ହାଇପ୍ରୋଫାଇଲ ଠକ ବଣ୍ଟି-ବବଲିଙ୍କୁ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ
ଭୁବନେଶ୍ୱର : ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ ଠକ ବଣ୍ଟି-ବବଲି । ଦୁଇ ଠକ ଯୋଡି ହଂସିତା ଅଭିଲିପସା ଓ ଅନୀଲ ମହାନ୍ତି ଓରଫ ପପୁଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ଇନଫୋସିଟି ଥାନା ପୋଲିସ । ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ । ତେଣୁ ଆଜି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ଇନଫୋସିଟ୍ ଥାନା ପୋଲିସ । ସୂଚନାନୁସାରେ,ଏହି ଦୁଇ ଠକ ଯୋଡି ଭୁବନେଶ୍ବରରେ ବହୁ ଭିଭିଆଇପିଙ୍କ ସଂପର୍କୀୟ […]

ଭୁବନେଶ୍ୱର : ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ ଠକ ବଣ୍ଟି-ବବଲି । ଦୁଇ ଠକ ଯୋଡି ହଂସିତା ଅଭିଲିପସା ଓ ଅନୀଲ ମହାନ୍ତି ଓରଫ ପପୁଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ଇନଫୋସିଟି ଥାନା ପୋଲିସ । ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ । ତେଣୁ ଆଜି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ଇନଫୋସିଟ୍ ଥାନା ପୋଲିସ ।
ସୂଚନାନୁସାରେ,ଏହି ଦୁଇ ଠକ ଯୋଡି ଭୁବନେଶ୍ବରରେ ବହୁ ଭିଭିଆଇପିଙ୍କ ସଂପର୍କୀୟ କହି କରୁଥିଲେ ଠକେଇ । ହଂସିତା ନିଜକୁ ପିଏମଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ ଓ ଅନୀଲ ଜ୍ବାଇଁ ଭାବେ ପରିଚୟ ଦେଇ ଚୁନା ଲଗାଉଥିଲେ ବଡ଼ ବଡ଼ିଆଙ୍କୁ। ଏପରିକି ମୁଖ୍ୟ ଶାସନ ସଚିବଙ୍କ ଫଟୋ ସହ ନିଜ ଫଟୋକୁ ଯୋଡ଼ି ବିଛାଇଥିଲେ ମହାଠକେଇର ଜାଲ। ଯେଉଁ ଜାଲରେ ପଡ଼ିଥିଲେ ଖଣି ବ୍ୟବସାୟୀ ଓ କୋଟିପତି ବିଲଡରଙ୍କ ଭଳି ମାଲଦାର୍ ବ୍ୟକ୍ତି। ଶେଷରେ ଫିଟିଛି ଗୁମର, ଧରାପଡ଼ିଯାଇଛି ଅସଲି ଚେହେରା। ଭୁବନେଶ୍ବରରେ ଦାମୀ ଆପାର୍ଟମେଣ୍ଟରେ ରହୁଥିଲେ, ବିଳାସପୂର୍ଣ୍ଣ ଗାଡ଼ି ଚଢୁଥିଲେ । ଏମାନଙ୍କ ଟାର୍ଗେଟରେ ଥିଲେ ବଡ଼ବଡ଼ିଆ, ଶିଳ୍ପପତି ଓ ବଡ଼ ବ୍ୟବସାୟୀ । ଏବେ ପୋଲିସ ହେପାଜତରେ ଏହି ବଣ୍ଟି-ବବଲି ଯୋଡ଼ି। ତଦନ୍ତ ବେଳେ ଅନିଲ ମହାନ୍ତିର ତିନିଟି କମ୍ପାନୀ ରହିଥିବା ଜଣାପଡ଼ିଛି ।
ତେବେ ଏହା କି ପ୍ରକାର ବ୍ୟବସାୟ, କାହା ସହ ରହିଛି ଆର୍ଥିକ କାରବାର, ସେନେଇ ଖୋଳତାଡ଼ କରୁଛି କମିସନରେଟ ପୋଲିସ । ହଂସିତାଙ୍କ ଘର କଳାହାଣ୍ଡିରେ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଭୁବନେଶ୍ୱରରେ ରହୁଥିଲା । ପୋଲିସ ସେମାନଙ୍କ ମୋବାଇଲ ଓ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ପାଇଛି । ସେମାନଙ୍କ କଲ ଡିଟେଲ ରେକର୍ଡ ଯାଞ୍ଚ କରୁଛି ପୋଲିସ । କେବେଠାରୁ ରାଜଧାନୀରେ ବିଛାଇଥିଲେ ଠକାମୀର ଜାଲ? କ୍ରାଇମ ସିଣ୍ଡିକେଟ ପଛରେ ଆଉ କିଏ ରହିଛି ସେନେଇ ଚାଲିଛି ଯାଞ୍ଚ ।