ହରିୟାଣାର ୯୦ ବିଧାନସଭା ଆସନରେ ଲଢ଼ିବ ଆମ୍‌ ଆଦ୍‌ମୀ ପାର୍ଟି

ଚଣ୍ଡିଗଡ଼,୨୮।୧: ଆମ୍‌ ଆଦ୍‌ମୀ ପାର୍ଟି ହରିୟାଣାରେ ସମସ୍ତ ୯୦ ବିଧାନସଭା ଆସନରେ ଲଢ଼ିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର କହିଛନ୍ତି। ତେବେ ଲୋକ ସଭା ନିର୍ବାଚନରେ ତାଙ୍କ ଦଳ ଇଣ୍ଡିଆ ବ୍ଲକ୍‌ର ସଦସ୍ୟ ଭାବେ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ଆଗାମୀ ଏପ୍ରିଲ-ମେ’ରେ ଲୋକ ସଭା ନିର୍ବାଚନ ହେବାକୁ ଥିବାବେଳେ ଏହାର କିଛି ମାସ ପରେ ହରିୟାଣା ବିଧାନସଭା ନର୍ବାଚନ ଅନୁଷ୍ଠିତ ହେବ। ଏବେ ଲୋକେ କେବଳ […] The post ହରିୟାଣାର ୯୦ ବିଧାନସଭା ଆସନରେ ଲଢ଼ିବ ଆମ୍‌ ଆଦ୍‌ମୀ ପାର୍ଟି appeared first on Dharitri Odia News.

ହରିୟାଣାର ୯୦ ବିଧାନସଭା ଆସନରେ ଲଢ଼ିବ ଆମ୍‌ ଆଦ୍‌ମୀ ପାର୍ଟି

ଚଣ୍ଡିଗଡ଼,୨୮।୧: ଆମ୍‌ ଆଦ୍‌ମୀ ପାର୍ଟି ହରିୟାଣାରେ ସମସ୍ତ ୯୦ ବିଧାନସଭା ଆସନରେ ଲଢ଼ିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର କହିଛନ୍ତି। ତେବେ ଲୋକ ସଭା ନିର୍ବାଚନରେ ତାଙ୍କ ଦଳ ଇଣ୍ଡିଆ ବ୍ଲକ୍‌ର ସଦସ୍ୟ ଭାବେ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ଆଗାମୀ ଏପ୍ରିଲ-ମେ’ରେ ଲୋକ ସଭା ନିର୍ବାଚନ ହେବାକୁ ଥିବାବେଳେ ଏହାର କିଛି ମାସ ପରେ ହରିୟାଣା ବିଧାନସଭା ନର୍ବାଚନ ଅନୁଷ୍ଠିତ ହେବ। ଏବେ ଲୋକେ କେବଳ ଗୋଟିଏ ଦଳ ଉପରେ ଆସ୍ଥା ରଖିଛନ୍ତି, ତାହା ଆମ୍‌ ଆଦ୍‌ମୀ ପାର୍ଟି। ସେମାନେ ଗୋଟିଏ ପଟେ ପଞ୍ଜାବ ଓ ଅନ୍ୟ ପଟେ ଦିଲ୍ଲୀ ସରକାରକୁ ଦେଖିବା ପରେ ହରିୟାଣା ଜନସାଧାରଣ ବଡ଼ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଜିନ୍ଦ୍‌ଠାରେ ‘ବଦଲାବ ଜନସଭା’ରେ ଉଦ୍‌ବୋଧନ ଦେଇ କେଜ୍‌ରିଓ୍ବାଲ କହିଛନ୍ତି।

The post ହରିୟାଣାର ୯୦ ବିଧାନସଭା ଆସନରେ ଲଢ଼ିବ ଆମ୍‌ ଆଦ୍‌ମୀ ପାର୍ଟି appeared first on Dharitri Odia News.