ହନିମୁନ ମର୍ଡର ମିଷ୍ଟ୍ରି, ଆଜିଠୁ ୮ ଦିନିଆ ରିମାଣ୍ଡରେ ଯିବେ ୫ ଅଭିଯୁକ୍ତ
ନନ୍ଦିଘୋଷ ବ୍ୟୁରୋ: ଖୋଲିବ ହାଇପ୍ରୋଫାଇଲ ମର୍ଡରର ଗୁମର। ରାଜା ରଘୁବଂଶୀ ହତ୍ୟା ଘଟଣାରେ ଆଜିଠାରୁ ୮ ଦିନିଆ ରିମାଣ୍ଡରେ ନେଇ... The post ହନିମୁନ ମର୍ଡର ମିଷ୍ଟ୍ରି, ଆଜିଠୁ ୮ ଦିନିଆ ରିମାଣ୍ଡରେ ଯିବେ ୫ ଅଭିଯୁକ୍ତ appeared first on .
ନନ୍ଦିଘୋଷ ବ୍ୟୁରୋ: ଖୋଲିବ ହାଇପ୍ରୋଫାଇଲ ମର୍ଡରର ଗୁମର। ରାଜା ରଘୁବଂଶୀ ହତ୍ୟା ଘଟଣାରେ ଆଜିଠାରୁ ୮ ଦିନିଆ ରିମାଣ୍ଡରେ ନେଇ ୫ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିବା ମେଘାଳୟ ଏସଆଇଟି। ତେଣେ ମେଘାଳୟରେ ରହଣୀ କାଳରେ ସୋନମ ଛାଡ଼ିଯାଇଥିବା ଏକ ମଙ୍ଗଳସୂତ୍ର ଓ ଏକ ମୁଦି ପୋଲିସ ଜବତ କରିବା ପରେ ଘଟଣାର ଖିଅ ଧରିପାରିଥିଲା ପୋଲିସ। ଜଣେ ନବବିବାହିତା କାହିଁକି ମଙ୍ଗଳସୂତ୍ର ଛାଡି ଚାଲିଯିବେ ବୋଲି ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା। ଗତକାଲି ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିବା ନେଇ ମାନିଥିଲା ପତ୍ନୀ ସୋନମ।
ସିସିଟିଭି ଫୁଟେଜ, କଲ ରେକର୍ଡ ଆଦି ପ୍ରମାଣ ମିଳିବା ପରେ ଜେରା ବେଳେ ଭାଙ୍ଗି ପଡିଥିଲା ସୋନମ। ଅନ୍ଯ ୪ ଅଭିଯୁକ୍ତ ରାଜ ଖୁସୱାହା, ଆନନ୍ଦ କୁର୍ମୀ, ଆକାଶ ରାଜପୁତ, ବିଶାଲ ସିଂ ଚୌହାନଙ୍କୁ ବି ଆଜିଠାରୁ ହେବ ମାରାଥନ ଜେରା। ଖୁବ ଶୀଘ୍ର ସମସ୍ତଙ୍କୁ ନେଇ କରାଯାଇପାରେ ସିନ ରିକ୍ରିଏସନ। ହତ୍ଯା ଘଟଣାରେ ଏହି ୫ ଅଭିଯୁକ୍ତ ନା ଅନ୍ୟ କେହି ଅଛନ୍ତି ତାହାର ଖୋଳତାଡ଼ କରିବ ଏସଆଇଟି। ଗତକାଲି ରାଜା ରଘୁବଂଶୀଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ସୋନମର ଭାଇ ଗୋବିନ୍ଦ। ଏପରିକି ଏହି ହତ୍ୟା ଲାଗି ରାଜାଙ୍କ ପରିବାର ନିକଟରେ ସେ କ୍ଷମା ମାଗିଥିଲେ। ସୋନମ ଯଦି ଦୋଷୀ ତେବେ ତାକୁ ଫାଶୀ ଦିଆଯାଉ କହିଥିଲେ ଗୋବିନ୍ଦ। ଗତ ମେ ୧୧ ତାରିଖରେ ନୂଆ ସଂସାର ଗଢିଥିଲେ ରାଜା ଓ ସୋନମ। ହନିମୁନରେ ଦୁହେଁ ଯାଇଥିଲେ ମେଘାଳୟ। ହେଲେ ୨୩ରେ ଘଟିଥିଲା ହତ୍ୟାକାଣ୍ଡ। ଜୁନ ୨ରେ ରାଜାଙ୍କ କ୍ଷତାକ୍ତ ମୃତଦେହ ହୋଇଥିଲା ଉଦ୍ଧାର। ଜୁନ ୯ରେ ୟୁପି ଗାଜିପୁରରୁ ସୋନମକୁ କରାଯାଇଥିଲା ଗିରଫ।
The post ହନିମୁନ ମର୍ଡର ମିଷ୍ଟ୍ରି, ଆଜିଠୁ ୮ ଦିନିଆ ରିମାଣ୍ଡରେ ଯିବେ ୫ ଅଭିଯୁକ୍ତ appeared first on .