ସ୍ମୃତିରେଖାଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା

ଧର୍ମଶାଳା/ଜେନାପୁର,୪ା୧୦(ବଟକୃଷ୍ଣ ପରିଡ଼ା/ ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧୀନ ଜାରକା ବଜାର ପାଖରେ ଥିବା ଭାଜପା ନେତ୍ରୀ ସ୍ମୃତିରେଖା ପହିଙ୍କ କାର୍ଯ୍ୟାଳୟରେ ବୁଧବାର ରାତିରେ ଭଙ୍ଗାରୁଜା ହୋଇଛି। କାର୍ଯ୍ୟାଳୟରେ ଲାଗିଥିବା ହୋର୍ଡିଂ ଓ ଝାରକା କାଚକୁ ଦୁର୍ବୃତ୍ତ ଟେକାପଥର ଫିଙ୍ଗି ଭାଙ୍ଗିଦେଇଥିବା ଦେଖିବାକୁ ମିଳିଛି। ଏନେଇ ଗୁରୁବାର ସାରେ ସ୍ମୃତିରେଖା ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିବା ସହ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନା ଅଧିକାରୀ ତପନ କୁମାର […] The post ସ୍ମୃତିରେଖାଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା appeared first on Dharitri Odia News.

ସ୍ମୃତିରେଖାଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା

ଧର୍ମଶାଳା/ଜେନାପୁର,୪ା୧୦(ବଟକୃଷ୍ଣ ପରିଡ଼ା/ ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧୀନ ଜାରକା ବଜାର ପାଖରେ ଥିବା ଭାଜପା ନେତ୍ରୀ ସ୍ମୃତିରେଖା ପହିଙ୍କ କାର୍ଯ୍ୟାଳୟରେ ବୁଧବାର ରାତିରେ ଭଙ୍ଗାରୁଜା ହୋଇଛି। କାର୍ଯ୍ୟାଳୟରେ ଲାଗିଥିବା ହୋର୍ଡିଂ ଓ ଝାରକା କାଚକୁ ଦୁର୍ବୃତ୍ତ ଟେକାପଥର ଫିଙ୍ଗି ଭାଙ୍ଗିଦେଇଥିବା ଦେଖିବାକୁ ମିଳିଛି। ଏନେଇ ଗୁରୁବାର ସାରେ ସ୍ମୃତିରେଖା ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିବା ସହ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନା ଅଧିକାରୀ ତପନ କୁମାର ନାୟକଙ୍କ ନିକଟରେ ଦାବି କରିଛନ୍ତି।
ଗତ ସାଧାରଣ ନିର୍ନାଚନରେ ସ୍ମୃତିରେଖା ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ଭାଜପା ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। ଏବେ ସେ ଜାରକା ବଜାରରେ ଏକ ଭଡ଼ାଘରେ କାର୍ଯ୍ୟାଳୟ ଚଳାଇ ଆସୁଛନ୍ତି। ସକାଳୁ ଦଳର କାର୍ଯ୍ୟକର୍ତ୍ତା ପହଞ୍ଚିବା ପରେ କର୍ଯ୍ୟାଳୟ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ପାଇଥିଲେ। କାର୍ଯ୍ୟଳୟ ମଧ୍ୟରେ ଅନେକ ଢେଲାପଥର ପଡ଼ିଥିଲା। କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିବା ବ୍ୟାନର ଚିରାଯାଇଛି। ତେବେ କିଏ ଓ କାହିଁକି ଏଭଳି କଲେ ତାହା ଜଣାପଡ଼ିନାହିଁ। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ସ୍ମୃତିରେଖାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।

The post ସ୍ମୃତିରେଖାଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା appeared first on Dharitri Odia News.