ସ୍ୱଦେଶୀ ସ୍ମାର୍ଟଫୋନ୍ lava Yuva 5G ଲଞ୍ଚ; କମ ମୂଲ୍ୟରେ ଜବରଦସ୍ତ କ୍ୟାମେରା ଓ ବ୍ୟାଟେରି ପାୱାର
ନୂଆଦିଲ୍ଲୀ: ସ୍ୱଦେଶୀ ସ୍ମାର୍ଟଫୋନ୍ ନିର୍ମାତା ଲାଭା ଗୁରୁବାର(ମେ ୩୦) lava Yuva 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏଥିରେ ୬.୫ ଇଞ୍ଚ୍ ଆଇପିଏସ୍ ଏଲ୍ସିଡି ଡିସ୍ପ୍ଲେ ସହ ଏଚ୍ଡି ପ୍ଲସ୍ ରିଜୋଲ୍ୟୁସନ ଓ ୯୦ ହଟ୍ସ ରିଫ୍ରେସ୍ ରେଟ୍ ରହିଛି। Unisoc T750 ଚିପ୍ସେଟ୍ ପାୱାର ସହ ଏହି ସ୍ମାର୍ଟଫୋନ୍ 4GB ଓ 5GB ଭଳି ଦୁଇଟି ଭ୍ୟାରିଏଣ୍ଟରେ ଭାରତରେ ଲଞ୍ଚ ହୋଇଛି। 4GB ଭ୍ୟାରିଏଣ୍ଟରେ ୬୪ ଜିବି ଓ ଷ୍ଟୋରେଜ୍ ଥିବା ବେଳେ 5GBରେ ୧୨୮ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଦିଆଯାଇଛି। ଏଥିରେ ମାଇକ୍ରୋଏସ୍ଡି କାର୍ଡ ବ୍ୟବହାର କରି ଷ୍ଟୋରେଜ୍ ସିଷ୍ଟମକୁ ଆହୁରି ବଢାଇ ହେବ। lava Yuva 5G ଫୋନ୍ର ମୂଲ୍ୟ୪ଜିବି ରାମ ୬୪ ଜିବି ଷ୍ଟୋରେଜ୍ ମୋବାଇଲ୍ର ମୂଲ୍ୟ ୯,୪୯୯ ଟଙ୍କା ରହିଥିବା ବେଳେ ୧୨୮ଜିବି ଷ୍ଟୋରେଜ୍ ମୋବାଇଲ୍ର ଦାମ ୯,୯୯୯ ଟଙ୍କା ରହିଛି। ଜୁନ ୫ ତାରିଖ ଠାରୁ ଇ-କମର୍ଶ ସାଇଟ୍ ଆମାଜନ ଇଣ୍ଡିଆ ସମେତ ଲାଭା ଇ-ଷ୍ଟୋର ଓ ରିଟେଲ୍ ଷ୍ଟୋର୍ରେ ଏହି ସ୍ମାର୍ଟଫୋନ୍ ଉପଲବ୍ଧ ହେବ। ସବୁଜ ଓ ନୀଳ ଦୁଇଟି କଲର ଅପସନରେ ମୋବାଇଲ୍ ମିଳିବ। ଜୁନ ୫ ତାରିଖ ଦିନ ୧୨ଟାରେ ଏହାର ବିକ୍ରି ଆରମ୍ଭ ହେବ। lava Yuva 5G ଫୋନ୍ର ବିଶେଷତ୍ୱସ୍ମାର୍ଟଫୋନ୍ରେ ୫୦ ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା ଓ ୨ ମେଗାପିକ୍ସେଲ୍ ମାକ୍ରୋ କ୍ୟାମେରା ରହିଛି। ସେହିପରି ପଞ୍ଚହୋଲ୍ କଟ୍ଆଉଟ୍ରେ ୮ ମେଗାପିକ୍ସେଲ୍ର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଅଣ୍ଡ୍ରଏଡ
ନୂଆଦିଲ୍ଲୀ: ସ୍ୱଦେଶୀ ସ୍ମାର୍ଟଫୋନ୍ ନିର୍ମାତା ଲାଭା ଗୁରୁବାର(ମେ ୩୦) lava Yuva 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏଥିରେ ୬.୫ ଇଞ୍ଚ୍ ଆଇପିଏସ୍ ଏଲ୍ସିଡି ଡିସ୍ପ୍ଲେ ସହ ଏଚ୍ଡି ପ୍ଲସ୍ ରିଜୋଲ୍ୟୁସନ ଓ ୯୦ ହଟ୍ସ ରିଫ୍ରେସ୍ ରେଟ୍ ରହିଛି। Unisoc T750 ଚିପ୍ସେଟ୍ ପାୱାର ସହ ଏହି ସ୍ମାର୍ଟଫୋନ୍ 4GB ଓ 5GB ଭଳି ଦୁଇଟି ଭ୍ୟାରିଏଣ୍ଟରେ ଭାରତରେ ଲଞ୍ଚ ହୋଇଛି। 4GB ଭ୍ୟାରିଏଣ୍ଟରେ ୬୪ ଜିବି ଓ ଷ୍ଟୋରେଜ୍ ଥିବା ବେଳେ 5GBରେ ୧୨୮ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଦିଆଯାଇଛି। ଏଥିରେ ମାଇକ୍ରୋଏସ୍ଡି କାର୍ଡ ବ୍ୟବହାର କରି ଷ୍ଟୋରେଜ୍ ସିଷ୍ଟମକୁ ଆହୁରି ବଢାଇ ହେବ।
lava Yuva 5G ଫୋନ୍ର ମୂଲ୍ୟ
୪ଜିବି ରାମ ୬୪ ଜିବି ଷ୍ଟୋରେଜ୍ ମୋବାଇଲ୍ର ମୂଲ୍ୟ ୯,୪୯୯ ଟଙ୍କା ରହିଥିବା ବେଳେ ୧୨୮ଜିବି ଷ୍ଟୋରେଜ୍ ମୋବାଇଲ୍ର ଦାମ ୯,୯୯୯ ଟଙ୍କା ରହିଛି। ଜୁନ ୫ ତାରିଖ ଠାରୁ ଇ-କମର୍ଶ ସାଇଟ୍ ଆମାଜନ ଇଣ୍ଡିଆ ସମେତ ଲାଭା ଇ-ଷ୍ଟୋର ଓ ରିଟେଲ୍ ଷ୍ଟୋର୍ରେ ଏହି ସ୍ମାର୍ଟଫୋନ୍ ଉପଲବ୍ଧ ହେବ। ସବୁଜ ଓ ନୀଳ ଦୁଇଟି କଲର ଅପସନରେ ମୋବାଇଲ୍ ମିଳିବ। ଜୁନ ୫ ତାରିଖ ଦିନ ୧୨ଟାରେ ଏହାର ବିକ୍ରି ଆରମ୍ଭ ହେବ।
lava Yuva 5G ଫୋନ୍ର ବିଶେଷତ୍ୱ
ସ୍ମାର୍ଟଫୋନ୍ରେ ୫୦ ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା ଓ ୨ ମେଗାପିକ୍ସେଲ୍ ମାକ୍ରୋ କ୍ୟାମେରା ରହିଛି। ସେହିପରି ପଞ୍ଚହୋଲ୍ କଟ୍ଆଉଟ୍ରେ ୮ ମେଗାପିକ୍ସେଲ୍ର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଅଣ୍ଡ୍ରଏଡ୍୧୩ ଓସ୍ର ଚାଲୁଥିବା ମୋବାଇଲ୍ରେ ୫ହଜାର ଏମ୍ଏଚ୍ ବ୍ୟାଟେରି ରହିଛି। ଯାହା ୧୮ୱାଟ୍ର ଚାର୍ଜିଂସପୋର୍ଟ ସହ ସାଇଟ୍ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି। ଏଥିସହିତ ଆହୁରି ଅନେକ ସୁବିଧା ରହିଛି ଯାହା ଆପଣଙ୍କୁ ଆକୃଷ୍ଟ କରିବ।