ସେବାଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ: କୃତୀ ଛାତ୍ରୀଙ୍କୁ ପୁରସ୍କୃତ
ନୂଆପଡ଼ା,୩ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୋସେଙ୍ଗ ସେବାଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଆର୍ତ୍ତତ୍ରାଣ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ମେଘରାଜ ମାଝି ମୁଖ୍ୟ ଅତିଥି, ସୁନାବେଡା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବଦାସ ଶବର, ସମିତି ସଭ୍ୟ ଆକବର ମାଝି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋବର୍ଦ୍ଧନ ମାଝି, ବିଷ୍ଣୁ ଧରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନ […] The post ସେବାଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ: କୃତୀ ଛାତ୍ରୀଙ୍କୁ ପୁରସ୍କୃତ appeared first on Dharitri Odia News.
ନୂଆପଡ଼ା,୩ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୋସେଙ୍ଗ ସେବାଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଆର୍ତ୍ତତ୍ରାଣ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ମେଘରାଜ ମାଝି ମୁଖ୍ୟ ଅତିଥି, ସୁନାବେଡା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବଦାସ ଶବର, ସମିତି ସଭ୍ୟ ଆକବର ମାଝି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋବର୍ଦ୍ଧନ ମାଝି, ବିଷ୍ଣୁ ଧରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀର ଜଗତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷା ହିଁ ସମାଜ ଗଠନର ମୂଳମନ୍ତ୍ର। ପ୍ରାଥମିକ ଶିକ୍ଷା ଛାତ୍ରୀଛାତ୍ରଙ୍କ ମୂଳଦୁଆ ବୋଲି ମତବ୍ୟକ୍ତ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ମୁଖ୍ୟଅତିଥି ମାନପତ୍ର ଦେଇ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷକ ବ୍ରଜେଶ କୁମାର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ଓ ପରିଚାଳନା କମିଟି ସଦସ୍ୟ ସହଯୋଗ କରିଥିଲେ।
The post ସେବାଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ: କୃତୀ ଛାତ୍ରୀଙ୍କୁ ପୁରସ୍କୃତ appeared first on Dharitri Odia News.