ହସରେ ଉଡାଇ ଦେଲେ ନବୀନ, କହିଲେ-ମୋଦିଙ୍କୁ ମୋ ଚିନ୍ତା ନୁହେଁ ବରଂ ଭୋଟ୍ ଚିନ୍ତା…
ଭୁବନେଶ୍ୱର,୨୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମିଟି ଗଠନ କରାଯିବ ବୋଲି କହିଥିଲେ। କଡ଼ା ଭାଷାରେ ଏହା ଜବାବ ଦେବା ସହ ସ୍ବାସ୍ଥ୍ୟାବସ୍ଥା ପ୍ରସଙ୍ଗକୁ ହସରେ ଉଡାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୋଦିଙ୍କୁ ମୋ ସ୍ବାସ୍ଥ୍ୟାବସ୍ଥା ଚିନ୍ତା ନୁହେଁ ବରଂ ଭୋଟ ଚିନ୍ତା ବୋଲି ସେ କହିଛନ୍ତି। ବୁଧବାର ସନ୍ଧ୍ୟାରେ ଏକ ପ୍ରେସ୍ମିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ନରେନ୍ଦ୍ର ମୋଦି ମୋର ଶୁଭଚିନ୍ତକ ତାହେଲେ ମୋତେ ଫୋନ କରିପାରିଥାନ୍ତେ। ମୋର […] The post ହସରେ ଉଡାଇ ଦେଲେ ନବୀନ, କହିଲେ-ମୋଦିଙ୍କୁ ମୋ ଚିନ୍ତା ନୁହେଁ ବରଂ ଭୋଟ୍ ଚିନ୍ତା… appeared first on Dharitri Odia News.
ଭୁବନେଶ୍ୱର,୨୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମିଟି ଗଠନ କରାଯିବ ବୋଲି କହିଥିଲେ। କଡ଼ା ଭାଷାରେ ଏହା ଜବାବ ଦେବା ସହ ସ୍ବାସ୍ଥ୍ୟାବସ୍ଥା ପ୍ରସଙ୍ଗକୁ ହସରେ ଉଡାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୋଦିଙ୍କୁ ମୋ ସ୍ବାସ୍ଥ୍ୟାବସ୍ଥା ଚିନ୍ତା ନୁହେଁ ବରଂ ଭୋଟ ଚିନ୍ତା ବୋଲି ସେ କହିଛନ୍ତି।
ବୁଧବାର ସନ୍ଧ୍ୟାରେ ଏକ ପ୍ରେସ୍ମିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ନରେନ୍ଦ୍ର ମୋଦି ମୋର ଶୁଭଚିନ୍ତକ ତାହେଲେ ମୋତେ ଫୋନ କରିପାରିଥାନ୍ତେ। ମୋର ସ୍ବାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି। ଯଦି କମିଟି କରିବେ, ତାହେଲେ ନିଶ୍ଚିତ ଭାବେ ଏକ କମିଟି କରି ଏଭଳି ଅପପ୍ରଚାରର ତଦନ୍ତ କରାନ୍ତୁ। ମୁଁ ଯଦି ଫିଟ୍ ନଥାନ୍ତି, ଏତେ ଖରାରେ କେମିତି ପ୍ରଚାର କରୁଥାନ୍ତି। ମୋ ସ୍ବାସ୍ଥ୍ୟାବସ୍ଥା ପୂରା ଠିକ୍ ଅଛି, ଏବେ ପ୍ରଚାର ପାଇଁ ନିମାପଡ଼ା ଯିବି। ଯଦି ମୋଦି ଓଡ଼ିଶାର ଭଲ ଚାହୁଁଛନ୍ତି କୋଇଲା ରୟାଲିଟି ରିଭିଜନ କରାନ୍ତୁ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ ଦାବି ପୂରଣ କରନ୍ତୁ। ଏହାଛଡ଼ା ମୋଦିଙ୍କୁ ମୋ ସ୍ବାସ୍ଥ୍ୟ ଚିନ୍ତା ନୁହେଁ ଭୋଟ ଚିନ୍ତା। ଏହାକୁ ନେଇ ଗୁଜବ ପ୍ରଚାର କରାଯାଉଛି, ମୁଁ ଫିଟ୍ ଅଛି। ଲୋକମାନେ ମୋ କଥା ଶୁଣିବାକୁ ଜନସଭାକୁ ଆସୁଛନ୍ତି, ମୋ ସ୍ବାସ୍ଥ୍ୟାବସ୍ଥା କଥା ନୁହେଁ ବୋଲି ସେ କହିଛନ୍ତି।
The post ହସରେ ଉଡାଇ ଦେଲେ ନବୀନ, କହିଲେ-ମୋଦିଙ୍କୁ ମୋ ଚିନ୍ତା ନୁହେଁ ବରଂ ଭୋଟ୍ ଚିନ୍ତା… appeared first on Dharitri Odia News.