ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ନର୍ଲା ବ୍ଳକରୁ ଦୁଇଥର ଅଧ୍ୟକ୍ଷା ଥିବା ମନୋରମାଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ମୁନା। ନର୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କେସିଙ୍ଗା ବ୍ଳକର କସୃପଡା, ତୁର୍ଲାଖମନ, ତୁଣ୍ଡଳା, ହାତିଖୋଜ, ସିରଜାପାଲି, ବେଲଖଣ୍ଡି ଆଦି ୯ଟି ଗ୍ରାମ ପଞ୍ଚାୟତରେ ପ୍ରଚଣ୍ଡ ଟାଣ ଖରାକୁ ଖାତିର […] The post ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ appeared first on Dharitri Odia News.

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ନର୍ଲା ବ୍ଳକରୁ ଦୁଇଥର ଅଧ୍ୟକ୍ଷା ଥିବା ମନୋରମାଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ମୁନା। ନର୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କେସିଙ୍ଗା ବ୍ଳକର କସୃପଡା, ତୁର୍ଲାଖମନ, ତୁଣ୍ଡଳା, ହାତିଖୋଜ, ସିରଜାପାଲି, ବେଲଖଣ୍ଡି ଆଦି ୯ଟି ଗ୍ରାମ ପଞ୍ଚାୟତରେ ପ୍ରଚଣ୍ଡ ଟାଣ ଖରାକୁ ଖାତିର ନ କରି ଦଳୀୟ କର୍ମୀଙ୍କ ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି।
ନର୍ଲା ନିର୍ବାଚନ ମଣ୍ଡଳୀ ରାଜ୍ୟର ଏକ ମୁଖ୍ୟ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ରୁ ଭକ୍ତ ଚରଣ ଦାଶ, ଭାଜପାରୁ ଅନିରୁଦ୍ଧ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ସ୍ବାଧୀନତା ପ୍ରାର୍ଥୀ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀ ଏକ ମର୍ଯ୍ୟାଦା ଓ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସ୍ବାଭିମାନ ଓ ସମ୍ମାନର କଥା କହି ନିଜ ସ୍ତ୍ରୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ସ୍ବାମୀ ମୁନା ମହାନ୍ତି।
ସୂଚନାଯୋଗ୍ୟ, ଏଥର ନର୍ଲା ନିର୍ବାଚନମଣ୍ଡଳୀରେ ଲଢେଇ ଜୋରଦାର ହେବାକୁ ଯାଉଛି। ଭାଜପାରୁ ଅନିରୁଦ୍ଧ ପ୍ରଧାନ ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ମନୋରମା ମହାନ୍ତି ଓ କଂଗ୍ରେସରୁ ଭକ୍ତ ଚରଣ ଦାଶଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ।

The post ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ appeared first on Dharitri Odia News.