ସୋମନାଥଙ୍କ ଶରଣରେ ହାର୍ଦ୍ଦିକ ପାଣ୍ଡ୍ୟା: ଦେବଦେବଙ୍କୁ ପୂଜା କଲେ, ଆଶିଷ ମାଗିଲେ

ନୂଆଦିଲ୍ଲୀ,୦୬/୦୪: ଯେତେବେଳେ ସମୟ ଖରାପ ଆସେ ମଣିଷ ସେତେବେଳେ ଭଗବାନଙ୍କ ଶରଣ  ନିଏ । ଚଳିତ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି ।  ଯାହାକୁ ନେଇ ଇଣ୍ଡିଆନ୍ସର ପ୍ରଶଂସକମାନେ ସୋସିଆଲ  ମିଡିଆ ଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ତୀବ୍ର ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି । ଦଳର କ୍ରମାନ୍ୱୟରେ ପରାଜୟକୁ ନେଇ  ଅଧିନାୟକ ଚାପରେ ରହିଛନ୍ତି । ତେଣୁ ସେ ଏଭଳି  ସଙ୍କଟରୁ ରକ୍ଷା ପାଇବା ପାଇଁ ପ୍ରଭୁ ସୋମନାଥଙ୍କର ଶରଣ  ପଶିଛନ୍ତି । ଗୁଜରାଟର ପ୍ରଭାସ ପାଟଣାରେ ଥିବା ସୋମନାଥ ମନ୍ଦିରରେ ପାଣ୍ଡ୍ୟା ପୂଜା କରିଛନ୍ତି । ଏ ସଂପର୍କିତ ଫଟୋ ଓ  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର ଅଧିନାୟକ ଥିଲେ । କିନ୍ତୁ ଗତ ସଂସ୍କରଣ ପରେ ସେ ମୁମ୍ବାଇ ଦଳକୁ ଫେରିଥିଲେ । ରୋହିତ ଶର୍ମାଙ୍କୁ ହଟାଇ ଟିମ୍‌ ମ୍ୟାନେଜମେଣ୍ଟ ପାଣ୍ଡ୍ୟାଙ୍କୁ ନେତୃତ୍ୱ ଦେଇଥିଲା । ଯାହାକୁ ନେଇ ମୁମ୍ବାଇର  ପ୍ରଶଂସକମାନେ ଆଦୌ ଖୁସି ନଥିଲେ । ଏପର୍ଯ୍ୟନ୍ତ  ଦଳ ସିଜନରେ ପଏଣ୍ଟ ଖାତା ଖୋଲି ନପାରିବାରୁ ପାଣ୍ଡ୍ୟାଙ୍କୁ ସମାଲୋଚନା କରାଯାଉଛି । #WATCH | Gujarat: Indian Cricket Team all-rounder Hardik Pandya offers prayers at Somnath Temple.Source: Somnath Temple Trust pic.twitter.com/F8n05Q1LSA— ANI (@ANI) April 5

ସୋମନାଥଙ୍କ ଶରଣରେ ହାର୍ଦ୍ଦିକ ପାଣ୍ଡ୍ୟା: ଦେବଦେବଙ୍କୁ ପୂଜା କଲେ, ଆଶିଷ ମାଗିଲେ

ନୂଆଦିଲ୍ଲୀ,୦୬/୦୪: ଯେତେବେଳେ ସମୟ ଖରାପ ଆସେ ମଣିଷ ସେତେବେଳେ ଭଗବାନଙ୍କ ଶରଣ  ନିଏ । ଚଳିତ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି ।  ଯାହାକୁ ନେଇ ଇଣ୍ଡିଆନ୍ସର ପ୍ରଶଂସକମାନେ ସୋସିଆଲ  ମିଡିଆ ଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ତୀବ୍ର ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି । 

ଦଳର କ୍ରମାନ୍ୱୟରେ ପରାଜୟକୁ ନେଇ  ଅଧିନାୟକ ଚାପରେ ରହିଛନ୍ତି । ତେଣୁ ସେ ଏଭଳି  ସଙ୍କଟରୁ ରକ୍ଷା ପାଇବା ପାଇଁ ପ୍ରଭୁ ସୋମନାଥଙ୍କର ଶରଣ  ପଶିଛନ୍ତି । ଗୁଜରାଟର ପ୍ରଭାସ ପାଟଣାରେ ଥିବା ସୋମନାଥ ମନ୍ଦିରରେ ପାଣ୍ଡ୍ୟା ପୂଜା କରିଛନ୍ତି । ଏ ସଂପର୍କିତ ଫଟୋ ଓ  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର ଅଧିନାୟକ ଥିଲେ । କିନ୍ତୁ ଗତ ସଂସ୍କରଣ ପରେ ସେ ମୁମ୍ବାଇ ଦଳକୁ ଫେରିଥିଲେ । ରୋହିତ ଶର୍ମାଙ୍କୁ ହଟାଇ ଟିମ୍‌ ମ୍ୟାନେଜମେଣ୍ଟ ପାଣ୍ଡ୍ୟାଙ୍କୁ ନେତୃତ୍ୱ ଦେଇଥିଲା । ଯାହାକୁ ନେଇ ମୁମ୍ବାଇର  ପ୍ରଶଂସକମାନେ ଆଦୌ ଖୁସି ନଥିଲେ । ଏପର୍ଯ୍ୟନ୍ତ  ଦଳ ସିଜନରେ ପଏଣ୍ଟ ଖାତା ଖୋଲି ନପାରିବାରୁ ପାଣ୍ଡ୍ୟାଙ୍କୁ ସମାଲୋଚନା କରାଯାଉଛି । 


ପୁଣି ରୋହିତଙ୍କୁ ବାଉଣ୍ଡାରୀ ଜଗାଇବା ଏବଂ ଯଶପ୍ରୀତ ବୁମରାଙ୍କୁ ତୃତୀୟ  ନମ୍ବରରେ ବୋଲିଂ କରିବାକୁ ନେଇ ପ୍ରଶଂସକ ଉତ୍‌କ୍ଷିପ୍ତ  ହୋଇଥିଲେ । ଯାହାବି ହେଉ, ସିଜନର ପରବର୍ତ୍ତୀ ମ୍ୟାଚ୍‌  ପାଇଁ ପାଣ୍ଡ୍ୟା ସୋମନାଥଙ୍କୁ ପୂଜା କରିବା ପରେ ଦଳ  ଏଥର ପଏଣ୍ଟ ଖାତା ଖୋଲିବ ବୋଲି ଆଶା କରାଯାଉଛି । 

ସିଜନର ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ୬ ରନ୍‌ରେ  ଗୁଜରାଟ ଟାଇଟନ୍ସ, ଦ୍ୱିତୀୟ ମ୍ୟାଚ୍‌ରେ ୩୧ ରନ୍‌ରେ  ହାଇଦ୍ରାବାଦ ଏବଂ ତୃତୀୟ ମ୍ୟାଚ୍‌ରେ ୬ ୱିକେଟ୍‌ରେ  ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିଲା । ଚତୁର୍ଥ  ମ୍ୟାଚ୍‌ରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ଘରୋଇ ଗ୍ରାଉଣ୍ଡରେ   ଭେଟିବ । ଏହି ମ୍ୟାଚ୍‌ ୭ ତାରିଖରେ ଖେଳାଯିବ ।