ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଫିଜିଓଲୋଜି

ଭୁବନେଶ୍ୱର,୧୩।୨(ଅସମାପିକା ସାହୁ): ବର୍ତ୍ତମାନ ସମାଜରେ ଦେଖାଯାଉଥିବା ଅନିୟନ୍ତ୍ରିତ ତଥା ତ୍ରୁଟିପୂର୍ଣ୍ଣ ଜୀବନ ଶୈଳୀ ଜନିତ ନାନା ବ୍ୟାଧି ଦିନକୁ ଦିନ ମାନବ ସମାଜ ପାଇଁ ଆହ୍ବାନ ପାଲଟିଛି। ହେଲେ ବୈଶ୍ବିକ ସ୍ବାସ୍ଥ୍ୟ ସମସ୍ୟାର ସଫଳ ମୁକାବିଲା କରିବାରେ ଫିଜିଓଲୋଜି(ଶରୀରତତ୍ତ୍ବ ବିଜ୍ଞାନ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏପରିକି ଅନ୍ତର୍ଜାତୀୟସ୍ତରରେ ଶରୀରତତ୍ତ୍ବ ବିଜ୍ଞାନ ଉପରେ ଅଧିକ ଗବେଷଣା ଏବଂ ମେଡିକାଲ ପାଠ୍ୟକ୍ରମରେ ଏହାର ବ୍ୟାପକତା ଏବଂ ଏହାର ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଏମ୍ସ ଭୁବନେଶ୍ୱର ଫିଜିଓଲୋଜି ବିଭାଗ […] The post ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଫିଜିଓଲୋଜି appeared first on Dharitri Odia News.

ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଫିଜିଓଲୋଜି

ଭୁବନେଶ୍ୱର,୧୩।୨(ଅସମାପିକା ସାହୁ): ବର୍ତ୍ତମାନ ସମାଜରେ ଦେଖାଯାଉଥିବା ଅନିୟନ୍ତ୍ରିତ ତଥା ତ୍ରୁଟିପୂର୍ଣ୍ଣ ଜୀବନ ଶୈଳୀ ଜନିତ ନାନା ବ୍ୟାଧି ଦିନକୁ ଦିନ ମାନବ ସମାଜ ପାଇଁ ଆହ୍ବାନ ପାଲଟିଛି। ହେଲେ ବୈଶ୍ବିକ ସ୍ବାସ୍ଥ୍ୟ ସମସ୍ୟାର ସଫଳ ମୁକାବିଲା କରିବାରେ ଫିଜିଓଲୋଜି(ଶରୀରତତ୍ତ୍ବ ବିଜ୍ଞାନ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏପରିକି ଅନ୍ତର୍ଜାତୀୟସ୍ତରରେ ଶରୀରତତ୍ତ୍ବ ବିଜ୍ଞାନ ଉପରେ ଅଧିକ ଗବେଷଣା ଏବଂ ମେଡିକାଲ ପାଠ୍ୟକ୍ରମରେ ଏହାର ବ୍ୟାପକତା ଏବଂ ଏହାର ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଏମ୍ସ ଭୁବନେଶ୍ୱର ଫିଜିଓଲୋଜି ବିଭାଗ ପକ୍ଷରୁ ଆୟୋଜିତ ଫିଜିଓମିଟ୍‌ କର୍ମଶାଳାରେ ଏହିଭଳି ମତବ୍ୟକ୍ତ କରିଛନ୍ତି ଦେଶର ବିଶିଷ୍ଟ ଶରୀରତତ୍ତ୍ବ ବିଜ୍ଞାନୀ।

ଦେଶରେ ଶରୀରତତ୍ତ୍ବ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ସହଭାଗିତା ବୃଦ୍ଧି କରିବା ଏବଂ ଗବେଷଣାକୁ ପ୍ରାଥମିକତା ଦେବା ଲକ୍ଷ୍ୟରେ, ଅନୁଷ୍ଠିତ ଦୁଇଦିନିଆ କର୍ମଶାଳାରେ ଦେଶର ୧୭ଟି ଏମ୍ସରୁ ୪୦ରୁ ଊର୍ଦ୍ଧ୍ୱ ଖ୍ୟାତନାମା ଶରୀରତତ୍ତ୍ବ ବିଜ୍ଞାନୀ ଅଂଶଗ୍ରହଣ କରିଥିଲେ।

ଉଦ୍‌ଘାଟନୀ ସମାରୋହରେ ବିଶିଷ୍ଠ ଶରୀରତତ୍ତ୍ବ ବିଜ୍ଞାନୀ ତଥା ଏମ୍ସ କଲ୍ୟାଣୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ରାମଜୀ ସିଂ, ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ, ଏମ୍ସ ପାଟନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଜି.କେପାଲ, ଏମ୍ସ ଯୋଧପୁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ମାଧବାନନ୍ଦ କର, ଏମ୍ସ ଭୁବନେଶ୍ୱର ଡିନ ଡ. ପି.ଆର୍‌ ମହାପାତ୍ର, ମେଡିକାଲ ଅଧୀକ୍ଷକ ଡ. ଡି କେ. ପରି, ଫିଜିଓଲୋଜି ବିଭାଗ ମୁଖ୍ୟ ଡ. ପ୍ରଣତୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

The post ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଫିଜିଓଲୋଜି appeared first on Dharitri Odia News.