ସେମିଫାଇନାଲ ମ୍ୟାଚ୍ ପରେ ପିଚ୍କୁ ନେଇ ବିବାଦ, ରଶିଦ ଖାନ୍ ଉଠାଇଲେ ବଡ଼ ପ୍ରଶ୍ନ
ତ୍ରିନିଦାଦ,୨୭।୬: ଟି୨୦ ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମୁକାବିଲା ଶେଷ ହୋଇଛି। ଦକ୍ଷିଣ ଆଫ୍ରିକା ଏହି ମୁକାବିଲାକୁ ୯ ଉଇକେଟରେ ଜିତି ଫାଇନାଲରେ ପ୍ରବେଶ କରିଛି। ହେଲେ ଏହି ମୁକାବିଲା ଖେଳାଯାଇଥିବା ପିଚ୍କୁ ନେଇ ବିବାଦ ଉପୁଜିଛି। କାରଣ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆଫଗାନିସ୍ତାନ ମାତ୍ର ୫୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହାକୁ ନେଇ କ୍ରିକେଟ ବିଶେଷଜ୍ଞ ଏବଂ କମେଣ୍ଟେଟର୍ସ ଆଇସିସି ଉପରେ ପ୍ରଶ୍ନ ଉଠାଇଥିଲେ। ଏହି କ୍ରମରେ ଆଫଗାନିସ୍ତାନ ଅଧିନାୟକ ରଶିଦ ଖାନ ମଧ୍ୟ ବଡ଼ ଅଭିଯୋଗ କରିଛନ୍ତି। […] The post ସେମିଫାଇନାଲ ମ୍ୟାଚ୍ ପରେ ପିଚ୍କୁ ନେଇ ବିବାଦ, ରଶିଦ ଖାନ୍ ଉଠାଇଲେ ବଡ଼ ପ୍ରଶ୍ନ appeared first on Dharitri Odia News.
ତ୍ରିନିଦାଦ,୨୭।୬: ଟି୨୦ ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମୁକାବିଲା ଶେଷ ହୋଇଛି। ଦକ୍ଷିଣ ଆଫ୍ରିକା ଏହି ମୁକାବିଲାକୁ ୯ ଉଇକେଟରେ ଜିତି ଫାଇନାଲରେ ପ୍ରବେଶ କରିଛି। ହେଲେ ଏହି ମୁକାବିଲା ଖେଳାଯାଇଥିବା ପିଚ୍କୁ ନେଇ ବିବାଦ ଉପୁଜିଛି। କାରଣ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆଫଗାନିସ୍ତାନ ମାତ୍ର ୫୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହାକୁ ନେଇ କ୍ରିକେଟ ବିଶେଷଜ୍ଞ ଏବଂ କମେଣ୍ଟେଟର୍ସ ଆଇସିସି ଉପରେ ପ୍ରଶ୍ନ ଉଠାଇଥିଲେ। ଏହି କ୍ରମରେ ଆଫଗାନିସ୍ତାନ ଅଧିନାୟକ ରଶିଦ ଖାନ ମଧ୍ୟ ବଡ଼ ଅଭିଯୋଗ କରିଛନ୍ତି।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ। ହେଲେ ଦଳର ଖେଳାଳି ବ୍ୟାଟିଂ କରିବା ବେଳେ ପିଚ୍ରେ ସ୍ବିଂ ହେଉଥିବା ଦେଖିବାକୁ ପାଇଥିଲେ। ଏହାଛଡ଼ା ମଇଦାନରେ ଅନେକ ଫାଟ ରହିଥିଲା। ଏନେଇ ପିଚ୍ ରିପୋର୍ଟରେ ଦର୍ଶାଯାଇଥିଲା। କମେଣ୍ଟ୍ରି କରୁଥିବା ସଞ୍ଜୟ ମାଞ୍ଜରେକର ଏବଂ ନବଜୋତ ସିଂ ସିଦ୍ଧୁ ପିଚ୍କୁ ବହୁତ ଖରାପ ବୋଲି କହିଥିଲେ। ଏତେ ବଡ଼ ମ୍ୟାଚ୍ରେ ଏଭଳି ପିଚ୍ ପ୍ରସ୍ତୁତ କରିବା ନୈରାଶ୍ୟଜନକ ବୋଲି କହିଥିଲେ।
ରଶିଦ ଖାନ୍ ଆଇସିସିର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଟସ୍ ସମୟରେ ସେ କହିଥିଲେ ଯେ ତାଙ୍କ ବିମାନ ପ୍ରାୟ ୪ ଘଣ୍ଟା ବିଳମ୍ବରେ ତ୍ରିନିଦାଦରେ ପହଞ୍ଚିଥିଲା। ଏଣୁ ଦଳକୁ ଆରାମ କରିବା ଏବଂ ଅଭ୍ୟାସ କରିବାକୁ ସୁଯୋଗ ପାଇ ନ ଥିଲା। ଏହାର ପ୍ରଭାବ ମ୍ୟାଚ୍ ଉପରେ ପଡ଼ିଛି।
The post ସେମିଫାଇନାଲ ମ୍ୟାଚ୍ ପରେ ପିଚ୍କୁ ନେଇ ବିବାଦ, ରଶିଦ ଖାନ୍ ଉଠାଇଲେ ବଡ଼ ପ୍ରଶ୍ନ appeared first on Dharitri Odia News.