ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଭୁବନେଶ୍ୱର,୩।୫: ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ସ୍ତ୍ରୀ ଶୁଭ୍ରଜ୍ୟୋତି ଦାସ ନାୟକ। ଆଜି ସେ ନିଜର ସହକର୍ମୀଙ୍କୁ ଧରି ଘରକୁ ଘର ବୁଲି ଆକାଶଙ୍କ ପାଇଁ ଭୋଟ ମାଗୁଛନ୍ତି। ଅଭିନେତାରୁ ରାଜନେତା ହୋଇଥିବା ଆକାଶ ଦାସ ନାୟକ କୋରେଇ ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ସ୍ତ୍ରୀ ଶୁଭ୍ରଜ୍ୟୋତି ଦାସ ନାୟକ ଆଜି ବ୍ୟାସନଗର […] The post ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ appeared first on Dharitri Odia News.

ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଭୁବନେଶ୍ୱର,୩।୫: ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ସ୍ତ୍ରୀ ଶୁଭ୍ରଜ୍ୟୋତି ଦାସ ନାୟକ। ଆଜି ସେ ନିଜର ସହକର୍ମୀଙ୍କୁ ଧରି ଘରକୁ ଘର ବୁଲି ଆକାଶଙ୍କ ପାଇଁ ଭୋଟ ମାଗୁଛନ୍ତି।

ଅଭିନେତାରୁ ରାଜନେତା ହୋଇଥିବା ଆକାଶ ଦାସ ନାୟକ କୋରେଇ ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ସ୍ତ୍ରୀ ଶୁଭ୍ରଜ୍ୟୋତି ଦାସ ନାୟକ ଆଜି ବ୍ୟାସନଗର ପୌରାଞ୍ଚଳରେ ମହିଳା କର୍ମୀମାନଙ୍କ ସହ ଘର ଘର ବୁଲି ଭୋଟ ମାଗିଛନ୍ତି। କୋରେଇର ଅସ୍ମିତା, ସ୍ବାଭିମାନ ଓ ସମ୍ମାନର କଥା କହି ନିଜ ସ୍ବାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି।

ସୂଚନାଯୋଗ୍ୟ, ଏଥର କୋରେଇ ନିର୍ବାଚନମଣ୍ଡଳୀରେ ଲଢେଇ ଜୋରଦାର ହେବାକୁ ଯାଉଛି। ଭାଜପାରୁ ଆକାଶ ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସଂଧ୍ୟାରାଣୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି।

The post ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ appeared first on Dharitri Odia News.