ହଳଦୀ ପାଣି ପିଇବା କାହିଁକି ଆବଶ୍ୟକ? ଜାଣନ୍ତୁ ଏହାର ଉପକାରିତା

ରୋଷେଇ ଘରେ ମିଳୁଥିବା ମସଲାମାନଙ୍କ ମଧ୍ୟରେ ହଳଦୀ ଅନ୍ୟତମ । ହଳଦୀରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁତ ପରିମାଣରେ ଲାଭ ଦେଇଥାଏ । ଯଦି ଆପଣ ଫିଟ୍ ରହିବାକୁ ଚାହୁଛନ୍ତି, ତେବେ ଆପଣ ନିଶ୍ଚିନ୍ତ ଖାଦ୍ୟରେ ହଳଦୀକୁ ଅନ୍ତଭୁର୍କ୍ତ କରିବା ଜରୁରୀ । ଆପଣ କେବେ ହଳଦୀ ପାଣି ପିଇଛନ୍ତି କି? ଯଦି ନୁହେଁ, ତେବେ ହଳଦୀ ପାଣିର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଜାଣିବା ପରେ, ଆପଣ ଏହି ନେଚୁରାଲ ଡ୍ରିଙ୍କ୍‌କୁ ଆପଣଙ୍କ ଡାଏଟ୍‌ରେ […] The post ହଳଦୀ ପାଣି ପିଇବା କାହିଁକି ଆବଶ୍ୟକ? ଜାଣନ୍ତୁ ଏହାର ଉପକାରିତା appeared first on KNews Odisha.

ହଳଦୀ ପାଣି ପିଇବା କାହିଁକି ଆବଶ୍ୟକ? ଜାଣନ୍ତୁ ଏହାର ଉପକାରିତା
turmeric water

ରୋଷେଇ ଘରେ ମିଳୁଥିବା ମସଲାମାନଙ୍କ ମଧ୍ୟରେ ହଳଦୀ ଅନ୍ୟତମ । ହଳଦୀରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁତ ପରିମାଣରେ ଲାଭ ଦେଇଥାଏ । ଯଦି ଆପଣ ଫିଟ୍ ରହିବାକୁ ଚାହୁଛନ୍ତି, ତେବେ ଆପଣ ନିଶ୍ଚିନ୍ତ ଖାଦ୍ୟରେ ହଳଦୀକୁ ଅନ୍ତଭୁର୍କ୍ତ କରିବା ଜରୁରୀ । ଆପଣ କେବେ ହଳଦୀ ପାଣି ପିଇଛନ୍ତି କି? ଯଦି ନୁହେଁ, ତେବେ ହଳଦୀ ପାଣିର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଜାଣିବା ପରେ, ଆପଣ ଏହି ନେଚୁରାଲ ଡ୍ରିଙ୍କ୍‌କୁ ଆପଣଙ୍କ ଡାଏଟ୍‌ରେ ମଧ୍ୟ ସାମିଲ କରିପାରିବେ । ପୂର୍ବ କାଳରୁ ହିଁ କୁହାଯାଏ ଯେ ହଳଦୀ ଔଷଧୀୟ ଗୁଣରେ ଭରପୂର, ଏଥିସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ତେବେ ହଳଦୀ ପାଣି ପିଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇବ ଆସନ୍ତୁ ଜାଣିବା ।

ଇମୁ୍ୟନ୍‌ ସିଷ୍ଟମକୁ ମଜବୁତ୍‌ ରଖେ :

ହଳଦୀ ପାଣିରେ ଆଣ୍ଟି-ବ୍ୟାକେ୍ଟରିଆଲ୍‌ ଏବଂ ଆଣ୍ଟି-ଭାଇରାଲ୍‌ ଗୁଣ ମିଳିଥାଏ । ଯାହା ଆପଣଙ୍କ ଇମୁ୍ୟନ୍‌ ସିଷ୍ଟମକୁ ବହୁ ପରିମାଣରେ ମଜବୁତ୍‌ କରିପାରିବ । ଯଦି ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ନିୟମିତ ଭାବରେ ହଳଦୀ ପାଣି ପିଇବା ଆରମ୍ଭ କରନ୍ତୁ । ଏହା ବ୍ୟତୀତ, ହଳଦୀ ପାଣି ପିଇଲେ ଗ୍ୟାସ୍‌, କୋଷ୍ଠକାଠିନ୍ୟ ଭଳି ଅନେକ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଓଜନ କମ ହୋଇଥାଏ :

ଯଦି ଆପଣ ନିଜର ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ତେବେ ଖାଲି ପେଟରେ ହଳଦୀ ପାଣି ପିଇବା ଆରମ୍ଭ କରନ୍ତୁ । ଏହା ସହ, ହଳଦୀ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ମେଟୋବୋଲିଜମ୍‌ ବୃଦ୍ଧି ପାଇଥାଏ । ଆପଣଙ୍କ ଏହି ହଳଦୀ ପାଣିକୁ ନିଜର ଡାଏଟରେ ସାମିଲ କରି ମଧ୍ଯ କୋଲେଷ୍ଟ୍ରଲ ଲେବୁଲ୍‌କୁ ମଜବୁତ୍‌ କରିପାରିବେ । ତେବେ ଡାଇବେଟିସ୍‌ ରୋଗୀଙ୍କୁ ହଳଦୀ ପାଣି ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ସ୍କିନ୍‌ ପାଇଁ ମଧ୍ୟ ଲାଭଦାୟକ :

ଆପଣ ଭାବୁଛନ୍ତି କି? ହଳଦୀ ପାଣି ପିଇଲେ ଖାଲି ସ୍ୱାସ୍ଥ୍ୟ ଭଲ ରୁହେ ତେବେ ଆପଣ ଏହା ଭୁଲ ଭାବୁଛନ୍ତି । ହଳଦୀ ପାଣି ପିଇବା ଦ୍ୱାରା ଆମ ସ୍କିନ୍‌ ମଧ୍ୟ ଭଲ ରହିଥାଏ । ଏହି ନେଚୁରାଲ୍‌ ଡ୍ରିଙ୍କକୁ ସଠିକ୍‌ ଉପାୟରେ ଏବଂ ସଠିକ୍‌ ପରିମାଣରେ ପିଇବା ଦ୍ୱାରା ଆପଣ ସୁସ୍ଥ ଅନୁଭବ କରିବେ । ସେଥିପାଇଁ ଯଦି ଆପଣ ଫିଟ୍ ରହିବାକୁ ଚାହୁଛନ୍ତି, ତେବେ ନିଜ ଡାଏଟରେ ହଳଦୀ ପାଣି ସାମିଲ୍ କରନ୍ତୁ । ଦେଖିବେ ଏପରି ଭାବେ ଆପଣଙ୍କୁ ଅନେକ ପ୍ରକାରର ସ୍ଵାସ୍ଥ୍ୟ ଉପକାରିତା ମିଳିବ ।

The post ହଳଦୀ ପାଣି ପିଇବା କାହିଁକି ଆବଶ୍ୟକ? ଜାଣନ୍ତୁ ଏହାର ଉପକାରିତା appeared first on KNews Odisha.