ହାଇଟେକ୍ ହେଉଛି ଭାରତୀୟ ସେନା, LACକୁ ଏବେ ଡ୍ରୋନରେ ପଠାଇବ ଗୋଳା, ବାରୁଦ

ନୂଆଦିଲ୍ଲୀ ୩।୧: ଭାରତ ଓ ଚୀନ୍ ମଧ୍ୟରେ ଏଲଏସିକୁ ନେଇ ଉତ୍ତେଜନା ଏବେ ହ୍ରାସ ହୋଇଛି। ତେବେ ଏପରି ପୁଣି ହେବନି ତାହା କହି ହେବନି। ଏଣୁ ଭାରତୀୟ ସେନା ହାଇଅଲ୍ଟିଚ୍ୟୁଡରେ ଥିବା ୱାର ଜୋନ ନିମନ୍ତେ ନିଜ ପ୍ରସ୍ତୁତିକୁ ଆହୁରି ବଢାଇ ଦେଇଛି। ଏବେ ସେନା ହାଇ ଅଲ୍ଟିଚ୍ୟୁଡରେ ମୁତୟନ ଭାରତୀୟ ସୈନିକଙ୍କ ନିମନ୍ତେ ଖାସ୍ ପ୍ରକାରର ଡ୍ରୋନ କ୍ରୟ କରିବାକୁ ଯୋଜନା କରିଛି। ଏହି ସବୁ ଡ୍ରୋନ ଲଜିଷ୍ଟିକ୍ ଡ୍ରୋନ ହୋଇଥିବା ବେଳେ ହାଇ ଅଲ୍ଟିଚ୍ୟୁଡରେ ସୈନିକଙ୍କୁ ଗୋଳାବାରୁଦ ଯୋଗାଇ ପାରିବ। ଭାରତୀୟ ସେନା ୫୭୦ଟି ଲଜିଷ୍ଟିକ୍ ଡ୍ରୋନ କ୍ରୟ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ସହିତ ରିକ୍ୱେଷ୍ଟ ଫର ଇନଫର୍ମେସନ (ଆରଏଫଆଇ) ଜାରି କରିଛି। ସେନା ସ୍ୱଦେଶୀ କମ୍ପାନୀଙ୍କୁ ନିଜ ଆବଶ୍ୟକତା ଅନୁସାରେ ହାଇଅଲ୍ଟିଚ୍ୟୁଡ ଓ ମିଡିୟମ ଅଲ୍ଟିଚ୍ୟୁଡ ଲଜିଷ୍ଟିକ୍ ଡ୍ରୋନ ଆବଶ୍ୟକତା ସମ୍ପର୍କରେ ସୂଚିତ କରିଛି। ଭାରତୀୟ ସେନା ଗତ ୪ ବର୍ଷ ହେଲା ସବୁ ଋତୁରେ ଏଲଏସିର ଉଚ୍ଚା ପୋଷ୍ଟରେ ଅଡି ରହିଛି। ଏହି ପୋଷ୍ଟ ୧୨ ହଜାରରୁ ୧୮ ହଜାର ଫଟ ଉଚ୍ଚତାରେ ରହିଛି। ଭୀଷଣ ହୀମପାତ ଯୋଗୁ ଅଧିକାଂଶ ପୋଷ୍ଟ ଦୀର୍ଘ ସପ୍ତାହ ପର୍ଯ୍ୟନ୍ତ ବିଛିନ୍ନ ହୋଇ ରହୁଛି। ଏବେ ଏହି ସବୁ ପୋଷ୍ଟକୁ ଜରୁରି ସାମାନ ପହଞ୍ଚାଇବା ପାଇଁ ଡ୍ରୋନର ସହାୟତା ନିଆଯିବ। ଚୀନ ମଧ୍ୟ ବହୁ ସଂଖ୍ୟାରେ ଏପରି ଡ୍ରୋନର ଉପଯୋଗ କରୁଛି। ଉଚ୍ଚ ପାହାଡ଼ ଉପରେ ମୁତୟନ ସୈନିକଙ୍କ ନିକଟକୁ ଗୋଳାବାରୁଦ ଓ ଅନ୍ୟ ଆବଶ

ହାଇଟେକ୍ ହେଉଛି ଭାରତୀୟ ସେନା, LACକୁ ଏବେ ଡ୍ରୋନରେ ପଠାଇବ ଗୋଳା, ବାରୁଦ

ନୂଆଦିଲ୍ଲୀ ୩।୧: ଭାରତ ଓ ଚୀନ୍ ମଧ୍ୟରେ ଏଲଏସିକୁ ନେଇ ଉତ୍ତେଜନା ଏବେ ହ୍ରାସ ହୋଇଛି। ତେବେ ଏପରି ପୁଣି ହେବନି ତାହା କହି ହେବନି। ଏଣୁ ଭାରତୀୟ ସେନା ହାଇଅଲ୍ଟିଚ୍ୟୁଡରେ ଥିବା ୱାର ଜୋନ ନିମନ୍ତେ ନିଜ ପ୍ରସ୍ତୁତିକୁ ଆହୁରି ବଢାଇ ଦେଇଛି। ଏବେ ସେନା ହାଇ ଅଲ୍ଟିଚ୍ୟୁଡରେ ମୁତୟନ ଭାରତୀୟ ସୈନିକଙ୍କ ନିମନ୍ତେ ଖାସ୍ ପ୍ରକାରର ଡ୍ରୋନ କ୍ରୟ କରିବାକୁ ଯୋଜନା କରିଛି। ଏହି ସବୁ ଡ୍ରୋନ ଲଜିଷ୍ଟିକ୍ ଡ୍ରୋନ ହୋଇଥିବା ବେଳେ ହାଇ ଅଲ୍ଟିଚ୍ୟୁଡରେ ସୈନିକଙ୍କୁ ଗୋଳାବାରୁଦ ଯୋଗାଇ ପାରିବ। 

ଭାରତୀୟ ସେନା ୫୭୦ଟି ଲଜିଷ୍ଟିକ୍ ଡ୍ରୋନ କ୍ରୟ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ସହିତ ରିକ୍ୱେଷ୍ଟ ଫର ଇନଫର୍ମେସନ (ଆରଏଫଆଇ) ଜାରି କରିଛି। ସେନା ସ୍ୱଦେଶୀ କମ୍ପାନୀଙ୍କୁ ନିଜ ଆବଶ୍ୟକତା ଅନୁସାରେ ହାଇଅଲ୍ଟିଚ୍ୟୁଡ ଓ ମିଡିୟମ ଅଲ୍ଟିଚ୍ୟୁଡ ଲଜିଷ୍ଟିକ୍ ଡ୍ରୋନ ଆବଶ୍ୟକତା ସମ୍ପର୍କରେ ସୂଚିତ କରିଛି। ଭାରତୀୟ ସେନା ଗତ ୪ ବର୍ଷ ହେଲା ସବୁ ଋତୁରେ ଏଲଏସିର ଉଚ୍ଚା ପୋଷ୍ଟରେ ଅଡି ରହିଛି। ଏହି ପୋଷ୍ଟ ୧୨ ହଜାରରୁ ୧୮ ହଜାର ଫଟ ଉଚ୍ଚତାରେ ରହିଛି। ଭୀଷଣ ହୀମପାତ ଯୋଗୁ ଅଧିକାଂଶ ପୋଷ୍ଟ ଦୀର୍ଘ ସପ୍ତାହ ପର୍ଯ୍ୟନ୍ତ ବିଛିନ୍ନ ହୋଇ ରହୁଛି। 

ଏବେ ଏହି ସବୁ ପୋଷ୍ଟକୁ ଜରୁରି ସାମାନ ପହଞ୍ଚାଇବା ପାଇଁ ଡ୍ରୋନର ସହାୟତା ନିଆଯିବ। ଚୀନ ମଧ୍ୟ ବହୁ ସଂଖ୍ୟାରେ ଏପରି ଡ୍ରୋନର ଉପଯୋଗ କରୁଛି। ଉଚ୍ଚ ପାହାଡ଼ ଉପରେ ମୁତୟନ ସୈନିକଙ୍କ ନିକଟକୁ ଗୋଳାବାରୁଦ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ଡ୍ରୋନ ମାଧ୍ୟମରେ ପହଞ୍ଚାଉଛି। ଏବେ ଭାରତୀୟ ସେନା ମଧ୍ୟ ନିଜ ପ୍ରସ୍ତୁତିକୁ ତୀବ୍ର କରିବା ସହ ୫୭୦ ଲଜିଷ୍ଟିକ୍ ଡ୍ରୋନ କ୍ରୟ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଲଜିଷ୍ଟିକ୍ ଡ୍ରୋନ ଗୁଡିକୁ ହିମାଳୟର ଉଚ୍ଚତା ସମ୍ପନ୍ନ ଅଞ୍ଚଳରେ ବ୍ୟବହାର କରାଯିବ। 

ଏପରି ଡ୍ରୋନ ସବୁ କିଣାଯିବ ଯେଉଁଗୁଡିକ ୨୦ରୁ ୪୦ କେଜିର ଓଜନ ଉଠାଇ ପାରିବେ। ସେହିପରି ମିଡିୟମ ଅଲ୍ଟିଚ୍ୟୁଡ ନିମନ୍ତେ ୪୦ରୁ ୮୦ କେଜି ଓଜନ ଉଠାଇ ପାରୁଥିବା ଡ୍ରୋନ କ୍ରୟ କରାଯିବ। ସେନାକୁ ଏହି ଡ୍ରୋନ କଲର ଡେ ଭିଡିଓ କ୍ୟାମେରା, ମୋନୋକ୍ରୋମୋଟିକ ନାଇଟ୍ ଥର୍ମଲ ସେନସର ସହିତ ଆବଶ୍ୟକ। ଏହି ଡ୍ରୋନ ହାଇ ଅଲ୍ଟିଚ୍ୟୁଡରେ ବହୁଥିବା ତୀବ୍ର ପବନରେ ମଧ୍ୟ ଯେପରି କାର୍ଯ୍ୟ କରିବାକୁ ସକ୍ଷମ ହେଉଥିବେ। ଏପରି ଡ୍ରୋନ ଆବଶ୍ୟକ ଯାହା ୪୦ ଡିଗ୍ରିରୁ ବିଯୁକ୍ତ ୨୦ ଡିଗ୍ରି ସେଲିସିୟସରେ ବି କାମ କରିପାରୁଥିବେ।