ହଜାରେ ଟଙ୍କାର ଭତ୍ତା ପାଇବାକୁ ଖର୍ଚ୍ଚ କରୁଛନ୍ତି ୫ ଶହ

ଆର.ଉଦୟଗିରି,୧୩।୫(ମନୋଜ କୁମାର ପାଢୀ): ଗଜପତି ଜିଲାର ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ୭୦ ବର୍ଷୀୟା ବାଗି ସବରଙ୍କ ଜୀବନ ଏକ ଦୁଃଖଦ ପରିହାସର ଶିକାର ହୋଇଛି। ତାଙ୍କର ସବୁଠାରୁ ବଡ଼ ସମସ୍ୟା ହେଉଛି, ମାତ୍ର ୧୦୦୦ ଟଙ୍କାର ପେନସନ ସଂଗ୍ରହ କରିବା ପାଇଁ ୫୦୦ରୁ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି, ଏବଂ ଏହାର କାରଣ ହେଉଛି ପୁରୁଣା ସରକାରୀ ରେକର୍ଡ। ୧୦ ବର୍ଷ ପୂର୍ବରୁ ସ୍ବାମୀ ସୁରତନା ଶବରଙ୍କ ସହ ଆର.ଉଦୟଗିରି ବ୍ଲକ ଛେଲାଗଡ […] The post ହଜାରେ ଟଙ୍କାର ଭତ୍ତା ପାଇବାକୁ ଖର୍ଚ୍ଚ କରୁଛନ୍ତି ୫ ଶହ appeared first on Dharitri Odia News.

ହଜାରେ ଟଙ୍କାର ଭତ୍ତା ପାଇବାକୁ ଖର୍ଚ୍ଚ କରୁଛନ୍ତି ୫ ଶହ

ଆର.ଉଦୟଗିରି,୧୩।୫(ମନୋଜ କୁମାର ପାଢୀ): ଗଜପତି ଜିଲାର ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ୭୦ ବର୍ଷୀୟା ବାଗି ସବରଙ୍କ ଜୀବନ ଏକ ଦୁଃଖଦ ପରିହାସର ଶିକାର ହୋଇଛି। ତାଙ୍କର ସବୁଠାରୁ ବଡ଼ ସମସ୍ୟା ହେଉଛି, ମାତ୍ର ୧୦୦୦ ଟଙ୍କାର ପେନସନ ସଂଗ୍ରହ କରିବା ପାଇଁ ୫୦୦ରୁ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି, ଏବଂ ଏହାର କାରଣ ହେଉଛି ପୁରୁଣା ସରକାରୀ ରେକର୍ଡ। ୧୦ ବର୍ଷ ପୂର୍ବରୁ ସ୍ବାମୀ ସୁରତନା ଶବରଙ୍କ ସହ ଆର.ଉଦୟଗିରି ବ୍ଲକ ଛେଲାଗଡ ପଞ୍ଚାୟତରେ ରହୁଥିଲେ ବଗି। ସ୍ବାମୀଙ୍କ ମୃତ୍ୟୁ ପରେ ସେଠାରେ ବିଧବା ଭତ୍ତା ପାଉଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ବାଗି ନିଜ ପୁଅ ମାନଙ୍କ ପାଖରେ ଆଶ୍ରୟ ନେବାକୁ ଗାଁକୁ ଆସିଲେ। ହେଲେ ପୁଅମାନେ ମା’କୁ ପଚାରୁ ନାହାନ୍ତି। ଦୀର୍ଘ ୮ ବର୍ଷ ହେଲାଣି ବାଗି ନିଜ ଗାଁରେ ରହି ଆସୁଛନ୍ତି। ସେ ଗୋବିନ୍ଦପୁର ପଞ୍ଚାୟତରେ ଚାଉଳ ପାଉଥିବା ବେଳେ ଭତ୍ତା ପାଇଁ ୬୦ କିମି ଦୂର ଆର. ଉଦୟଗିରି ବ୍ଲକ ଛେଲାଗଡ ପଞ୍ଚାୟତକୁ ଯାଉଛନ୍ତି। ହଜାରେ ଟଙ୍କା ପାଇବା ପାଇଁ ୫ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି ବାଗି। ପ୍ରତି ମାସରେ ଏହି ଦୁର୍ବଳ ୭୦ ବର୍ଷୀୟା ମହିଳା ୬୦ କିଲୋମିଟରର କଷ୍ଟଦାୟକ ଯାତ୍ରା କରି ଭତ୍ତା ସଂଗ୍ରହ କରନ୍ତି। ଗୋବିନ୍ଦପୁରରେ ଘରେ ପହଞ୍ଚିବା ସମୟରେ, ଯାତାୟାତ ଖର୍ଚ୍ଚରେ ଅଧିକାଂଶ ଟଙ୍କା ଖର୍ଚ୍ଚ ହୋଇଯାଇଥାଏ।

ଗୋବିନ୍ଦପୁରରେ ରାଶନ ସୁବିଧା ପାଇଁ ନାମ ପଞ୍ଜିକୃତ ହୋଇଥିଲେ ମଧ୍ୟ, ତାଙ୍କ ପେନସନ ରେକର୍ଡ ଅପରିବର୍ତ୍ତିତ ରହିଛି। ସେ ନିଜ ଗାଁରୁ ଚାଉଳ ପାଉଥିବାବେଳେ, ଦୂର ବ୍ଲକରୁ ପେନସନ ସଂଗ୍ରହ କରିବା ପାଇଁ ତାଙ୍କୁ ଅନେକ କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡୁଛି ।

The post ହଜାରେ ଟଙ୍କାର ଭତ୍ତା ପାଇବାକୁ ଖର୍ଚ୍ଚ କରୁଛନ୍ତି ୫ ଶହ appeared first on Dharitri Odia News.