ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓସ୍ମା ବିନ୍ ବିୟର, ଦାମ୍ ରହିଛି…
ଲଣ୍ଡନ,୨୩ା୫: ଭାରତର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ନେତା ଓସ୍ମା ବିନ୍ ଲାଡେନଙ୍କ ନାମରେ ଏକ ବିୟର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିୟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାର ବିକ୍ରି ମଧ୍ୟ ବୃଦ୍ଧି ପାଇଛି। ଏକ ରିପୋର୍ଟ ଅନୁଯାୟୀ, ଏହି ବିୟରର ଚାହିଦା ଏତେ ଅଧିକ ଯେ ମିଶେଲ ବ୍ରୁଇଂ କମ୍ପାନୀର କର୍ମଚାରୀମାନଙ୍କୁ କିଛି ସମୟ ପାଇଁ ଲୋକଙ୍କ ଫୋନ୍ କାଟିବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ, କର୍ମଚାରୀମାନେ ମଧ୍ୟ କିଛି ସମୟ […] The post ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓସ୍ମା ବିନ୍ ବିୟର, ଦାମ୍ ରହିଛି… appeared first on Dharitri Odia News.
ଲଣ୍ଡନ,୨୩ା୫: ଭାରତର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ନେତା ଓସ୍ମା ବିନ୍ ଲାଡେନଙ୍କ ନାମରେ ଏକ ବିୟର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିୟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାର ବିକ୍ରି ମଧ୍ୟ ବୃଦ୍ଧି ପାଇଛି।
ଏକ ରିପୋର୍ଟ ଅନୁଯାୟୀ, ଏହି ବିୟରର ଚାହିଦା ଏତେ ଅଧିକ ଯେ ମିଶେଲ ବ୍ରୁଇଂ କମ୍ପାନୀର କର୍ମଚାରୀମାନଙ୍କୁ କିଛି ସମୟ ପାଇଁ ଲୋକଙ୍କ ଫୋନ୍ କାଟିବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ, କର୍ମଚାରୀମାନେ ମଧ୍ୟ କିଛି ସମୟ ପାଇଁ ସେମାନଙ୍କର ଓ୍ବେବ୍ସାଇଟ୍ ବନ୍ଦ କରିଦେଇଥିଲେ।
କମ୍ପାନୀର ଓ୍ବେବ୍ସାଇଟ୍ ଅନୁଯାୟୀ, ଏହା ହେଉଛି ସେମାନଙ୍କର ସବୁଠାରୁ ଲୋକପ୍ରିୟ ଉତ୍ପାଦନ ଏବଂ ଏକ ସାଇଟ୍ରସ୍ ସ୍ବାଦ ସହିତ ହାଲୁକା ତାଜା ଲେଜର ବିୟର। ଏହାର ଲେବଲରେ ୨୦୧୧ରେ ନିହତ ହୋଇଥିବା ଅଲ୍ କାଏଦା ନେତାଙ୍କ ଏକ କାର୍ଟୁନ ରହିଛି।
ଉଲ୍ଲେଖଯୋଗ୍ୟ, ବିଲିଙ୍ଗହାଇ, ଲିଙ୍କନଶିୟର ଭିତ୍ତିକ ସଂସ୍ଥା କିମ୍ ଜୋଙ୍ଗ ଆଲେ ଏବଂ ପୁଟିନଙ୍କ ପୋର୍ଟର ମଧ୍ୟ ଉତ୍ପାଦନ କରିଥାଏ। ବ୍ରୁଇରି ଏବଂ ପବ ଏକ ଦମ୍ପତିଙ୍କ ଦ୍ୱାରା ପରିଚାଳିତ – ଲୁକ ଏବଂ କ୍ୟାଥରିନ ମିଶେଲ।
ବିୟରର ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ମିଶେଲ କହିଛନ୍ତି, ଯେ କିଛିଦିନ ହେବ ସକାଳୁ ଲକ୍ଷଲକ୍ଷ ଲୋକଙ୍କ ଫୋନ୍। ତାଙ୍କ ସ୍ତ୍ରୀ କହିଛନ୍ତି, ଏହା ପାଗଳାମୀ। ଗତ ୪୮ ଘଣ୍ଟା ପାଇଁ ଫୋନ୍ବନ୍ଦ ହେଉନାହିଁ ।
ମିଶେଲ କହିଛନ୍ତି, ଲୋକମାନେ ପାନୀୟର ନାଁ ଦେଖି ହସନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବାର୍ରେ ନାଁ ଦେଖି ସମସ୍ତେ ହସନ୍ତି॥ ମୁଁ ଭାବୁଛି ସର୍ବଦା କାହାକୁ ଅପମାନିତ କରିବାର ଆଶଙ୍କା ଥାଏ।
ଏହି ବିୟର ପ୍ରତ୍ୟେକ ବ୍ୟାରେଲରୁ ବ୍ରୁଇଂ କମ୍ପାନୀ ଏକ ଦାନକାରୀ ସଂସ୍ଥାକୁ ୧୦ ୟୁରୋ ପ୍ରଦାନ କରିଥାଏ। ଯାହା ୯/୧୧ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତମାନଙ୍କୁ ସାହାଯ୍ୟ କରିଥାଏ।
The post ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓସ୍ମା ବିନ୍ ବିୟର, ଦାମ୍ ରହିଛି… appeared first on Dharitri Odia News.