ହସ୍ପିଟାଲରୁ ଯୁବକଙ୍କ ମୃତଦେହ ଜବତ
ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ସୋମବାର ଦିଗପହଣ୍ଡି ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛନ୍ତି। ମୃତକ ହେଲେ ସାନଖେମୁଣ୍ଡି ବ୍ଲକ ଛଣମେରି ଗ୍ରାମ ବଡସାହିର ଜିତେନ୍ଦ୍ର ନାୟକ(୨୬)। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୨୨/୨୫) ରୁଜୁ ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ରବିବାର ସାରେ ପରିବାର ଲୋକେ ଜିତେନ୍ଦ୍ରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ […] The post ହସ୍ପିଟାଲରୁ ଯୁବକଙ୍କ ମୃତଦେହ ଜବତ appeared first on Dharitri Odia News.
ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ସୋମବାର ଦିଗପହଣ୍ଡି ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛନ୍ତି। ମୃତକ ହେଲେ ସାନଖେମୁଣ୍ଡି ବ୍ଲକ ଛଣମେରି ଗ୍ରାମ ବଡସାହିର ଜିତେନ୍ଦ୍ର ନାୟକ(୨୬)। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୨୨/୨୫) ରୁଜୁ ହୋଇଛି।
ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ରବିବାର ସାରେ ପରିବାର ଲୋକେ ଜିତେନ୍ଦ୍ରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ପୋଲିସକୁ ଜଣାଇଥିଲେ। ବିଷ ପ୍ରକ୍ରିୟାରେ ତାଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଥାନା ଏସ୍ଆଇ ଦୁଷ୍ମନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
The post ହସ୍ପିଟାଲରୁ ଯୁବକଙ୍କ ମୃତଦେହ ଜବତ appeared first on Dharitri Odia News.