ସ୍ୱାଧୀନତା ଦିବସ ସମାରୋହ: ରାହୁଲ ଗାନ୍ଧିଙ୍କୁ ଚତୁର୍ଥ ଧାଡିରେ ବସାଇବା ଘଟଣାକୁ ନେଇ ଘନେଇଲା ବିବାଦ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଲଗାତାର ୧୧ଥର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। କାର୍ଯ୍ୟକ୍ରମକୁ ବିରୋଧୀ ଦଳ ନେତାଙ୍କ ସମେତ ଅନ୍ୟ ଅତିଥିଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଦେଖାଯାଇଛି। ସେ ଚତୁର୍ଥ ଧାଡିରେ ବସିଥିଲେ। ତେବେ ସ୍ୱାଧୀନତା ଦିବସ ଭଳି ଜାତୀୟ ଉତ୍ସବରେ ରାହୁଲ ଗାନ୍ଧିଙ୍କୁ ପଛ ଧାଡିରେ ବସାଇବାକୁ ନେଇ ଏବେ ବିବାଦ ଦେଖାଦେଇଛି। ଏହାକୁ ନେଇ କଂଗ୍ରେସ ଏବେ ପ୍ରଧାନମନ୍ତ୍ରୀଙ୍କୁ ଘେରିଛି। କଂଗ୍ରେସ କହିଛି ଯେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଣ୍ଠାକୁ ପ୍ରଦର୍ଶିତ କରୁଛି। ସରକାରଙ୍କର ଗଣତନ୍ତ୍ର ଓ ଗଣତାନ୍ତ୍ରିକ ପରମ୍ପରାର କୌଣସି ପରୁଆ ନାହିଁ। ପାର୍ଟି ମୁଖପାତ୍ର ଓ ସୋସିଆଲ ମିଡିଆ ବିଭାଗ ମୁଖ୍ୟ ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ଏହା ଦ୍ୱାରା ରାହୁଲ ଗାନ୍ଧିଙ୍କୁ କିଛି ଫରକ ପଡେନି। ତେବେ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଅତିଥିଙ୍କୁ ବସାଇବାର ସବୁ ବ୍ୟବସ୍ଥା ସେମାନଙ୍କ ବରିଷ୍ଠତା  ତାଲିକା ଅନୁସାରେ କରାଯାଇଥିଲା। ଚଳିତବର୍ଷ ଏହା ନିଷ୍ପତ୍ତି ହୋଇଥିଲା ଯେ ପ୍ୟାରିସ୍ ଅଲିମ୍ପିକ ପଦକ ବିଜେତାମାନଙ୍କୁ ସ୍ୱାଧୀନତା ଦିବସ ସମାରୋହରେ ସ୍ୱତନ୍ତ୍ର ଅତିଥି ରୂପେ ସମ୍ମାନୀତ କରାଯିବ। ଏଥିରେ ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ଛୋଟ ମନର ଲୋକଙ୍କଠାରୁ ବଡ଼ କଥା ଆ

ସ୍ୱାଧୀନତା ଦିବସ ସମାରୋହ: ରାହୁଲ ଗାନ୍ଧିଙ୍କୁ ଚତୁର୍ଥ ଧାଡିରେ ବସାଇବା ଘଟଣାକୁ ନେଇ ଘନେଇଲା ବିବାଦ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଲଗାତାର ୧୧ଥର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। କାର୍ଯ୍ୟକ୍ରମକୁ ବିରୋଧୀ ଦଳ ନେତାଙ୍କ ସମେତ ଅନ୍ୟ ଅତିଥିଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଦେଖାଯାଇଛି। ସେ ଚତୁର୍ଥ ଧାଡିରେ ବସିଥିଲେ। ତେବେ ସ୍ୱାଧୀନତା ଦିବସ ଭଳି ଜାତୀୟ ଉତ୍ସବରେ ରାହୁଲ ଗାନ୍ଧିଙ୍କୁ ପଛ ଧାଡିରେ ବସାଇବାକୁ ନେଇ ଏବେ ବିବାଦ ଦେଖାଦେଇଛି। ଏହାକୁ ନେଇ କଂଗ୍ରେସ ଏବେ ପ୍ରଧାନମନ୍ତ୍ରୀଙ୍କୁ ଘେରିଛି। 

କଂଗ୍ରେସ କହିଛି ଯେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଣ୍ଠାକୁ ପ୍ରଦର୍ଶିତ କରୁଛି। ସରକାରଙ୍କର ଗଣତନ୍ତ୍ର ଓ ଗଣତାନ୍ତ୍ରିକ ପରମ୍ପରାର କୌଣସି ପରୁଆ ନାହିଁ। ପାର୍ଟି ମୁଖପାତ୍ର ଓ ସୋସିଆଲ ମିଡିଆ ବିଭାଗ ମୁଖ୍ୟ ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ଏହା ଦ୍ୱାରା ରାହୁଲ ଗାନ୍ଧିଙ୍କୁ କିଛି ଫରକ ପଡେନି। ତେବେ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଅତିଥିଙ୍କୁ ବସାଇବାର ସବୁ ବ୍ୟବସ୍ଥା ସେମାନଙ୍କ ବରିଷ୍ଠତା  ତାଲିକା ଅନୁସାରେ କରାଯାଇଥିଲା। 

ଚଳିତବର୍ଷ ଏହା ନିଷ୍ପତ୍ତି ହୋଇଥିଲା ଯେ ପ୍ୟାରିସ୍ ଅଲିମ୍ପିକ ପଦକ ବିଜେତାମାନଙ୍କୁ ସ୍ୱାଧୀନତା ଦିବସ ସମାରୋହରେ ସ୍ୱତନ୍ତ୍ର ଅତିଥି ରୂପେ ସମ୍ମାନୀତ କରାଯିବ। ଏଥିରେ ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ଛୋଟ ମନର ଲୋକଙ୍କଠାରୁ ବଡ଼ କଥା ଆଶା କରାଯାଏନି। ତେବେ ସ୍ୱାଧୀନତା ଦିବସ ଉତ୍ସବରେ ରାହୁଲ ଗାନ୍ଧିଙ୍କୁ ଚତୁର୍ଥ ଧାଡିରେ ବସାଇ ମୋଦି ନିଶ୍ଚିତ ରୂପେ ତାଙ୍କ କୁଣ୍ଠା ପ୍ରଦର୍ଶନ କରିଛନ୍ତି। ବିରୋଧୀ ଦଳ ନେତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀର ମାନ୍ୟତା ଦିଆଯାଏ। ସରକାରଙ୍କ ମନ୍ତ୍ରୀମାନେ ପ୍ରଥମ ଧାଡିରେ ବସିଥିଲେ। ଏଣୁ ଏହି କ୍ଷୁଦ୍ର ମାନସିକତାର ଲୋକଙ୍କୁ ଗଣତନ୍ତ୍ର ଓ ଗାଣତାନ୍ତ୍ରିକ ପରମ୍ପରାର ସାମାନ୍ୟ ପରୁଆ ବି ନାହିଁ ବୋଲି ଶ୍ରୀନେତ କହିଛନ୍ତି। 

ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ପ୍ରତିରକ୍ଷାମନ୍ତ୍ରାଳୟର ବୟାନ ସରକାରଙ୍କ ମୁଖା ଖୋଲିଛି। ସେ କହିଛନ୍ତି ଏହା ସତ କଥା ଯେ ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନେ ରାହୁଲ ଗାନ୍ଧିଙ୍କୁ ମୁହଁ ଲୁଚାନ୍ତି ଓ ଅସହଜ ହୋଇଯାଆନ୍ତି। ଏଥିରେ ରାହୁଲ ଚତୁର୍ଥ ଧାଡିରେ ବସନ୍ତୁ କି ୪୦ଧାଡିରେ ସେ ଜନନାୟକ ହିଁ ରହିବେ। ଏହା ପୂର୍ବରୁ କଂଗ୍ରେସ ନେତା ବିବେକ ତନଖା ସ୍ୱାଧୀନତା ଦିବସ ସମାରୋହରେ ରାହୁଲଙ୍କ ବସିବା ଫଟୋ ସେୟାର କରି ଏକ୍ସ ରେ ଏକ ପୋଷ୍ଟ କରିଥିଲେ। ଏଥିରେ ରକ୍ଷା ମନ୍ତ୍ରାଳୟଙ୍କ ବ୍ୟବହାରକୁ ନେଇ ସେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ।