ସ୍କୁଟି ସହ ଗଞ୍ଜେଇ ଜବତ, ଦୁଇ ଗିରଫ

ହରଭଙ୍ଗା :ହରଭଙ୍ଗା ଅବକାରୀ ଥାନା ପକ୍ଷରୁ ସୋମବାର ଭୀମଖୋଲ ନିକଟରୁ ଏକ ସ୍କୁଟି ଗାଡି ସହ ଗଞ୍ଜେଇ ବସ୍ତା ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଫୁଲବାଣୀରୁ ଚାରିଛକ ଆଡ଼କୁ ଏକ ସ୍କୁଟି ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ଚାରିଛକ – ଫୁଲବାଣୀ ରାସ୍ତାର ଭୀମଖୋଲ ନିକଟରୁ ସ୍କୁଟି ଗାଡି ସହ ୦୬ କେ. ଜି ଓଜନର ଗଞ୍ଜେଇ […]

ସ୍କୁଟି ସହ ଗଞ୍ଜେଇ ଜବତ, ଦୁଇ ଗିରଫ

ହରଭଙ୍ଗା :ହରଭଙ୍ଗା ଅବକାରୀ ଥାନା ପକ୍ଷରୁ ସୋମବାର ଭୀମଖୋଲ ନିକଟରୁ ଏକ ସ୍କୁଟି ଗାଡି ସହ ଗଞ୍ଜେଇ ବସ୍ତା ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଫୁଲବାଣୀରୁ ଚାରିଛକ ଆଡ଼କୁ ଏକ ସ୍କୁଟି ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ଚାରିଛକ – ଫୁଲବାଣୀ ରାସ୍ତାର ଭୀମଖୋଲ ନିକଟରୁ ସ୍କୁଟି ଗାଡି ସହ ୦୬ କେ. ଜି ଓଜନର ଗଞ୍ଜେଇ ବସ୍ତା ଜବତ କରିଛି। ଏହି ଘଟଣାରେ ଦେବରାଜ ଜଗଦଲା (୩୨), ନନ୍ଦ କିଶୋର ସାହୁ (୨୪)ଙ୍କୁ ଗିରଫ କରି କୋର୍ଟ ଚାଲା କରାଯାଇଥିବା ହରଭଙ୍ଗା ଅବକାରୀ ସବ ଇନିସ୍ପେକ୍ଟର ମମତା ନାଏକ ସୂଚନା ଦେଇଛନ୍ତି।