ସ୍କାମର୍ଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ବନ୍ଦ ହେବ ୩୦ ହଜାର ମୋବାଇଲ୍ ନମ୍ବର
ନୂଆଦିଲ୍ଲୀ: ସ୍କାମରଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ସରକାର। ଆଜିକାଲି ଅଧିକାଂଶ ସମୟରେ ବକେୟା ବିଲ୍କୁ ନେଇ ଘରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ନେଇ ମେସେଜ୍ ମାନ ସମସ୍ତଙ୍କ ପାଖକୁ ଆସୁଛି। ଏହାବ୍ୟତୀତ କେୱାଇଓି ସମ୍ପର୍କିତ ମେସେଜ୍ ପ୍ରାୟତଃ ଆସୁଛି। ଉଭୟ ନକଲି ମେସେଜ୍ ମାଧ୍ୟମରେ ଲୋକମାନଙ୍କୁ ସେମାନଙ୍କର ଫାଶରେ ପକାଇ ପ୍ରତାରଣା କରୁଛନ୍ତି ଠକ ବା ସ୍କାମରମାନେ। ଏଭଳି ଠକମାନଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ କେନ୍ଦ୍ର ସରକାର […]

ନୂଆଦିଲ୍ଲୀ: ସ୍କାମରଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ସରକାର। ଆଜିକାଲି ଅଧିକାଂଶ ସମୟରେ ବକେୟା ବିଲ୍କୁ ନେଇ ଘରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ନେଇ ମେସେଜ୍ ମାନ ସମସ୍ତଙ୍କ ପାଖକୁ ଆସୁଛି। ଏହାବ୍ୟତୀତ କେୱାଇଓି ସମ୍ପର୍କିତ ମେସେଜ୍ ପ୍ରାୟତଃ ଆସୁଛି। ଉଭୟ ନକଲି ମେସେଜ୍ ମାଧ୍ୟମରେ ଲୋକମାନଙ୍କୁ ସେମାନଙ୍କର ଫାଶରେ ପକାଇ ପ୍ରତାରଣା କରୁଛନ୍ତି ଠକ ବା ସ୍କାମରମାନେ। ଏଭଳି ଠକମାନଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ କେନ୍ଦ୍ର ସରକାର ଦେଶର ୩୦ ହଜାରରୁ ଅଧିକ ମୋବାଇଲ୍ ନମ୍ବର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଏହି ନମ୍ବର ବ୍ୟବହାର କରାଯାଇଥିବା ମୋବାଇଲ୍ ଫୋନ୍ଗୁଡିକୁ ବ୍ଲକ୍ ବା ଅବରୋଧ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାନୁଯାୟୀ, ସ୍କାମରମାନଙ୍କ ସହ ଜଡିତ ପ୍ରାୟ ୩୦ ହଜାର ନମ୍ବର ଏବଂ ୪୦୦ ମୋବାଇଲକୁ ଅବରୋଧ କରିବାକୁ ଟେଲିକମ୍ ବିଭାଗ ନିର୍ଦ୍ଦେଶ ଦେଇଛି। ବାସ୍ତବରେ ଏହି ସମସ୍ତ ମୋବାଇଲ୍ ନମ୍ବର ମୋବାଇଲ୍ ସ୍କାମରେ ଜଡିତ ଥିଲା। ଏହି ନମ୍ବରରୁ ଲୋକଙ୍କୁ ନକଲି ମେସେଜ୍ ପଠାଯାଇଥିଲା ଏବଂ ପରେ ସେମାନଙ୍କୁ ପ୍ରତାରଣା କରାଯାଇଥିଲା। ଦୂରସଞ୍ଚାର ବିଭାଗର ଚକ୍ଷୁ ପୋର୍ଟାଲରେ ଆସିଥିବା ଅଭିଯୋଗ ଆଧାରରେ ଟେଲିକମ୍ ବିଭାଗ ଏହି ପଦକ୍ଷେପ ନେଇଛି। ଯଦି ଏପରି ବାର୍ତ୍ତା ପାଆନ୍ତି କେୱାଇସିର ଅନୁପାଳନ ହେତୁ ବିଦ୍ୟୁତ୍ ସଂଯୋଗ କଟାଯିବ ବୋଲି ଦାବି କରାଯାଇ ଆପଣଙ୍କ ନିକଟକୁ ମୋବାଇଲ ମେସେଜ୍ ଆସୁଥାଏ ତେବେ ଚକ୍ଷୁ ପୋର୍ଟାଲରେ ସେହି ନମ୍ବର ବିଷୟରେ ଅଭିଯୋଗ କରିବାକୁ ଟେଲିକମ୍ ବିଭାଗ ପରାମର୍ଶ ଦେଇଛି। ଏହା ବ୍ୟତୀତ, ଆପଣ ଏହି ସାଇଟ୍ରେ ଯେ କୌଣସି ସମ୍ଭାବ୍ୟ ଠକେଇ କିମ୍ବା ସ୍କାମ୍ ନମ୍ବର ସମ୍ପର୍କରେ ରିପୋର୍ଟ କରିପାରିବେ।