍ଦର ଉତ୍ପତ୍ତି ହୋଇଥିଲା। ସ୍ୱାଧୀନତା ସମୟରେ ସମ୍ବିଧାନ ଲେଖାଯାଉଥିବା ବେଳେ କେହି ଜଣେ ସେକ୍ୟୁଲାରିଜିମ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ରବି କହିଛନ୍ତି “ସମ୍ପୂର୍ଣ୍ଣ ସମ୍ବିଧାନ ସଭା କହିଥିଲା ଆମ ଦେଶରେ ସେକ୍ୟୁଲାରିଜିମ ଅଛି? ଏଥିରେ କୌଣସି ବିବାଦ ରହିଛି କି? ଭାରତ ଧର୍ମରୁ ଜନ୍ମ ନେଇଚି। ତେଣୁ ଧର୍ମକୁ ନେଇ କେମିତି ବିବାଦ ରହିବ? ସେକ୍ୟୁଲାରିଜମ ଗୋଟେ ୟୁରୋପିୟନ ବିଚାରଧାରା। ଏବଂ ଏହା ଭାରତରେ ରହିବା ଦରକାର। ଭାରତରେ ସେକ୍ୟୁଲାରିଜିମର କୌଣସି ଆବଶ୍ୟକତା ନାହିଁ। ” ଏହାପରେ ଆର୍ଏନରବି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା
ଚେନ୍ନାଇ: ସେକ୍ୟୁଲାରିଜିମ ନାଁରେ ଭାରତୀୟଙ୍କ ସହ ଠକେଇ ହେଉଛି। ଏହା ଏକ ୟୁରୋପୀୟନ ଶବ୍ଦ। ଭାରତରେ ତା’ର କୌଣସି ଆବଶ୍ୟକତା ନାହିଁ ବୋଲି ତାମିଲନାଡୁ ଗଭର୍ଣ୍ଣର ଆର୍ଏନ୍ ରବି କହିଛନ୍ତି। ସେପ୍ଟେମ୍ବର ୨୨ ତାରିଖରେ କନ୍ୟାକୁମାରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରବି ଏପରି କହିଛନ୍ତି।
ଆର୍ଏନ ରବି କହିଛନ୍ତି “ଭାରତୀୟ ଲୋକଙ୍କ ସହ ଏକାଧିକ ଠକେଇ ହୋଇଛି। ସେଥିମଧ୍ୟରୁ ସେକ୍ୟୁଲାରିଜିମର ଅର୍ଥକୁ କଦର୍ଥ କରିବା ଅନ୍ୟତମ। ସେକ୍ୟୁଲାରିଜମ ମାନେ କ’ଣ? ସେକ୍ୟୁଲାରିଜିମ ଭାରତୀୟ ବିଚାରଧାରା ନୁହେଁ ଏହା ଏକ ୟୁରୋପୀୟନ ବିଚାରାଧାରା।”
ସେକ୍ୟୁଲାରିଜିମର ଉତ୍ପତ୍ତି ସମ୍ପର୍କରେ ଆରଏନ ରବି କହିଛନ୍ତି ଯେ ୟୁରୋପରେ ଚର୍ଚ୍ଚ ଓ ରାଜାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ଏହି ଶବ୍ଦର ଉତ୍ପତ୍ତି ହୋଇଥିଲା। ସ୍ୱାଧୀନତା ସମୟରେ ସମ୍ବିଧାନ ଲେଖାଯାଉଥିବା ବେଳେ କେହି ଜଣେ ସେକ୍ୟୁଲାରିଜିମ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ରବି କହିଛନ୍ତି “ସମ୍ପୂର୍ଣ୍ଣ ସମ୍ବିଧାନ ସଭା କହିଥିଲା ଆମ ଦେଶରେ ସେକ୍ୟୁଲାରିଜିମ ଅଛି? ଏଥିରେ କୌଣସି ବିବାଦ ରହିଛି କି? ଭାରତ ଧର୍ମରୁ ଜନ୍ମ ନେଇଚି। ତେଣୁ ଧର୍ମକୁ ନେଇ କେମିତି ବିବାଦ ରହିବ? ସେକ୍ୟୁଲାରିଜମ ଗୋଟେ ୟୁରୋପିୟନ ବିଚାରଧାରା। ଏବଂ ଏହା ଭାରତରେ ରହିବା ଦରକାର। ଭାରତରେ ସେକ୍ୟୁଲାରିଜିମର କୌଣସି ଆବଶ୍ୟକତା ନାହିଁ। ”
ଏହାପରେ ଆର୍ଏନରବି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ। କାରଣ ଇନ୍ଦିରା ୧୯୭୬ରେ ସମ୍ବିଧାନର ପ୍ରସ୍ତାବନାରେ ସେକ୍ୟୁଲାରିଜିମର ଶବ୍ଦକୁ ଯୋଡ଼ିଥିଲେ। ଏନେଇ ରାଜ୍ୟପାଳ କହିଥିଲେ ୨୫ ବର୍ଷ ପରେ ଏମାର୍ଜେନ୍ସି ସମୟରେ ନିଜକୁ ଅସୁରକ୍ଷିତ ମଣୁଥିବା ଜଣେ ପ୍ରଧାନମନ୍ତ୍ରୀ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କର ତୁଷ୍ଟିକରଣ ପାଇଁ ସମ୍ବିଧାନରେ ସେକ୍ୟୁଲାରିଜମ ଶବ୍ଦ ଯୋଡ଼ିଥିଲେ ବୋଲି କହିଛନ୍ତି ତାମିଲ ନାଡୁ ରାଜ୍ୟପାଳ।