ସ୍କୁଟି ଧକ୍କାରେ ଚାଲିଗଲା ସାଇକେଲ ଚାଳକଙ୍କ ଜୀବନ
ବଡ଼ଗାଁ,୨୧ା୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମାଟିଆ ଗାଁ ରାସ୍ତାରେ ସ୍କୁଟି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଏକମା ମହାକୁଲ ପଡ଼ାର ବିଷ୍ଣୁ ପୋଡ଼ (୫୫)। ଏନେଇ ବଡ଼ଗାଁ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ମିଳିଥିବା ସୂଚନା ମୁତବକ, ବିଷ୍ଣୁ ସାଇକେଲ ଯୋଗେ ଲାଲମାଟିଆ ଯାଉଥିଲେ। ଏହି ସମୟରେ ତାଙ୍କ ସାଇକେଲ ଖରାପ ହୋଇଯାଇଥିଲା। ସେ ସାଇକେଲରୁ ଓହ୍ଲାଇ […] The post ସ୍କୁଟି ଧକ୍କାରେ ଚାଲିଗଲା ସାଇକେଲ ଚାଳକଙ୍କ ଜୀବନ appeared first on Dharitri Odia News.
ବଡ଼ଗାଁ,୨୧ା୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମାଟିଆ ଗାଁ ରାସ୍ତାରେ ସ୍କୁଟି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଏକମା ମହାକୁଲ ପଡ଼ାର ବିଷ୍ଣୁ ପୋଡ଼ (୫୫)।
ଏନେଇ ବଡ଼ଗାଁ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ମିଳିଥିବା ସୂଚନା ମୁତବକ, ବିଷ୍ଣୁ ସାଇକେଲ ଯୋଗେ ଲାଲମାଟିଆ ଯାଉଥିଲେ। ଏହି ସମୟରେ ତାଙ୍କ ସାଇକେଲ ଖରାପ ହୋଇଯାଇଥିଲା। ସେ ସାଇକେଲରୁ ଓହ୍ଲାଇ ସଜାଡୁଥିବା ବେଳେ ପଛରୁ ଆସୁଥିବା ଏକ ସ୍କୁଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍କୁଟି ଚାଳକ ଫେରାର ହୋଇଯାଇଛନ୍ତି।
The post ସ୍କୁଟି ଧକ୍କାରେ ଚାଲିଗଲା ସାଇକେଲ ଚାଳକଙ୍କ ଜୀବନ appeared first on Dharitri Odia News.