ହରିୟାଣାରେ ସରିଲା ନିର୍ବାଚନ ପ୍ରଚାର: ୫ରେ ଭୋଟ
ଚଣ୍ଡିଗଡ଼,୩ା୧୦: ଆସନ୍ତା ୫ ତାରିଖରେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଗୁରୁବାର ସନ୍ଧ୍ୟାରେ ହାଇଭୋଲ୍ଟେଜ୍ ପ୍ରଚାର ଶେଷ ହୋଇଛି। ଭାଜପା ସରକାର ବିରୋଧୀ ହାଓ୍ବାକୁ ପ୍ରତିହତ କରି ପୁନର୍ବାର କ୍ଷମତାରେ ରହିବା ପାଇଁ ଆଶା ରଖିଥିବାବେଳେ ୧୦ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଫେରିବା ଲାଗି ଆଶାବାଦୀ ରହିଛି। ୮,୮୨୧ ଜଣ ଶତାୟୁଙ୍କ ସମେତ ୨ କୋଟିରୁ ଊର୍ଦ୍ଧ୍ୱ ଭୋଟର ଶନିବାର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ପ୍ରଚାର ଶେଷ ଦିନରେ […] The post ହରିୟାଣାରେ ସରିଲା ନିର୍ବାଚନ ପ୍ରଚାର: ୫ରେ ଭୋଟ appeared first on Dharitri Odia News.
ଚଣ୍ଡିଗଡ଼,୩ା୧୦: ଆସନ୍ତା ୫ ତାରିଖରେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଗୁରୁବାର ସନ୍ଧ୍ୟାରେ ହାଇଭୋଲ୍ଟେଜ୍ ପ୍ରଚାର ଶେଷ ହୋଇଛି। ଭାଜପା ସରକାର ବିରୋଧୀ ହାଓ୍ବାକୁ ପ୍ରତିହତ କରି ପୁନର୍ବାର କ୍ଷମତାରେ ରହିବା ପାଇଁ ଆଶା ରଖିଥିବାବେଳେ ୧୦ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଫେରିବା ଲାଗି ଆଶାବାଦୀ ରହିଛି। ୮,୮୨୧ ଜଣ ଶତାୟୁଙ୍କ ସମେତ ୨ କୋଟିରୁ ଊର୍ଦ୍ଧ୍ୱ ଭୋଟର ଶନିବାର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।
ପ୍ରଚାର ଶେଷ ଦିନରେ ଭାଜପା, କଂଗ୍ରେସ, ଆମ୍ ଆଦ୍ମୀ ପାର୍ଟି, ଆଇଏନ୍ଏଲ୍ଡି-ବିଏସ୍ପି ଏବଂ ଜେଜେପି-ଆଜାଦ ସମାଜ ପାର୍ଟିର ତାରକା ପ୍ରଚାରକମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସ୍ଥାନରେ ର଼୍ୟାଲି ଓ ରୋଡ୍ଶୋ’ କରିଥିଲେ। ବରିଷ୍ଠ ଭାଜପା ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପାଲଓ୍ବାଲଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ସେହିପରି କଂଗ୍ରେସ ଏମ୍ପି ଦୀପେନ୍ଦର ହୁଡ଼ା କାଲ୍କାଠାରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ୫ ତାରିଖ ସକାଳ ୭ରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରଓ୍ବାଲ କହିଛନ୍ତି। ଏଥିପାଇଁ ୨୦,୬୨୯ ବୁଥ୍ କରାଯାଇଛି। ୮ ତାରିଖରେ ଜମ୍ମୁ-କଶ୍ମୀର ସମେତ ହରିୟାଣାରେ ଭୋଟଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ।
ନିର୍ବାଚନ କମିଶନ (ଇସି) ବୁଥ୍ଫେରନ୍ତା ଜନମତ ସର୍ଭେ (ଏକ୍ଜିଟ୍ ପୋଲ୍) ଉପରେ କଟକଣା ଲଗାଇଛନ୍ତି। ୫ ତାରିଖ ସନ୍ଧ୍ୟା ୬ଟାରେ ଭୋଟଗ୍ରହଣ ଶେଷ ହେବାକୁ ଥିବାବେଳେ ଏହି ସମୟ ମଧ୍ୟରେ ଛାପା ଗଣମାଧ୍ୟମ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଜରିଆରେ ଏକ୍ଜିଟ୍ ପୋଲ୍ ଫଳାଫଳ ପ୍ରକାଶନ କିମ୍ବା ପ୍ରସାରଣ କରାଯାଇ ପାରିବ ନାହିଁ। ସନ୍ଧ୍ୟା ୬ଟା ୩୦ ପରେ ଏହି ଜନମତ ସର୍ଭେ ରିପୋର୍ଟ ପ୍ରକାଶ କରାଯାଇପାରିବ ବୋଲି ଇସି କହିଛନ୍ତି।
The post ହରିୟାଣାରେ ସରିଲା ନିର୍ବାଚନ ପ୍ରଚାର: ୫ରେ ଭୋଟ appeared first on Dharitri Odia News.