ହଠାତ୍ କାହିଁକି ରାହୁଲଙ୍କୁ ଭେଟିଲେ ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ,୪।୭: ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି। ଏହି ବିବାହ ପାଇଁ ଦେଶ ତଥା ବିଦେଶର ବହୁ ବଡ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ଏହି ଅବସରରେ ମୁକେଶ ଅମ୍ବାନୀ ନିଜେ ବିବାହ ପାଇଁ କିଛି ଅତିଥିଙ୍କୁ ନିମନ୍ତ୍ରଣ କରୁଛନ୍ତି। ଇତିମଧ୍ୟରେ ଗୁରୁବାର ମୁକେଶ ଅମ୍ବାନୀ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଥିଲେ। ସୂଚନା ଅନୁଯାୟୀ ସେ […] The post ହଠାତ୍ କାହିଁକି ରାହୁଲଙ୍କୁ ଭେଟିଲେ ମୁକେଶ ଅମ୍ବାନୀ appeared first on Dharitri Odia News.
ନୂଆଦିଲ୍ଲୀ,୪।୭: ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି। ଏହି ବିବାହ ପାଇଁ ଦେଶ ତଥା ବିଦେଶର ବହୁ ବଡ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ଏହି ଅବସରରେ ମୁକେଶ ଅମ୍ବାନୀ ନିଜେ ବିବାହ ପାଇଁ କିଛି ଅତିଥିଙ୍କୁ ନିମନ୍ତ୍ରଣ କରୁଛନ୍ତି।
ଇତିମଧ୍ୟରେ ଗୁରୁବାର ମୁକେଶ ଅମ୍ବାନୀ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଥିଲେ। ସୂଚନା ଅନୁଯାୟୀ ସେ ପୁଅର ବିବାହ ପାଇଁ ନିମନ୍ତ୍ରଣ ପତ୍ର ଦେଇଛନ୍ତି।
କିଛି ଦିନ ପୂର୍ବରୁ ମୁକେଶ ଅମ୍ବାନୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଘରେ ପହଞ୍ଚି ପୁଅର ବିବାହ ପାଇଁ ନିମନ୍ତ୍ରଣ କରିଥିଲେ।
ସୂଚନାଯୋଗ୍ୟ, ଅନନ୍ତ-ରାଧିକାଙ୍କ ବିବାହ ରୀତିନୀତି ମଧ୍ୟ ଜୁଲାଇ ୩ ରୁ ଆରମ୍ଭ ହୋଇଥିଲା। ଅନନ୍ତ ଏବଂ ରାଧିକାଙ୍କ ମାମେରୁ ରସମ ବା ସମାରୋହ ଆୟୋଜିତ ହୋଇଥିଲା।
The post ହଠାତ୍ କାହିଁକି ରାହୁଲଙ୍କୁ ଭେଟିଲେ ମୁକେଶ ଅମ୍ବାନୀ appeared first on Dharitri Odia News.