ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ; ସଂଧ୍ୟାରେ ଶପଥ ଉତ୍ସବ

ଚଣ୍ଡିଗଡ଼: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂହ ସୈନୀ । ଏନେଇ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । କୁରୁକ୍ଷେତ୍ର ବିଧାୟକ ନାୟବଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ଅପରାହ୍ଣ ୫ଟାରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେବେ । ତାଙ୍କ ସହିତ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ ।  ହରିୟାଣା ରାଜନୀତିରେ ହଲଚଲ୍; ନିର୍ବାଚନ ପୂର୍ବରୁ ଭାଙ୍ଗିଲା ମେଣ୍ଟ ସରକାରସୂଚନା ଅନୁଯାୟୀ, ହରିୟାଣାରେ ଏନଡିଏରେ ସିଟ୍ ଭାଗବଣ୍ଟା ନ ଛିଡିବା ପରେ ମେଣ୍ଟ ସରକାର ଭାଙ୍ଗିଯାଇଛି । ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟରଙ୍କ ସହିତ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ ରାଜ୍ୟପାଳଙ୍କୁ ସମୂହ ଇସ୍ତଫା ଦେଇଥିଲେ । ସେପଟେ ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ମଧ୍ୟ ସରକାରୀ ଗାଡ଼ି ଫେରାଇ ଦେଇଛନ୍ତି ।

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ; ସଂଧ୍ୟାରେ ଶପଥ ଉତ୍ସବ

ଚଣ୍ଡିଗଡ଼ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂହ ସୈନୀ । ଏନେଇ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । କୁରୁକ୍ଷେତ୍ର ବିଧାୟକ ନାୟବଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ଅପରାହ୍ଣ ୫ଟାରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେବେ । ତାଙ୍କ ସହିତ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ ।  

ହରିୟାଣା ରାଜନୀତିରେ ହଲଚଲ୍; ନିର୍ବାଚନ ପୂର୍ବରୁ ଭାଙ୍ଗିଲା ମେଣ୍ଟ ସରକାର

ସୂଚନା ଅନୁଯାୟୀ, ହରିୟାଣାରେ ଏନଡିଏରେ ସିଟ୍ ଭାଗବଣ୍ଟା ନ ଛିଡିବା ପରେ ମେଣ୍ଟ ସରକାର ଭାଙ୍ଗିଯାଇଛି । ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟରଙ୍କ ସହିତ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ ରାଜ୍ୟପାଳଙ୍କୁ ସମୂହ ଇସ୍ତଫା ଦେଇଥିଲେ । ସେପଟେ ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ମଧ୍ୟ ସରକାରୀ ଗାଡ଼ି ଫେରାଇ ଦେଇଛନ୍ତି ।