ହାଇକୋର୍ଟରେ ରାଜ୍ୟ ମହିଳା ଆୟୋଗ ବରଖାସ୍ତ ମାମଲା, ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ
କଟକ ୨୨/୧୧: ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ ବରଖାସ୍ତ ମହିଳା କମିଶନ ସଦସ୍ୟା । ବରଖାସ୍ତ ହୋଇଥିବା ତିନି ଜଣ ସଦସ୍ୟା ହାଇକୋର୍ଟଙ୍କ ଦ୍ୱାରସ୍ଥ। ଦାୟର ମାମଲାର ପ୍ରାରମ୍ଭିକ ଶୁଣାଣି କଲେ ହାଇକୋର୍ଟ। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି ହୋଇଛି । ଡିସେମ୍ବର ୧୧ ରେ ପରବର୍ତ୍ତୀ ଶୁଣାଣି । ସୂଚନା ଥାଉକି, ଓଡ଼ିଶା ରାଜ୍ୟ ମହିଳା କମିଶନ ସଦସ୍ୟଙ୍କୁ ବେଆଇନ ଭାବେ ବରଖାସ୍ତ କରାଯାଇଥିବା ଅଭିଯୋଗ କରି ରୁଜୁ ମାମଲାରେ ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ କରିଛନ୍ତି । ଠିକ୍ ୧୦ ଦିନ ମଧ୍ୟରେ ରାଜ୍ୟ ସରକାର ଏନେଇ ଜବାବ ରଖିବେ । ମାମଲାର ଶୁଣାଣି ଆସନ୍ତା ଡିସେମ୍ବର ୧୧ ତାରିଖକୁ ଧାର୍ଯ୍ୟ ହୋଇଛି । ରାଜ୍ୟ ମହିଳା କମିଶନ ସଦସ୍ୟ ପଦରୁ ବରଖାସ୍ତ ହୋଇଥିବା ବିଜୟା ବରୁୱା, ବବିତା ସ୍ୱାଇଁ ଏବଂ ସ୍ୱର୍ଣ୍ଣଲତା ସାମଲଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀମାନଙ୍କୁ ମହିଳା କମିଶନ ସଦସ୍ୟା ଭାବେ ୨୦୨୩ ଏପ୍ରିଲ ୨୮ରେ ନିଯୁକ୍ତି ମିଳିଥିଲା । ସେମାନଙ୍କ କାର୍ଯ୍ୟକାଳ ୩ ବର୍ଷ ବୋଲି ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା । କିନ୍ତୁ କମିଶନ୍ ସଦସ୍ୟା ଭାବେ ମାମଲା ଫଇସଲା ହାର ସନ୍ତୋଷଜନକ ନଥିବା କାରଣ ଦର୍ଶାଇ ମହିଳା ଏବଂ ଶିଶୁ ବିକାଶ ବିଭାଗ ଆବଦନକାର
କଟକ ୨୨/୧୧: ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ ବରଖାସ୍ତ ମହିଳା କମିଶନ ସଦସ୍ୟା । ବରଖାସ୍ତ ହୋଇଥିବା ତିନି ଜଣ ସଦସ୍ୟା ହାଇକୋର୍ଟଙ୍କ ଦ୍ୱାରସ୍ଥ। ଦାୟର ମାମଲାର ପ୍ରାରମ୍ଭିକ ଶୁଣାଣି କଲେ ହାଇକୋର୍ଟ। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି ହୋଇଛି । ଡିସେମ୍ବର ୧୧ ରେ ପରବର୍ତ୍ତୀ ଶୁଣାଣି ।
ସୂଚନା ଥାଉକି, ଓଡ଼ିଶା ରାଜ୍ୟ ମହିଳା କମିଶନ ସଦସ୍ୟଙ୍କୁ ବେଆଇନ ଭାବେ ବରଖାସ୍ତ କରାଯାଇଥିବା ଅଭିଯୋଗ କରି ରୁଜୁ ମାମଲାରେ ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ କରିଛନ୍ତି । ଠିକ୍ ୧୦ ଦିନ ମଧ୍ୟରେ ରାଜ୍ୟ ସରକାର ଏନେଇ ଜବାବ ରଖିବେ । ମାମଲାର ଶୁଣାଣି ଆସନ୍ତା ଡିସେମ୍ବର ୧୧ ତାରିଖକୁ ଧାର୍ଯ୍ୟ ହୋଇଛି । ରାଜ୍ୟ ମହିଳା କମିଶନ ସଦସ୍ୟ ପଦରୁ ବରଖାସ୍ତ ହୋଇଥିବା ବିଜୟା ବରୁୱା, ବବିତା ସ୍ୱାଇଁ ଏବଂ ସ୍ୱର୍ଣ୍ଣଲତା ସାମଲଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରୀମାନଙ୍କୁ ମହିଳା କମିଶନ ସଦସ୍ୟା ଭାବେ ୨୦୨୩ ଏପ୍ରିଲ ୨୮ରେ ନିଯୁକ୍ତି ମିଳିଥିଲା । ସେମାନଙ୍କ କାର୍ଯ୍ୟକାଳ ୩ ବର୍ଷ ବୋଲି ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା । କିନ୍ତୁ କମିଶନ୍ ସଦସ୍ୟା ଭାବେ ମାମଲା ଫଇସଲା ହାର ସନ୍ତୋଷଜନକ ନଥିବା କାରଣ ଦର୍ଶାଇ ମହିଳା ଏବଂ ଶିଶୁ ବିକାଶ ବିଭାଗ ଆବଦନକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଥିଲେ । ଆବେଦନକାରୀମାନେ ନୋଟିସ୍ର ଜବାବ ମଧ୍ୟ ରଖିଥିଲେ ।
ଏହା ସତ୍ତେ୍ୱ ଗତ ୯ ତାରିଖରେ ବିଭାଗ ପକ୍ଷରୁ ୩ ଆବେଦନକାରୀଙ୍କୁ ବରଖାସ୍ତ କରାଯାଇଥିବା ବିଜ୍ଞପ୍ତି ଜାରି କରାଯାଇଥିଲା । ଏଭଳି ବେଆଇନ ଆଦେଶକୁ ରଦ୍ଦ ପାଇଁ ପ୍ରାର୍ଥନା କରି ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତିରେ ଦର୍ଶାଯାଇଥିଲା ଯେ, ମହିଳା କମିଶନ ସଦସ୍ୟଙ୍କୁ ମାମଲା ଫଇସଲା ହାର୍ କମ୍ଥିବା ଆଧାରରେ ବରଖାସ୍ତ କରାଯାଇ ପାରିବନାହିଁ । ଏହା ଏକ ସ୍ୱୟଂଶାସିତ ଅନୁଷ୍ଠାନ ।
ମହିଳା ନିର୍ଯାତନା କିପରି ହ୍ରାସ ପାଇବ ସେଥିପାଇଁ ଏହି କମିସନ ରାଜ୍ୟ ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେଇଥାଏ । ଏହା ଉପରେ ନୀତି ପ୍ରଣୟନ ପାଇଁ ମଧ୍ୟ କହିଥାଏ । କିନ୍ତୁ ବର୍ତ୍ତମାନର ସରକାର ସେମାନଙ୍କୁ ବିନା କୌଣସି କାରଣରେ କାର୍ଯ୍ୟରୁ ବରଖାସ୍ତ କରିଛନ୍ତି । ଯାହାକି ବେଆଇନ । ତେଣୁ ଏହି ଆଦେଶକୁ ରଦ୍ଦ ପାଇଁ ପ୍ରାର୍ଥନା କରାଯାଇଥିଲା ।