ହାଇବ୍ରିଡ୍ ମୋଡେଲ୍ରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି ! ଭାରତୀୟ ଦଳ ଏହି ଦେଶରେ ଖେଳିପାରେ ନିଜର ମ୍ୟାଚ୍
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଖେଳାଯିବ। ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ନିଜର ପ୍ରସ୍ତୁତି ଜୋରଦାର କରିଛି। ତେବେ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଯିବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ତାର ନିଷ୍ପତ୍ତି କେନ୍ଦ୍ର ସରକାର ଉପରେ ଛାଡ଼ିଛି ବିସିସିଆଇ। ଏହା ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମୋଡେଲ୍ ଆଧାରରେ ଖେଳାଯାଇପାରେ। ଆଉ ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳିପାରେ।ଦ ଟେଲିଗ୍ରାଫର ରିପୋର୍ଟ ଅନୁସାରେ, ଭାରତୀୟ ଦଳ ନିଜର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଦୁବାଇରେ ଖେଳିପାରେ। ଏହି ଷ୍ଟାଡିୟମରେ ଦଳ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷରେ ନିଜର ମ୍ୟାଚ୍ ଖେଳିପାରେ। ଯଦି ଭାରତ ସେମି ଫାଇନାଲ୍ ଓ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରେ ତେବେ ଆୟୋଜନସ୍ଥଳ ପରିବର୍ତ୍ତନ ହୋଇପାରେ। ନକଆଉଟ୍ ମ୍ୟାଚ୍ ବି ଦୁବାଇରେ ଖେଳା ଯାଇପାରେ। ଭାରତ ସେମି ଫାଇନାଲ୍ ଓ ଫାଇନାଲ୍ ନ ପହଞ୍ଚିଲେ ନକଆଉଟ୍ ମ୍ୟାଚ୍ ପୂର୍ବ ନିର୍ଦ୍ଧାରିତ ଲାହୋରରେ ଖେଳାଯିବ।Also read: ବୁଧବାର ୨ୟ ଟି-୨୦, ଏମିତି ରହିପାରେ ଭାରତ-ବାଂଲାଦେଶର ପ୍ଲେଇଙ୍ଗ ଇଲେଭେନଡ୍ରାଫ୍ଟ କାର୍ଯ୍ୟସୂଚୀ ଅନୁସାରେ, ଚାମ୍ପିଅନ୍ସ ଟ୍ରଫି ଫେବୃ
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଖେଳାଯିବ। ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ନିଜର ପ୍ରସ୍ତୁତି ଜୋରଦାର କରିଛି। ତେବେ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଯିବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ତାର ନିଷ୍ପତ୍ତି କେନ୍ଦ୍ର ସରକାର ଉପରେ ଛାଡ଼ିଛି ବିସିସିଆଇ। ଏହା ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମୋଡେଲ୍ ଆଧାରରେ ଖେଳାଯାଇପାରେ। ଆଉ ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳିପାରେ।
ଦ ଟେଲିଗ୍ରାଫର ରିପୋର୍ଟ ଅନୁସାରେ, ଭାରତୀୟ ଦଳ ନିଜର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଦୁବାଇରେ ଖେଳିପାରେ। ଏହି ଷ୍ଟାଡିୟମରେ ଦଳ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷରେ ନିଜର ମ୍ୟାଚ୍ ଖେଳିପାରେ। ଯଦି ଭାରତ ସେମି ଫାଇନାଲ୍ ଓ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରେ ତେବେ ଆୟୋଜନସ୍ଥଳ ପରିବର୍ତ୍ତନ ହୋଇପାରେ। ନକଆଉଟ୍ ମ୍ୟାଚ୍ ବି ଦୁବାଇରେ ଖେଳା ଯାଇପାରେ। ଭାରତ ସେମି ଫାଇନାଲ୍ ଓ ଫାଇନାଲ୍ ନ ପହଞ୍ଚିଲେ ନକଆଉଟ୍ ମ୍ୟାଚ୍ ପୂର୍ବ ନିର୍ଦ୍ଧାରିତ ଲାହୋରରେ ଖେଳାଯିବ।
Also read: ବୁଧବାର ୨ୟ ଟି-୨୦, ଏମିତି ରହିପାରେ ଭାରତ-ବାଂଲାଦେଶର ପ୍ଲେଇଙ୍ଗ ଇଲେଭେନ
ଡ୍ରାଫ୍ଟ କାର୍ଯ୍ୟସୂଚୀ ଅନୁସାରେ, ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ଓ ମାର୍ଚ୍ଚରେ ପାକିସ୍ତାନରେ ଖେଳାଯିବ। ନିର୍ଦ୍ଧାରିତ କ୍ରୀଡ଼ାସୂଚୀ ଅନୁସାରେ ସେମି ଫାଇନାଲ୍ ଓ ଫାଇନାଲ୍ ସହିତ ଭାରତର ସମସ୍ତ ମ୍ୟାଚ୍ ଲାହୋରରେ ଖେଳାଯିବ। ମାର୍ଚ୍ଚ ୧ ତାରିଖରେ ଭାରତ ବନାମ ପାକିସ୍ତାନ ମହାମୁକାବିଲା ଲାହୋରରେ ଖେଳାଯିବ। ରାଜନୈତିକ ସମସ୍ୟା କାରଣରୁ ଭାରତ ଓ ପାକିସ୍ତାନ ଦୀର୍ଘ ବର୍ଷ ହେବ ଦ୍ଵିପାକ୍ଷିକ ସିରିଜ୍ ଖେଳି ନାହାନ୍ତି। ଦୁଇ ଦଳ ଆଇସିସି ଓ ଏସୀୟ ଟୁର୍ଣ୍ଣାମେଣ୍ଟରେ ପରସ୍ପର ବିରୋଧରେ ଖେଳୁଛନ୍ତି। ଭାରତ ଶେଷ ଥର ୨୦୦୮ରେ ପାକିସ୍ତାନ ଗସ୍ତ କରିଥିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ବର୍ଷ ପାକିସ୍ତାନରେ ଏସିଆ କପ୍ ୨୦୨୩ ଖେଳା ଯାଇଥିଲା। କିନ୍ତୁ ଭାରତ ପାକିସ୍ତାନ ଯିବାକୁ ଅରାଜି ହେବାରୁ ହାଇବ୍ରିଡ ମୋଡେଲ୍ ଆଧାରରେ ଏସିଆ କପ୍ ଖେଳା ଯାଇଥିଲା। ଭାରତ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା।