ହରିପୁର ଜଙ୍ଗଲ ନିକଟରୁ ହରିଣ ଛୁଆ ଉଦ୍ଧାର

ପାତ୍ରପୁର: ସାମନ୍ତିଆ ପଲ୍ଲୀ ରେଞ୍ଜ ସୁରଙ୍ଗୀ   ହରିପୁର ପାହାଡ଼ ପାଦଦେଶରୁ ଏକ ଆହତ ହରିଣ ଛୁଆ  ଜଙ୍ଗଲ ବିଭାଗ  ଉଦ୍ଧାର କରିଛି। ହରିପୁର ପାହାଡ଼ ନିକଟ ଜମିରେ ଗୋଟିଏ ହରିଣ ଛୁଆ ବିଲୁଆ ହାବୁଡ଼ରେ ପଡ଼ିଥିଲା।  ଜମିରେ ଚାଷ କରୁଥିବା କିଛି ବ୍ୟକ୍ତି ଏହା ଦେଖି ତୁରନ୍ତ ବିଲୁଆ କବଳରୁ ହରିଣ ଛୁଆକୁ ଉଦ୍ଧାର କରିଥିଲେ। ଏହା ପରେ ଜଙ୍ଗଲ ବିଭାଗ କୁ ଖବର ଦେବା ପରେ ବିଭାଗ ପହଞ୍ଚି ତୁରନ୍ତ ହରିଣ ଛୁଆ କୁ ଉଦ୍ଧାର […]

ହରିପୁର ଜଙ୍ଗଲ ନିକଟରୁ ହରିଣ ଛୁଆ ଉଦ୍ଧାର
ପାତ୍ରପୁର: ସାମନ୍ତିଆ ପଲ୍ଲୀ ରେଞ୍ଜ ସୁରଙ୍ଗୀ   ହରିପୁର ପାହାଡ଼ ପାଦଦେଶରୁ ଏକ ଆହତ ହରିଣ ଛୁଆ  ଜଙ୍ଗଲ ବିଭାଗ  ଉଦ୍ଧାର କରିଛି। ହରିପୁର ପାହାଡ଼ ନିକଟ ଜମିରେ ଗୋଟିଏ ହରିଣ ଛୁଆ ବିଲୁଆ ହାବୁଡ଼ରେ ପଡ଼ିଥିଲା।  ଜମିରେ ଚାଷ କରୁଥିବା କିଛି ବ୍ୟକ୍ତି ଏହା ଦେଖି ତୁରନ୍ତ ବିଲୁଆ କବଳରୁ ହରିଣ ଛୁଆକୁ ଉଦ୍ଧାର କରିଥିଲେ। ଏହା ପରେ ଜଙ୍ଗଲ ବିଭାଗ କୁ ଖବର ଦେବା ପରେ ବିଭାଗ ପହଞ୍ଚି ତୁରନ୍ତ ହରିଣ ଛୁଆ କୁ ଉଦ୍ଧାର କରିବା ସହ ପାତ୍ରପୁର ଠାରେ ଚିକିତ୍ସା କରି ଥିଲେ। ତେବେ ହରିଣ ଛୁଆଟି ବିଲୁଆ ଆକ୍ରମଣରେ ଅସୁସ୍ଥ ଆହତ ବେଳେ ଦିନେ ଦୁଇ ଦିନ ପରେ ସୁସ୍ଥ ହେଲେ ପୁଣି ହରିପୁର ଜଙ୍ଗଲରେ ଛଡା ଯିବ ବୋଲି ଏସସିଏଫ ମନୋଜ କୁମାର ପାତ୍ର ସୂଚନା ଦେଇଛନ୍ତି।