ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଟିମ ଇଣ୍ଡିଆକୁ ଫେରିବା ରାସ୍ତା ମୁସ୍କିଲ

ନୂଆଦିଲ୍ଲୀ,୧୬।୧: ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆକୁ ଫେରିବା ନେଇ ପ୍ରଶ୍ନ ଆହୁରି ଗଭୀର ହେବାରେ ଲାଗିଛି। ଆହତ କାରଣରୁ ଦିନିକିଆ ବିଶ୍ୱକପ୍‌ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ବାହାରେ ରହିଛନ୍ତି। ହାର୍ଦ୍ଦିକ ମଧ୍ୟ ପୁର୍ନରୁଦ୍ଧାର ହଉଛନ୍ତି କିନ୍ତୁ ସେ କେବେ ପଡ଼ିଆକୁ ଫେରିବେ ତାହା ସ୍ପଷ୍ଟ ହୋଇନାହିଁ। କେବଳ ଏତିକି ନୁହେଁ, ଶିବମ ଦୁବେ ଯେଉଁ ପ୍ରକାରର ଫର୍ମ ଦେଖାଇଛନ୍ତି, ତାହା ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ପ୍ରତି ବିପଦ ସୃଷ୍ଟି କରିଛି। ହାର୍ଦ୍ଦିକ […] The post ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଟିମ ଇଣ୍ଡିଆକୁ ଫେରିବା ରାସ୍ତା ମୁସ୍କିଲ appeared first on Dharitri Odia News.

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଟିମ ଇଣ୍ଡିଆକୁ ଫେରିବା ରାସ୍ତା ମୁସ୍କିଲ

ନୂଆଦିଲ୍ଲୀ,୧୬।୧: ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆକୁ ଫେରିବା ନେଇ ପ୍ରଶ୍ନ ଆହୁରି ଗଭୀର ହେବାରେ ଲାଗିଛି। ଆହତ କାରଣରୁ ଦିନିକିଆ ବିଶ୍ୱକପ୍‌ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ବାହାରେ ରହିଛନ୍ତି। ହାର୍ଦ୍ଦିକ ମଧ୍ୟ ପୁର୍ନରୁଦ୍ଧାର ହଉଛନ୍ତି କିନ୍ତୁ ସେ କେବେ ପଡ଼ିଆକୁ ଫେରିବେ ତାହା ସ୍ପଷ୍ଟ ହୋଇନାହିଁ। କେବଳ ଏତିକି ନୁହେଁ, ଶିବମ ଦୁବେ ଯେଉଁ ପ୍ରକାରର ଫର୍ମ ଦେଖାଇଛନ୍ତି, ତାହା ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ପ୍ରତି ବିପଦ ସୃଷ୍ଟି କରିଛି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆ ଶିବମ ଦୁବେଙ୍କ ଉପରେ ବାଜି ଲଗାଇଛି। ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଉଥିବା ଟି-୨୦ ସିରିଜରେ ଶିବମ ଦୁବେଙ୍କ ଫର୍ମ ଆଶ୍ଚର୍ଯ୍ୟଜନକ ଏବଂ ସେ ଉଭୟ ମ୍ୟାଚରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ପ୍ରଦର୍ଶନ ସହିତ ଆଲୋଚନା ଆହୁରି ତୀବ୍ର ହୋଇଛି ଯେ ବିସିସିଆଇ ବର୍ତ୍ତମାନ ଶିବମଙ୍କୁ କେନ୍ଦ୍ରୀୟ ଚୁକ୍ତିନାମା ଦେବାକୁ ଚିନ୍ତା କରୁଛି। ଯଦି ଏହା ଘଟେ ଏବଂ ଶିବମଙ୍କ ଉତ୍କୃଷ୍ଟ ଫର୍ମ ଆଇପିଏଲରେ ଜାରି ରହେ, ତେବେ ଟି -୨୦ ବିଶ୍ୱକପ୍‌ରେ ଖେଳିବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇବ।

The post ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଟିମ ଇଣ୍ଡିଆକୁ ଫେରିବା ରାସ୍ତା ମୁସ୍କିଲ appeared first on Dharitri Odia News.