ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର, ପେଟ୍ରୋଲିଂ ବେଳେ ପଡିଗଲେ ହାବୁଡରେ
କରଞ୍ଜିଆ ୨୮/୦୬: ଜଙ୍ଗଲି ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର । ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ଭଞ୍ଜବସା ରେଞ୍ଜ୍ ଅଞ୍ଚଳରେ ଗତକାଲି ରାତିରେ ପେଟ୍ରୋଲିଂ କରୁଥିବା ବେଳେ ଜଣେ ଟି.ପି.ଏଫ. କର୍ମୀ (ଟାଇଗର ପ୍ରୋଟେକ୍ସନ ଫୋର୍ସ) ଏକ ହାତୀ ସମ୍ମୁଖରେ ପଡିଯିବାରୁ ହାତୀଟି ଶୁଣ୍ଢରେ ଧରି ତାଙ୍କୁ କଚାଡି ଦେବାରୁ କର୍ମୀ ଜଣକ ଗୁରୁତର ହୋଇପଡ଼ିଥିଲେ ।ଗୁରୁତର ଟି.ପି.ଏଫ. କର୍ମୀ ଗୋବର୍ଦ୍ଧନ ନାୟକଙ୍କୁ ତାଙ୍କ ସହକର୍ମୀ ମାନେ ସେଠାରୁ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବନବିଭାଗ ଗାଡ଼ିରେ ଚିକିତ୍ସା ପାଇଁ ପ୍ରଥମେ ଠାକୁରମୁଣ୍ଡା ଓ ପରେ କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
କରଞ୍ଜିଆ ୨୮/୦୬: ଜଙ୍ଗଲି ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର । ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ଭଞ୍ଜବସା ରେଞ୍ଜ୍ ଅଞ୍ଚଳରେ ଗତକାଲି ରାତିରେ ପେଟ୍ରୋଲିଂ କରୁଥିବା ବେଳେ ଜଣେ ଟି.ପି.ଏଫ. କର୍ମୀ (ଟାଇଗର ପ୍ରୋଟେକ୍ସନ ଫୋର୍ସ) ଏକ ହାତୀ ସମ୍ମୁଖରେ ପଡିଯିବାରୁ ହାତୀଟି ଶୁଣ୍ଢରେ ଧରି ତାଙ୍କୁ କଚାଡି ଦେବାରୁ କର୍ମୀ ଜଣକ ଗୁରୁତର ହୋଇପଡ଼ିଥିଲେ ।
ଗୁରୁତର ଟି.ପି.ଏଫ. କର୍ମୀ ଗୋବର୍ଦ୍ଧନ ନାୟକଙ୍କୁ ତାଙ୍କ ସହକର୍ମୀ ମାନେ ସେଠାରୁ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବନବିଭାଗ ଗାଡ଼ିରେ ଚିକିତ୍ସା ପାଇଁ ପ୍ରଥମେ ଠାକୁରମୁଣ୍ଡା ଓ ପରେ କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।