‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସାମିଲ ହେଲେ ମନ୍ତ୍ରୀ ଗୋକୁଳାନନ୍ଦ

ବୁଗୁଡ଼ା୨/୧୦/୨୪(କାଳିଚରଣ ଦାଶ): ସ୍ବାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଯୁବସାଥିଙ୍କ ସହ ବୁଗୁଡ଼ା ବ୍ଲକର ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ପରିସରରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇ ଶ୍ରମଦାନ କରିଥିଲେ। ଏହି ଅବସରରେ ସେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରି ନିଜେ ସ୍ବଚ୍ଛତା ରହିବା ସହ ନିଜ ପରିବେଶକୁ ସ୍ବଚ୍ଛ ରଖିବା, […] The post ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସାମିଲ ହେଲେ ମନ୍ତ୍ରୀ ଗୋକୁଳାନନ୍ଦ appeared first on Dharitri Odia News.

‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସାମିଲ ହେଲେ ମନ୍ତ୍ରୀ ଗୋକୁଳାନନ୍ଦ

ବୁଗୁଡ଼ା୨/୧୦/୨୪(କାଳିଚରଣ ଦାଶ): ସ୍ବାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଯୁବସାଥିଙ୍କ ସହ ବୁଗୁଡ଼ା ବ୍ଲକର ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ପରିସରରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇ ଶ୍ରମଦାନ କରିଥିଲେ।

ଏହି ଅବସରରେ ସେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରି ନିଜେ ସ୍ବଚ୍ଛତା ରହିବା ସହ ନିଜ ପରିବେଶକୁ ସ୍ବଚ୍ଛ ରଖିବା, ତାହେଲେ ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ଓ ସ୍ବଚ୍ଛତାର ବାର୍ତ୍ତା ସମାଜରେ ସବୁଦିନ ପାଇଁ ବଞ୍ଚି ରହିବ ବୋଲକହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡ଼ା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଏବଂ ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ, ଯୁବକ ମାନେ ଯୋଗ ଦେଇଥିଲେ।

The post ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସାମିଲ ହେଲେ ମନ୍ତ୍ରୀ ଗୋକୁଳାନନ୍ଦ appeared first on Dharitri Odia News.