ହରିୟାଣାରେ କଂଗ୍ରେସକୁ ଝଟକା: ଦଳ ଛାଡିଲେ ଏହି ବଡ଼ ନେତା
ଚଣ୍ଡିଗଡ,୧୪।୧୦: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦୀପକ ବାବରିଆ ରାଜ୍ୟ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିପାଇଁ ଦୀପକ ବାବରିଆ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇଛନ୍ତି। ଏହା ମଧ୍ୟ କୁହାଯାଉଛି ଦୀପକ ବାବରିଆ ରାହୁଲ ଗାନ୍ଧୀଙ୍କୁ ହରିୟାଣାରେ ଅନ୍ୟ ଜଣଙ୍କୁ ରାଜ୍ୟ ପ୍ରଭାରୀ କରିବାକୁ କହିଛନ୍ତି। ଏକ ସାକ୍ଷାତକାରରେ ଦୀପକ ବାବରିଆ କହିଛନ୍ତି ଯେ, ହରିୟାଣା ବିଧାନସଭା ନିର୍ବାଚନ ସମୟରେ ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ପୂର୍ବରୁ ମଧ୍ୟ ବ୍ରେନ୍ […] The post ହରିୟାଣାରେ କଂଗ୍ରେସକୁ ଝଟକା: ଦଳ ଛାଡିଲେ ଏହି ବଡ଼ ନେତା appeared first on Dharitri Odia News.
ଚଣ୍ଡିଗଡ,୧୪।୧୦: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦୀପକ ବାବରିଆ ରାଜ୍ୟ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିପାଇଁ ଦୀପକ ବାବରିଆ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇଛନ୍ତି। ଏହା ମଧ୍ୟ କୁହାଯାଉଛି ଦୀପକ ବାବରିଆ ରାହୁଲ ଗାନ୍ଧୀଙ୍କୁ ହରିୟାଣାରେ ଅନ୍ୟ ଜଣଙ୍କୁ ରାଜ୍ୟ ପ୍ରଭାରୀ କରିବାକୁ କହିଛନ୍ତି।
ଏକ ସାକ୍ଷାତକାରରେ ଦୀପକ ବାବରିଆ କହିଛନ୍ତି ଯେ, ହରିୟାଣା ବିଧାନସଭା ନିର୍ବାଚନ ସମୟରେ ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ପୂର୍ବରୁ ମଧ୍ୟ ବ୍ରେନ୍ ଷ୍ଟ୍ରୋକ ଆସିଥିଲା ଏବଂ ବର୍ତ୍ତମାନ ସେ ପୁଣି କିଛି ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ସୂଚନାଯୋଗ୍ୟ, ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ କରାଯାଉଥିବା ବଢିଯିବା ପରେ ତାଙ୍କୁ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା।
The post ହରିୟାଣାରେ କଂଗ୍ରେସକୁ ଝଟକା: ଦଳ ଛାଡିଲେ ଏହି ବଡ଼ ନେତା appeared first on Dharitri Odia News.