ସ୍ବାମୀ-ସ୍ତ୍ରୀଙ୍କ ଝଗଡା, ଭାରତୀୟ ରେଲଓ୍ବେ ସହିଲା ୩କୋଟି ଟଙ୍କାର କ୍ଷତି
ବିଶାଖପାଟଣା,୭।୧୧: ଯେତେବେଳେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ, ତାହା ପ୍ରାୟ ପିଲାମାନଙ୍କ ଉପରେ ପ୍ରଭାବ ପକାଇଥାଏ। କିନ୍ତୁ ବିଶାଖାପାଟଣାରୁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ସ୍ବାମୀ-ସ୍ତ୍ରୀଙ୍କ ଝଗଡା ପୁରା ଭାରତୀୟ ରେଲଓ୍ବେକୁ ପ୍ରଭାବିତ କରିଛି। ଘଟଣା ଏପରି କି ଜଣେ ଷ୍ଟେଶନ ମାଷ୍ଟର ଡ୍ୟୁଟିରେ ଥିବାବେଳେ ତାଙ୍କ ସ୍ତ୍ରୀଙ୍କ ସହ ଫୋନରେ ଝଗଡା କରିଥିଲେ। ଦୁହିଁଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ଲାଗି ରହିଥିଲା। ଏହି ସମୟରେ ସ୍ବାମୀ କହିଥିଲେ, ସେ ବର୍ତ୍ତମାନ ଡ୍ୟୁଟିରେ […] The post ସ୍ବାମୀ-ସ୍ତ୍ରୀଙ୍କ ଝଗଡା, ଭାରତୀୟ ରେଲଓ୍ବେ ସହିଲା ୩କୋଟି ଟଙ୍କାର କ୍ଷତି appeared first on Dharitri Odia News.
ବିଶାଖପାଟଣା,୭।୧୧: ଯେତେବେଳେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ, ତାହା ପ୍ରାୟ ପିଲାମାନଙ୍କ ଉପରେ ପ୍ରଭାବ ପକାଇଥାଏ। କିନ୍ତୁ ବିଶାଖାପାଟଣାରୁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ସ୍ବାମୀ-ସ୍ତ୍ରୀଙ୍କ ଝଗଡା ପୁରା ଭାରତୀୟ ରେଲଓ୍ବେକୁ ପ୍ରଭାବିତ କରିଛି। ଘଟଣା ଏପରି କି ଜଣେ ଷ୍ଟେଶନ ମାଷ୍ଟର ଡ୍ୟୁଟିରେ ଥିବାବେଳେ ତାଙ୍କ ସ୍ତ୍ରୀଙ୍କ ସହ ଫୋନରେ ଝଗଡା କରିଥିଲେ। ଦୁହିଁଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ଲାଗି ରହିଥିଲା। ଏହି ସମୟରେ ସ୍ବାମୀ କହିଥିଲେ, ସେ ବର୍ତ୍ତମାନ ଡ୍ୟୁଟିରେ ଅଛନ୍ତି ତେଣୁ ସେ ଘରକୁ ଯାଇ କଥା ହେବେ। ଏହାପରେ ସେ ଓକେ କହି କଲ୍ କାଟିଥିଲେ।
କିନ୍ତୁ ଏହି ଓକେ ଅନ୍ୟ ଷ୍ଟେସନ ମାଷ୍ଟରଙ୍କୁ ଦ୍ୱାରା କିଛି ଅଲଗା ଶୁଣାଯାଇଥିଲା। ଦ୍ୱିତୀୟ ଷ୍ଟେସନ ମାଷ୍ଟର ଭାବିଲେ ଯେ, ସେ ତାଙ୍କୁ ଓକେ କହିଲେ। ସେ ଅନ୍ୟ ସିଗନାଲ ଦେଇ ଟ୍ରେନ ପଠାଇଲେ, ଯେଉଁଥିପାଇଁ ଟ୍ରେନଟି ଅନ୍ୟ ରୁଟ୍ ଦେଇ ପଳାଇଲା। ଯାହା କାରଣରୁ ରେଲଓ୍ବେକୁ ୩କୋଟି ଟଙ୍କା କ୍ଷତି ସହିଲା ଏବଂ ଷ୍ଟେଶନ ମାଷ୍ଟର ମଧ୍ୟ ଚାକିରି ହରାଇଲେ।
The post ସ୍ବାମୀ-ସ୍ତ୍ରୀଙ୍କ ଝଗଡା, ଭାରତୀୟ ରେଲଓ୍ବେ ସହିଲା ୩କୋଟି ଟଙ୍କାର କ୍ଷତି appeared first on Dharitri Odia News.