ସେଲଫି ପଏଣ୍ଟରେ ଗଦା ହେଉଛି ଆବର୍ଜନା

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ମୁଖ୍ୟ ପ୍ରବେଶପଥ ତଥା ଦାମୋଦରପୁର ନିକଟରେ ଥିବା ‘ମୋ ଗଞ୍ଜାମ’ ସେଲଫି ପଏଣ୍ଟଠାରେ ଅଳିଆ ଆବର୍ଜନା ପକାଯାଉଛି। ଏନ୍‌ଏସି ପ୍ରଶାସନ ଏହାକୁ ଡମ୍ପିଂୟାଡ ଭାବେ ବ୍ୟବହାର କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସେହିପରି ଜୟଶ୍ରୀ ଛକ ନିକଟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ବଚ୍ଛ ସର୍ବେକ୍ଷଣ ବୋର୍ଡ ସମ୍ମୁଖରେ ମଧ୍ୟ ସହରର କୁଢ଼କୁଢ଼ ଅଳିଆ ପକାଯାଉଛି। ଫଳରେ ଉକ୍ତ ରାସ୍ତାଦେଇ ଗଲାବେଳେ ଦୁର୍ଗନ୍ଧରେ ନାକ ଫାଟିପଡୁଛି। ମୋ ଗଞ୍ଜାମ ସେଲଫି […] The post ସେଲଫି ପଏଣ୍ଟରେ ଗଦା ହେଉଛି ଆବର୍ଜନା appeared first on Dharitri Odia News.

ସେଲଫି ପଏଣ୍ଟରେ ଗଦା ହେଉଛି ଆବର୍ଜନା

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ମୁଖ୍ୟ ପ୍ରବେଶପଥ ତଥା ଦାମୋଦରପୁର ନିକଟରେ ଥିବା ‘ମୋ ଗଞ୍ଜାମ’ ସେଲଫି ପଏଣ୍ଟଠାରେ ଅଳିଆ ଆବର୍ଜନା ପକାଯାଉଛି। ଏନ୍‌ଏସି ପ୍ରଶାସନ ଏହାକୁ ଡମ୍ପିଂୟାଡ ଭାବେ ବ୍ୟବହାର କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।

ସେହିପରି ଜୟଶ୍ରୀ ଛକ ନିକଟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ବଚ୍ଛ ସର୍ବେକ୍ଷଣ ବୋର୍ଡ ସମ୍ମୁଖରେ ମଧ୍ୟ ସହରର କୁଢ଼କୁଢ଼ ଅଳିଆ ପକାଯାଉଛି। ଫଳରେ ଉକ୍ତ ରାସ୍ତାଦେଇ ଗଲାବେଳେ ଦୁର୍ଗନ୍ଧରେ ନାକ ଫାଟିପଡୁଛି। ମୋ ଗଞ୍ଜାମ ସେଲଫି ପଏଣ୍ଟଠାରେ ଅଳିଆ ପଡ଼ୁଥିବାରୁ ସହରର ସୌନ୍ଦର୍ଯ୍ୟ ହାନି ଘଟୁଥିବା ବିଜେଡି ନଗର ସଭାପତି ସୁଧୀର କୁମାର ପାଢ଼ୀ ପ୍ରତିକ୍ରିୟାରେ ପ୍ରକାଶ କହିଛନ୍ତି।

ଏଥିସହ ତ୍ରିବେଣୀ ମଠ ଛକ ପାଖରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସମ୍ମୁଖ ମଧ୍ୟ ସଫା ରହୁ ନ ଥିବାରୁ ସେ ନିନ୍ଦା କରିଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ପୋତାଗଡ଼ରେ ଏବଂ ସହର ବାହାରେ ଜେଟିଘରଠାରେ ଏନ୍‌ଏସି ପ୍ରଶାସନ ଡମ୍ପିଂୟାଡ ନିର୍ମାଣ କରିଛି, କିନ୍ତୁ ଅଳିଆ ସେଠାକୁ ନିଆ ନ ଯିବା ଦୁର୍ଭାଗ୍ୟଜନକ ବୋଲି ସୁଧୀର କହିଛନ୍ତି।

The post ସେଲଫି ପଏଣ୍ଟରେ ଗଦା ହେଉଛି ଆବର୍ଜନା appeared first on Dharitri Odia News.