ହସ୍ପିଟଲରେ ଆଶା କର୍ମୀଙ୍କୁ ବଳାତ୍କାର ଉଦ୍ୟମ
କୋକସରା,୨୧ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜନୈକା ଆଶା କର୍ମୀଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେ ହେଲେ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀଙ୍କ ପୁଅ କୁଶ ନାଏକ। ସୂଚନା ଯୋଗ୍ୟ, ଗତ ୨ ତାରିଖରେ ସ୍ବାସ୍ଥ୍ୟକେନ୍ଦ୍ର ଶୌଚାଳୟରେ ଆଶା କର୍ମୀଙ୍କୁ କୁଶ ବଳାତ୍କାର ଉଦ୍ୟମ କରିଥିବା ବେଳେ ଆଶା କର୍ମୀ ପାଟି କରିବାରୁ ସେ ଚମ୍ପଟ ମାରିଥିଲେ। ଏ ନେଇ ଆଶା […] The post ହସ୍ପିଟଲରେ ଆଶା କର୍ମୀଙ୍କୁ ବଳାତ୍କାର ଉଦ୍ୟମ appeared first on Dharitri Odia News.
କୋକସରା,୨୧ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜନୈକା ଆଶା କର୍ମୀଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେ ହେଲେ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀଙ୍କ ପୁଅ କୁଶ ନାଏକ।
ସୂଚନା ଯୋଗ୍ୟ, ଗତ ୨ ତାରିଖରେ ସ୍ବାସ୍ଥ୍ୟକେନ୍ଦ୍ର ଶୌଚାଳୟରେ ଆଶା କର୍ମୀଙ୍କୁ କୁଶ ବଳାତ୍କାର ଉଦ୍ୟମ କରିଥିବା ବେଳେ ଆଶା କର୍ମୀ ପାଟି କରିବାରୁ ସେ ଚମ୍ପଟ ମାରିଥିଲେ। ଏ ନେଇ ଆଶା କର୍ମୀ ଗତ ୪ ତାରିଖରେ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।
ପରେ ରାଜ୍ୟ ଓ ଜିଲା ଆଶା ସଂଘ କର୍ମକର୍ତ୍ତା ସ୍ବେଚ୍ଛାସେବୀ ସଙ୍ଗଠନ ଭାରତୀୟ ମାନବ ଅଧିକାର କାଉନସିଲକୁ ଲିଖିତ ଭାବେ ଜଣାଇଥିଲେ। କାଉନସିଲ ଓ ରାଜ୍ୟ ସଂଘ କର୍ମକର୍ତ୍ତା ଗତ ବୁଧବାର କଳାହାଣ୍ଡି ଏସ୍ପିଙ୍କୁ ଭେଟି ଆଶା କର୍ମୀଙ୍କୁ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଥିଲେ। ଏସ୍ପିଙ୍କ ନିର୍ଦ୍ଦେଶରେ ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ ହୋଇଥିଲା। କୌଣସି ସୂତ୍ରରୁ ଖବର ମିଳିବା ପରେ ଅଭିଯୁକ୍ତ କୁଶଙ୍କୁ ପଡୋଶୀ ରାଜ୍ୟ ଛତିଶଗଡ଼ର ରାୟପୁରରୁ ପୋଲିସ ଗିରଫ କରିଥିଲେ। ଏ ନେଇ ଥାନାରେ କେସ ନମ୍ବର ୧୬୫/୨୫ରେ ଏକ ମାମଲା ରୁଜୁ ହୋଇଛି।
The post ହସ୍ପିଟଲରେ ଆଶା କର୍ମୀଙ୍କୁ ବଳାତ୍କାର ଉଦ୍ୟମ appeared first on Dharitri Odia News.