ସ୍ତ୍ରୀଙ୍କ ସହ ଝଗଡ଼ା କରି ୨୦ଟି କାର ଭାଙ୍ଗିଦେଲେ ବ୍ୟକ୍ତି, ପୂରା ଘଟଣା ଜାଣିଲେ …

ସ୍ତ୍ରୀଙ୍କ  ସାଙ୍ଗରେ ଝଗଡ଼ା କରି  ଗୋଟିଏ କି ଦୁଇଟି ନୁହେଁ ଭାଙ୍ଗିଦେଲେ  କୋଡ଼ିଏ କୋଡ଼ିଏଟି କାର। ଏଭଳି ଏକ ଘଟଣା ଘଟିଛି  ଚେନ୍ନାଇରେ। ନିକଟରେ ଏହି ଘଟଣା ଘଟିଥିବା ବେଳେ ଗ୍ୟାରେଜ ନିକଟ ପାର୍କିଂ  ଏରିଆରେ ଲାଗିଥିବା  ସିସିଟିଭିରୁ  ଏହା ଜଣାପଡ଼ିଥିଲା। ସ୍ତ୍ରୀଙ୍କ  ସହ ଝଗଡା ପରେ ବୁବାଲାନ ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତି  ଏପରି କରିଥିଲେ।  ଏହି ସମସ୍ତ କାର ତାଙ୍କ ଘର ନିକଟ ଗ୍ୟାରେଜରେ ରଖାଯାଇଥିଲା । ଚେନ୍ନାଇ ପୋଲିସ ସୂଚନାନୁସାରେ, ସେକେଣ୍ଡ  […] The post ସ୍ତ୍ରୀଙ୍କ ସହ ଝଗଡ଼ା କରି ୨୦ଟି କାର ଭାଙ୍ଗିଦେଲେ ବ୍ୟକ୍ତି, ପୂରା ଘଟଣା ଜାଣିଲେ … appeared first on Dharitri Odia News.

ସ୍ତ୍ରୀଙ୍କ ସହ ଝଗଡ଼ା କରି ୨୦ଟି କାର ଭାଙ୍ଗିଦେଲେ ବ୍ୟକ୍ତି, ପୂରା ଘଟଣା ଜାଣିଲେ …
ସ୍ତ୍ରୀଙ୍କ  ସାଙ୍ଗରେ ଝଗଡ଼ା କରି  ଗୋଟିଏ କି ଦୁଇଟି ନୁହେଁ ଭାଙ୍ଗିଦେଲେ  କୋଡ଼ିଏ କୋଡ଼ିଏଟି କାର। ଏଭଳି ଏକ ଘଟଣା ଘଟିଛି  ଚେନ୍ନାଇରେ। ନିକଟରେ ଏହି ଘଟଣା ଘଟିଥିବା ବେଳେ ଗ୍ୟାରେଜ ନିକଟ ପାର୍କିଂ  ଏରିଆରେ ଲାଗିଥିବା  ସିସିଟିଭିରୁ  ଏହା ଜଣାପଡ଼ିଥିଲା। ସ୍ତ୍ରୀଙ୍କ  ସହ ଝଗଡା ପରେ ବୁବାଲାନ ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତି  ଏପରି କରିଥିଲେ।  ଏହି ସମସ୍ତ କାର ତାଙ୍କ ଘର ନିକଟ ଗ୍ୟାରେଜରେ ରଖାଯାଇଥିଲା ।
ଚେନ୍ନାଇ ପୋଲିସ ସୂଚନାନୁସାରେ, ସେକେଣ୍ଡ  ହ୍ୟାଣ୍ଡ କାର୍‌ ଶୋରୁମର ମାଲିକ ସକାଳେ ଗ୍ୟାରେଜ ଖୋଲିବା ପରେ  ଗାଡିଗୁଡିକ ଭାଙ୍ଗିଥିବା ସେ ଦେଖିବାକୁ ପାଇଥିଲେ। ପରେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ।  ପୋଲିସ ତଦନ୍ତ କରି ସିସିଟିଭି ଫୁଟେଜ୍‌ ଆଧାରରେ ଏହା ଜାଣିବାକୁ ପାଇଥିଲା ଯେ,  ଗ୍ୟାରେଜ୍‌ ନିକଟରେ ରହୁଥିବା ବୁବାଲାନ୍‌  ଏହି କାଣ୍ଡ ଘଟାଇଥିଲେ । ତାଙ୍କ  ସ୍ତ୍ରୀଙ୍କ ସହ ଝଗଡ଼ା ପରେ ସେ ଏପରି କରିଥିଲେ ମଧ୍ୟ କେଉଁ କାରଣ ପାଇଁ ଝଗଡ଼ା ହୋଇଥିଲା ତାହା  ସ୍ପଷ୍ଟ ହୋଇନାହିଁ।  ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।  ତାଙ୍କ ସ୍ତ୍ରୀ ତାଙ୍କୁ ଧୋକ୍କା ଦେଉଥିବାରୁ ସେ ଏପରି କରିଥିବା କହିଛନ୍ତି।

The post ସ୍ତ୍ରୀଙ୍କ ସହ ଝଗଡ଼ା କରି ୨୦ଟି କାର ଭାଙ୍ଗିଦେଲେ ବ୍ୟକ୍ତି, ପୂରା ଘଟଣା ଜାଣିଲେ … appeared first on Dharitri Odia News.