ହସ୍ପିଟାଲରେ ଭର୍ତ୍ତି ହେଲେ ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର. ରେହମାନ
ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଓସ୍କାର ପୁରସ୍କାର ବିଜେତା ହେଉଛନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର. ରେହମାନ । ସେ ଆଜି ଅସୁସ୍ଥ ହୋଇପଡ଼ିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚେନ୍ନଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରବିବାର ଅର୍ଥାତ ଆଜି ସକାଳେ ସଂଗୀତକାର ଏ.ଆର. ରେହମାନଙ୍କୁ ଚେନ୍ନାଇର ଗ୍ରୀମ୍ସ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ଡାକ୍ତରୀ ଟିମ୍ ତାଙ୍କ […] The post ହସ୍ପିଟାଲରେ ଭର୍ତ୍ତି ହେଲେ ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର. ରେହମାନ appeared first on KNews Odisha.

ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଓସ୍କାର ପୁରସ୍କାର ବିଜେତା ହେଉଛନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର. ରେହମାନ । ସେ ଆଜି ଅସୁସ୍ଥ ହୋଇପଡ଼ିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚେନ୍ନଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରବିବାର ଅର୍ଥାତ ଆଜି ସକାଳେ ସଂଗୀତକାର ଏ.ଆର. ରେହମାନଙ୍କୁ ଚେନ୍ନାଇର ଗ୍ରୀମ୍ସ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏ.ଆର.ରହମନଙ୍କୁ ହୃଦଘାତ ହୋଇଥିବା ସନ୍ଦେହ କରାଯାଉଛି ।
କାରଣ ଡାକ୍ତରୀ ଟିମ ତାଙ୍କର ଆଞ୍ଜିଓଗ୍ରାମ ପରୀକ୍ଷା କରାଯାଇପାରେ ବୋଲି କହିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅଧିକ ସୂଚନା ମିଳିପାରି ନାହିଁ । ଏ.ଆର. ରେହମାନ ଡାକ୍ତରଖାନାରେ ଭର୍ତ୍ତି ହେବା ସୂଚନା ମିଳିବା ପରେ ପ୍ରଶଂସକ ମହଲରେ ଚିନ୍ତାପ୍ରକାଶ ପାଇଛି । ନଭେମ୍ବର ୨୦୨୪ରେ, ଏ.ଆର. ରେହମାନ ଏବଂ ତାଙ୍କ ପୂର୍ବତନ ସାଥୀ ସାଇରା ବାନୁ ୨୯ ବର୍ଷର ବିବାହ ପରେ ଅଲଗା ହେବା ଘୋଷଣା କରିବା ପରେ ଖବରରେ ଥିଲେ ।
Also read: ଏଆର ରେହମାନଙ୍କ ଲାଇଭ କନସର୍ଟରେ ପହଞ୍ଚି ଅଧାରୁ କାର୍ଯ୍ୟକ୍ରମ ବନ୍ଦ କଲା ପୋଲିସ, ଜାଣନ୍ତୁ କାରଣ
The post ହସ୍ପିଟାଲରେ ଭର୍ତ୍ତି ହେଲେ ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର. ରେହମାନ appeared first on KNews Odisha.