ସ୍କ୍ରବ୍‌ ଟାଇଫସ୍‌: ବରଗଡ଼ରେ ୩ ମୃତ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ଜିଲାର ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ଗ୍ରାମର ସରୋଜ ପ୍ରଧାନ(୪୨), ପଦ୍ମପୁରର ସଖୀ ପ୍ରଧାନ(୭୦) ଏବଂ ପଦ୍ମପୁରର ଶିଖା ରଣା(୧୬)। ଗତ ସପ୍ତାହକ ମଧ୍ୟରେ ଜିଲାର ବିଭିନ୍ନ ଘରୋଇ ଡାକ୍ତରଖାନାରେ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ନିରୁପମା ଷଡ଼ଙ୍ଗୀ କହିଛନ୍ତି। ସେ ଆହୁରି କହିଛନ୍ତି, […] The post ସ୍କ୍ରବ୍‌ ଟାଇଫସ୍‌: ବରଗଡ଼ରେ ୩ ମୃତ appeared first on Dharitri Odia News.

ସ୍କ୍ରବ୍‌ ଟାଇଫସ୍‌: ବରଗଡ଼ରେ ୩ ମୃତ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ଜିଲାର ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ଗ୍ରାମର ସରୋଜ ପ୍ରଧାନ(୪୨), ପଦ୍ମପୁରର ସଖୀ ପ୍ରଧାନ(୭୦) ଏବଂ ପଦ୍ମପୁରର ଶିଖା ରଣା(୧୬)। ଗତ ସପ୍ତାହକ ମଧ୍ୟରେ ଜିଲାର ବିଭିନ୍ନ ଘରୋଇ ଡାକ୍ତରଖାନାରେ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ନିରୁପମା ଷଡ଼ଙ୍ଗୀ କହିଛନ୍ତି। ସେ ଆହୁରି କହିଛନ୍ତି, ଗତ ୧୦ ତାରିଖ ସୁଦ୍ଧା ଜିଲା ମୁଖ୍ୟ ଡାକ୍ତରଖାନାରେ ୨୦ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ଏବଂ ସେମାନେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି। ଏପର୍ଯ୍ୟନ୍ତ ଜିଲା ମୁଖ୍ୟ ଡାକ୍ତରଖାନାରେ କୌଣସି ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଭର୍ତ୍ତି ହୋଇ ନ ଥିବା ସିଡିଏମ୍‌ଓ ଡା. ଷଡ଼ଙ୍ଗୀ କହିଛନ୍ତି। ସ୍କ୍ରବ୍‌ ଟାଇଫସ୍‌ ପରୀକ୍ଷା ପାଇଁ ଜିଲାର ସବ୍‌ ସେଣ୍ଟରଠାରୁ ଆରମ୍ଭ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍ଦିଷ୍ଟ କିଟ୍‌ ପଠାଯାଇଛି ଏବଂ ଜିଲା ମୁଖ୍ୟ ଡାକ୍ତରଖାନାରେ ଏଲିସା ଟେଷ୍ଟ କରାଯାଉଥିବା ସେ ସୂଚନା ଦେଇଛନ୍ତି। ସେହିପରି ସ୍କ୍ରବ୍‌ ଟାଇଫସ୍‌ ନେଇ ଜିଲାରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଏହି ରୋଗର ଲକ୍ଷଣ ଦେଖାଦେଲେ ଅର୍ଥାତ୍‌ ଦୀର୍ଘଦିନ ଧରି ଜ୍ୱର ନ ଛାଡ଼ିଲେ ରକ୍ତ ନମୁନା ପରୀକ୍ଷା କରିବା ପାଇଁ ସିଡିଏମ୍‌ଓ ଡା. ଷଡଙ୍ଗୀ ପରାମର୍ଶ ଦେଇଛନ୍ତି। ଏହାସହିତ ସ୍କ୍ରବ ଟାଇଫସ୍‌ ରୋଗୀଙ୍କ ସମ୍ପର୍କରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ତୁରନ୍ତ ସୂଚନା ଦେବା ପାଇଁ ଜିଲାର ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

The post ସ୍କ୍ରବ୍‌ ଟାଇଫସ୍‌: ବରଗଡ଼ରେ ୩ ମୃତ appeared first on Dharitri Odia News.